ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର ପ୍ରକାଶ କରିଛନ୍ତି। ସମସ୍ତ ଅଲିମ୍ପିକ ଭେନ୍ୟୁରେ ଦର୍ଶକ କ୍ଷମତାର ୫୦ ପ୍ରତିଶତ ଏବଂ ଅତିବେଶିରେ ୧୦ହଜାର ଖେଳପ୍ରେମୀଙ୍କୁ ଅନୁମତି ମିଳିବ। ଅନ୍ଲାଇନରେ ୫ ପକ୍ଷ ଯଥା ସ୍ଥାନୀୟ ଆୟୋଜକ, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି, ଅନ୍ତର୍ଜାତୀୟ ପାରାଅଲିମ୍ପିକ କମିଟି, ଜାପାନ ସରକାର ଏବଂ ଟୋକିଓ ମେଟ୍ରୋପଲିଟାନ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଗତ ସପ୍ତାହରେ ଦେଶର ଟପ୍ ଡାକ୍ତରୀ ପରାମର୍ଶଦାତା ଡ. ଶିଗେରୁ ଓମି ଦେଇଥିବା ପରାମର୍ଶକୁ ଏଡ଼ାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ କରିବା ସବୁଠାରୁ ନିରାପଦ ବୋଲି ସେ କହିଥିଲେ। ଏହା ପୂର୍ବରୁ ବର୍ତ୍ତମାନ ପରିସ୍ଥିତିରେ ସେ ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ନ ଥିଲେ। ଟୋକିଓ ଗେମ୍ସ ଜୁଲାଇ ୨୩ରେ ଆରମ୍ଭ ହେବ। ଆୟୋଜକ କମିଟି ସଭାପତି ସିକୋ ହାଶିମୋତୋ କହିଛନ୍ତି, ମହାମାରୀ ପରିସ୍ଥିତିରେ ଯଦି ଉନ୍ନତି ପରିଲକ୍ଷିତ ହୁଏ ତେବେ ଆମେ କୋହଳତା ଅବଲମ୍ବନ କରିବୁ। ୫ ପକ୍ଷଙ୍କୁ ନେଇ ବୈଠକ ଡକାଇ ଅନ୍ୟ କେତେକ ନିଷ୍ପତ୍ତି ନେବୁ। ଗେମ୍ସ ବଳେ ଯଦି ଜରୁରିକାଳୀନ ପରିସ୍ଥିତି ଜାରି କରିବା ସ୍ଥିତି ସୃଷ୍ଟି ହୁଏ ତେବେ ଆବଶ୍ୟକ ସ୍ଥଳେ ବିନା ଦର୍ଶକରେ ଇଭେଣ୍ଟ ଆୟୋଜନ କଥା ବିଚାର କରାଯାଇପାରେ। ବହୁ ଦିନ ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ବାରଣ କରାଯାଇସାରିଛି। ସ୍ଥାନୀୟ ଦର୍ଶକଙ୍କ ଲାଗି କଡ଼ା ନିୟମ କରାଯାଇଛି। ମାସ୍କ ପିନ୍ଧିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଖେଳାଳିମାନଙ୍କୁ ଉତ୍ସାହିତ କରିପାରିବେ ନାହିଁ। ଇଭେଣ୍ଟ ଦେଖିସାରିବା ପରେ ସେମାନେ ସିଧାସଳଖ ଘରକୁ ଫେରିବେ। ଜାପାନ ବାସିନ୍ଦାଙ୍କ ଲାଗି ୩.୬-୩.୭ ନିୟୁତ ଟିକେଟ ବ୍ୟବସ୍ଥା କରାଯାଇଥିବା ଆୟୋଜକଗଣ କହିଛନ୍ତି।
ଫାଇନାଲ୍ ହାରିବା ପରେ ଏମିତି କହିଲେ କୋହଲି
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ...
ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...
ଭଲପାଇବା ଦେଖି ଚକିତ ହେଲେ ଇଂଲଣ୍ଡ କ୍ରିକେଟର: କହିଲେ ‘ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ’
ନୂଆଦିଲ୍ଲୀ,୨।୬: ଆଇପିଏଲ୍ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସାମ ବିଲିଙ୍ଗସ୍। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ...
ଡବ୍ଲ୍ୟଟିସି ପୂର୍ବରୁ ଭାରତକୁ ଶକ୍ତ ଧକ୍କା
ସାଉଥାମ୍ପଟନ,୧୩।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ବିରାଟ...
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...
ଟେଷ୍ଟ ସିରିଜ: ମହାରାଜାଙ୍କ ହ୍ୟାଟ୍ରିକ: ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍
ଗ୍ରସ୍ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ...


