ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍ ଲୁକାଜ କୁବୋଟ ଓ ଏଡୁଆର୍ଡ ରୋଜର ଭାସେଲିନଙ୍କୁ ପରାସ୍ତ କରିଛନ୍ତି। ଫଳରେ ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶାରେ ଥିବା ବୋପାନ୍ନା-ଶରନ ଏହି ୟୁରୋ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପୋଲାଣ୍ଡ-ଫ୍ରେଞ୍ଚ୍ ଯୋଡ଼ିଙ୍କୁ ୭-୬(୧୧), ୬-୪ ସେଟ୍ରେ ପରାସ୍ତ କରିଥିଲେ। ର଼୍ୟାଙ୍କିଙ୍ଗ୍ ଅନୁସାରେ ଟୋକିଓ ଅଲିମ୍ପିକ୍ସ ପାଇଁ ଜୁନ ୧୪କୁ କଟ୍ ଅଫ୍ ଡେଟ୍ ଭାବେ ଧରାଯାଉଛି। ଏହି ମଧ୍ୟରେ ବୋପାନ୍ନା (୩୪) ଓ ଶରନ (୭୫) ମିଳିତ ଭାବେ ୧୧୩ ର଼୍ୟାଙ୍କ ପଏଣ୍ଟ ପାଇଛନ୍ତି। ତେଣୁ ଅନ୍ୟ କୌଣସି ଦେଶର ପ୍ରତିଯୋଗୀ ଓହରିଲେ ଯାଇ ଭାରତୀୟ ଯୋଡ଼ିଙ୍କ ପାଇଁ ଅଲିମ୍ପିକ୍ସ ସୁଯୋଗ ସୃଷ୍ଟି ହେବ।
‘ଦି ହଣ୍ଡ୍ରେଡ୍’ରେ ଖେଳିବେ ୫ ଭାରତୀୟ
ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
ଚେସ୍ ବିଶ୍ୱକପ୍ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା
ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍ ବିଶ୍ୱକପ୍ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...
ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍ ସସ୍ପେଣ୍ଡ
ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ...
ପଡିଆରେ ଭାଙ୍ଗ୍ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...
ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି
କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...


