ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ ରନର୍ ଅପ ୫.୮୫ କୋଟି ଟଙ୍କା ପାଇବ। ସବୁଠୁ ରୋଚକ କଥା ହେଉଛି ଡବ୍ଲୁଟିସି ବିଜେତା ଗ୍ରହଣ କରିଥିବା ପୁରସ୍କାର ରାଶି ବିରାଟ କୋହଲିଙ୍କ ଆଇପିଏଲ ରାଶିଠାରୁ କମ ଅଟେ। ଆଇପିଏଲରେ କୋହଲି ପ୍ରତ୍ୟେକ ସିଜିନ୍ରେ ୧୭ କୋଟି ଟଙ୍କା ପାଉଛନ୍ତି।
ଡବ୍ଲୁଟିସି ଫାଇନାଲ୍ ମ୍ୟାଚ ୧୮ରୁ ୨୨ ଜୁନ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଅନୁଷ୍ଠିତ ହେବ। ଉଭୟ ବିରାଟ କୋହଲି ଏବଂ କେନ ୱିଲିୟମସନ ସେମାନଙ୍କ ଅଧିନାୟକତ୍ୱରେ ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଏଠାରେ ଟାଇଟଲ ଜିତିବାକୁ ଚାହାଁନ୍ତି। ଯଦି ମ୍ୟାଚ ଏକ ଟାଇରେ ଶେଷ ହୁଏ ତେବେ ଉଭୟ ଦଳ ମିଳିତ ଭାବେ ଜିତିବେ। ଏଭଳି ପରିସ୍ଥିତିରେ ଉଭୟ ଦଳ ଚାମ୍ପିୟନ ଏବଂ ରନର୍ ଅପ ର ସମାନ ପୁରସ୍କାର ରାଶି ପାଇବେ। ଅର୍ଥାତ୍ ଉଭୟ ଦଳ ପ୍ରାୟ ୮.୭୮ କୋଟି ଟଙ୍କା ପାଇବେ। ତିନି ନମ୍ବରରେ ଅଷ୍ଟ୍ରେଲିଆ ଦଳ ୩.୩ କୋଟି, ଚତୁର୍ଥ ନମ୍ବରରେ ଇଂଲଣ୍ଡ ଦଳ ୨.୫ ଏବଂ ପାଞ୍ଚ ନମ୍ବରରେ ପାକିସ୍ତାନ ଦଳ ୧୫ କୋଟି ପାଇବ। ଅନ୍ୟ ସମସ୍ତ ୪ଟି ଦଳ ୭୩-୭୩ ଲକ୍ଷ ଟଙ୍କା ପାଇବେ।
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ହେଲେ ମାଷ୍ଟର ବ୍ଲାଷ୍ଟର…
ନୂଆଦିଲ୍ଲୀ,୨୦।୬: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...
କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା
ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ...
କ୍ରିକେଟର ବ୍ଲକବଷ୍ଟର ମାସ ଆରମ୍ଭ: ୨୪ ଦିନରେ ନିଅନ୍ତୁ ୧୮ ଅନ୍ତର୍ଜାତୀୟ ମ୍ୟାଚ୍ର ମଜା
କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ...
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଓ୍ବିଲିୟମସନଙ୍କୁ ହଟାଇଲେ ସ୍ମିଥ
ଦୁବାଇ, ୧୭।୬(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ବ୍ୟାଟ୍ସମ୍ୟାନ ତାଲିକାର ନମ୍ବର ଓ୍ବାନ ସ୍ଥାନରୁ ନ୍ୟୁଜିଲାଣ୍ଡର କେନ୍ ଓ୍ବିଲିୟମସନଙ୍କୁ ହଟାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ।...
ଆଇପିଏଲ ପାଇଁ ଖୁସି ଖବର
ଜାମାଇକା,୧୮ା୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ କାରିବିୟନ ପ୍ରିମିୟର ଲିଗ୍ (ସିପିଏଲ)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ୟୁଏଇରେ...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
୨୮ ବଲ୍ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...
୧୧ ବଲ୍ରେ ୫ ଉଇକେଟ୍ ନେଇ ଦେଶକୁ ବିଶ୍ୱ ଚାମ୍ପିଅନ୍ କରାଇଥିଲେ ଏହି କ୍ରିକେଟର୍
କ୍ରିକେଟରେ ୧୯୬୦ ଏବଂ ୭୦ ଦଶକ ୱେଷ୍ଟଇଣ୍ଡିଜ ନାମରେ ନାମିତ ହୋଇଥିଲା। ଦ୍ରୁତ ବୋଲର ଏବଂ ଦୃଢ ବ୍ୟାଟ୍ସମ୍ୟାନ୍ଙ୍କ ଉପସ୍ଥିତିରେ ୱେଷ୍ଟଇଣ୍ଡିଜ ସେହି ସମୟରେ କ୍ରିକେଟ୍...


