ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର ଦୀପ୍ଗ୍ରେସ୍ ଏକ୍କା ଓ ହରିୟାଣାର ସବିତା ପୁନିଆଙ୍କୁ ଉପଅଧିନାୟିକା ଭାବେ ମନୋନୀତ କରାଯାଇଛି। ଟୋକିଓ ଗେମ୍ସ ପାଇଁ ଗତ ସପ୍ତାହରେ ଏକ ୧୬ ଜଣିଆ ଦଳ ଘୋଷଣା କରାଯାଇଥିଲା। ରାଣୀ ଦଳର ନେତୃତ୍ୱ ନେବେ ବୋଲି ଯଦିଓ ନିଶ୍ଚିତ ଥିଲା,କିନ୍ତୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲା। ରାଣୀଙ୍କ ବଳିଷ୍ଠ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ଗତ କିଛିବର୍ଷ ହେଲା ଉଲ୍ଲେଖନୀୟ ସଫଳତା ହାସଲ କରି ଆସୁଛି। ତନ୍ମଧ୍ୟରେ ୨୦୧୭ରେ ଏସିଆ କପ୍ ହାସଲ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ ଏସିଆନ ଗେମ୍ସ ଓ ୨୦୧୮ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଜିତିପାରିଛି। ୨୦୧୯ରେ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ ମଧ୍ୟ ଜିତିପାରିଛି। ଭାରତ ଆହୁରି ମଧ୍ୟ ରାଣୀଙ୍କ ନେତୃତ୍ୱରେ ଲଣ୍ଡନରେ ଅନୁଷ୍ଠିତ ୨୦୧୮ ଏଫ୍ଆଇଏଚ୍ ମହିଳା ବିଶ୍ୱକପ୍ରେ ପ୍ରଥମ ଥର କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରିଥିଲା। ଅଲିମ୍ପିକ ଗେମ୍ ପାଇଁ ରାଣୀଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବାରୁ ମୁଖ୍ୟ କୋଚ୍ ଜୋର୍ଡ ମାରିଜନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀପ୍ଗ୍ରେସ୍ ଏକ୍କା ଓ ସବିତାଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି। ଏହି ୩ଜଣ ଦୀର୍ଘଦିନ ଧରି ଲିଡରଶିପ୍ ଗ୍ରୁପ୍ର ଅଂଶବିଶେଷ ରହି ଆସିଛନ୍ତି। ନିଜ ଦାୟିତ୍ୱ ତୁଲାଇବା ସହ କୋର୍ ଗ୍ରୁପ୍ରେ ବହୁ ୟଙ୍ଗଷ୍ଟାରଙ୍କୁ ଦିଗ୍ଦର୍ଶନ ଦେଇ ଆସିଛନ୍ତି। ଦୁଇଜଣଙ୍କୁ ଉପଅଧିନାୟକ କରାଯିବା ଯଥାର୍ଥ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଭବିଷ୍ୟତ ପାଇଁ କୋର୍ ରିଜର୍ଭ ଗ୍ରୁପ୍ ଅଧିକ ଶକ୍ତିଶାଳୀ ହୋଇପାରିବ। ଟୋକିଓ ଗେମ୍ସରେ ଆମେ ବଡ଼ ସଫଳତା ହାସଲ କରିବା ଲାଗି ଲକ୍ଷ୍ୟ ରଖିଛୁ। ତେଣୁ ଏହି ୩ଜଣଙ୍କ ଭୂମିକା ଓ ଅଭିଜ୍ଞତା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
କୋଭିଡ୍ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍ ଓପନ ପ୍ରେମୀଙ୍କ ଅସନ୍ତୋଷ
ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ...
ପଡିଆରେ ଭାଙ୍ଗ୍ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...
କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ
ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...
ଫ୍ରେଞ୍ଚ୍ ଓପନ ଟେନିସ୍: ସିଡେଡ୍ ଖେଳାଳିଙ୍କ ଅଗ୍ରଗତି
ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି...
ପାରାଗୁଏଠାରୁ ହାରିଲା ବଲିଭିଆ
ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ...
ସ୍ପେନ୍- ପୋଲାଣ୍ଡ ମ୍ୟାଚ୍ ଡ୍ର
ସେଭିଲ,୨୧।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧...
ଯୁବିଙ୍କୁ ଭେଟିଲା ପରେ ଏମିତି କହିଥିଲେ ଷ୍ଟୁଆର୍ଟ ବ୍ରଡଙ୍କ ବାପା
ନୂଆଦିଲ୍ଲୀ,୧୧।୬ : ୨୦୦୭ ଟି୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ଲଗାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ବୋଧହୁଏ...
ଜୁଡୋକା ସୁଶୀଲା ଦେବୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୨୬ା୬(ପି.ଟି.)-ଭାରତର ଅଗ୍ରଣୀ ଜୁଡୋକା ସୁଶୀଲା ଦେବୀ କଣ୍ଟିନେଣ୍ଟାଲ କୋଟା ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଖେଳର ଅନ୍ତର୍ଜାତୀୟ ମହାସଂଘ ତରଫରୁ...


