ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ ଉଲ୍ଲଂଘନ କରିଛନ୍ତି। ବ୍ରାଜିଲର କୁଇଆବା ସହରରେ ଖେଳାଳିଙ୍କ ଟିମ୍ ହୋଟେଲକୁ ଜଣେ ଚୁଟି କଟାଳି ଆସିଥିଲେ। ତେଣୁ ଚିଲି ଫୁଟବଲ ଫେଡେରେଶନ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି। କୋପା ଆମେରିକାରେ ହେଲ୍ଥ ବବଲ ଉଲ୍ଲଂଘନ ନେଇ ଫେଡେରେଶନ ସ୍ବୀକାର କରି ଏହି ବିଜ୍ଞପ୍ତି ଜାରି କରିଛି। ଚୁଟି କଟାଳିଙ୍କ ଅବାଞ୍ଛିତ ପ୍ରବେଶ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସମ୍ପୃକ୍ତ ଚୁଟି କଟାଳିଙ୍କ ଆର୍ଟି-ପିସିଆର ଟେଷ୍ଟ ନେଗେଟିଭ ବୋଲି ଜଣାପଡିଥିଲେ ମଧ୍ୟ ନିୟମର ଉଲ୍ଲଂଘନ ହୋଇଛି ବୋଲି କୁହାଯାଇଛି। ତେବେ ଏହି ମାମଲରେ କେଉଁ ଖେଳାଳିମାନେ ସାମିଲ ଅଛନ୍ତି ସେ ନେଇ କିଛି କୁହାଯାଇନାହିଁ। ପ୍ରଥମ ପ୍ରୋଟୋକଲ ଉଲ୍ଲଂଘନ ପାଇଁ ୧୫ ହଜାର ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଛି। ଗ୍ରୁପ୍ ଏ’ରେ ଚିଲି ଓ ଆର୍ଜେଣ୍ଟିନ ଦୁଇଟି ମ୍ୟାଚ୍ ଖେଳି ୪ ଲେଖାଏ ପଏଣ୍ଟ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚିଲି ସୋମବାର ଉରୁଗୁଏକୁ ଭେଟିବ। ଏହି ମ୍ୟାଚ୍ ଜିତିଲେ ଚିଲି ନକ୍ ଆଉଟ୍କୁ ଉଠିବ।
ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...
ସହାୟ ହେଉନି ଭାଗ୍ୟ
ସାଉଥାମ୍ପଟନ,୨୦।୬: ନ୍ୟୁଜିଲାଣ୍ଡର ବୋଲରଙ୍କ ସାମ୍ନାରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଲା ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ। ମାତ୍ର ୨୧୭ ରନ୍ରେ ସୀମିତ ରହିଥିଲା...
ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଏହି କ୍ରିକେଟର୍: ସ୍ତ୍ରୀ ହେଲେ ଭାବୁକ
ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ପାକିସ୍ତାନ ସୁପର୍ ଲିଗ୍ର ଏକ ମ୍ୟାଚ୍ରେ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଯାଇଛନ୍ତି। ଏବେ ତାଙ୍କୁ...
ଫ୍ରେଞ୍ଚ୍ ଓପନ ଟେନିସ୍: ସିଡେଡ୍ ଖେଳାଳିଙ୍କ ଅଗ୍ରଗତି
ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି...
ଏମିତି ଛକା ମାରିଲେ କ୍ରିକେଟର୍, ନିଜର ହେଲା କ୍ଷତି
କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍
ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...
କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...
ସେମାନେ କି ଭୁଲ କଲେ? ଏହି ୨ ଖେଳାଳିଙ୍କୁ ଅଣଦେଖା କରାଯିବାକୁ ନେଇ ରାଗିଗଲେ ପୂର୍ବ କ୍ରିକେଟର
ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଚୟନକର୍ତ୍ତା...


