ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ ରଖିବା ଲାଗି ପ୍ରୟାସ କରିଥିଲେ। ଏଥିପାଇଁ ସେ ଲାଞ୍ଚ ଯାଚିଥିବା ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) କହିଛି। ଏପ୍ରିଲରେ ୧୦୯ କେଜି କାଟେଗୋରିରେ ୟୁରୋପିଆନ ଟାଇଟଲ ଜିତିବା ପରେ ୟୁକ୍ରେନ୍ର ଏହି ଭାରୋତ୍ତୋଳକଙ୍କୁ ଟୋକିଓ ଗେମ୍ସ ପାଇଁ ଜଣେ ପଦକ ଦାବିଦାର ବୋଲି ବିବେଚନା କରାଯାଉଛି। ଏହାଥିଲା ତାଙ୍କ କ୍ୟାରିୟରର ତୃତୀୟ ମହାଦେଶୀୟ ସ୍ବର୍ଣ୍ଣ ପଦକ। ଇଣ୍ଟରନ୍ୟାଶନାଲ ଓ୍ବେଟ୍ଲିଫ୍ଟିଂ ଫେଡେରେଶନ ପାଇଁ ଡ୍ରଗ୍ ଟେଷ୍ଟିଂ କାର୍ଯ୍ୟ କରୁଥିବା ଆଇଟିଏର ଅଭିଯୋଗ ଅନୁସାରେ ଚୁମାକ୍ଙ୍କୁ ମେ’ ୬ରେ ଡ୍ରଗ୍ ଟେଷ୍ଟିଂ ସାମ୍ପଲ ପାଇଁ କୁହାଯାଇଥିଲା। ସେ ସାମ୍ପଲ ଦେବାକୁ ମନା କରିବା ସହ ଏହାକୁ ଏଡାଇ ଦେବାକୁ ଚାହିଁଥିଲେ। ଟେଷ୍ଟିଂ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଡୋପିଂ କଣ୍ଟ୍ରୋଲ ଅଫିସରମାନଙ୍କୁ ସେ ଲାଞ୍ଚ ଯାଚି ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ ଚୁମାକ୍ ନିଷିଦ୍ଧ ଦ୍ରବ୍ୟ ସେବନ କରିଛନ୍ତି କିମ୍ବା ଚେଷ୍ଟା କରିଛନ୍ତି। ଏହାଛଡ଼ା ଆଣ୍ଟି ଡୋପିଂ ପ୍ରକ୍ରିୟାରେ ଟ୍ୟାମ୍ପରିଂ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ସବୁ ଅଭିଯୋଗରୁ ଶୁଣାଣି ହେଲା ପର୍ଯ୍ୟନ୍ତ ୟୁକ୍ରେନର ଏହି ଭାରୋତ୍ତୋଳକ ସସ୍ପେଣ୍ଡ ରହିବେ। ଏହି ଘଟଣାରେ ତାଙ୍କ କୋଚ୍ ମିଖାଇଲୋ ମାତ୍ସୋଖାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଦଶନ୍ଧି ଦଶନ୍ଧି ଧରି ଓ୍ବେଟ୍ଲିଫ୍ଟିଂରେ ଷ୍ଟେରଏଡ୍ର ବ୍ୟବହାର ନଜରକୁ ଆସିଛି। ଅଲିମ୍ପିକ୍ସ ଓ କେତେକ ପ୍ରମୁଖ ଇଭେଣ୍ଟରେ ଡୋପିଂ ପାଇଁ କେତେଜଣ ଅଗ୍ରଣୀ ଆଥ୍ଲେଟ୍ ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି।
ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…
ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ଅନେକ...
ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି
ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର...
ମିଲ୍ଖାଙ୍କ ଓଡ଼ିଶା ଲିଙ୍କ୍: ବାରବାଟୀରେ ୨ ସ୍ବର୍ଣ୍ଣ ଜିତିଥିଲେ
ଭୁବନେଶ୍ୱର,୨୦।୬: ମିଲ୍ଖାଙ୍କ ଓଡ଼ିଶା ଲିଙ୍ଗ୍ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍ରେ ଦୌଡ଼ି ଦୁଇଟି...
୮୪ ବଲ୍ରେ ଫାଇନାଲ୍ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...
ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ
ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି।...
ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର
ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...


