ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା ଦେବ। ବିସିସିଆଇ ଆପେକ୍ସ କାଉନ୍ସିଲର ଏକ ଜରୁରୀ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ପ୍ରମୁଖ ଯୋଗ ଦେଇଥିଲେ। ସହାୟତା ରାଶିକୁ କାହାକୁ କିପରି ଦିଆଯିବ ତାହା କ୍ରୀଡ଼ା ମନ୍ତ୍ରଣାଳୟ ଓ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସହ ଆଲୋଚନା ପରେ ସ୍ଥିର କରାଯିବ। ଟୋକିଓ ଅଲିମ୍ପିକ ଗେମ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଲି’ ନିଙ୍ଗ୍ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ହୋଇସାରିଛି। ବିସିସିଆଇର ସହାୟତା ରାଶି କେବଳ ଟ୍ରେନିଂ ଓ ପ୍ରସ୍ତୁତି କ୍ଷେତ୍ରରେ ନୁହେଁ ଦଳ ପାଇଁ ଅନ୍ୟ କେତେକ କ୍ଷେତ୍ରରେ ବ୍ୟୟ କରାଯାଇ ପାରିବ। ଅଲିମ୍ପିକ କ୍ରୀଡ଼ା ଉନ୍ନତି ପାଇଁ ବିସିସିଆଇ ସବୁବେଳେ ସହାୟତା କରି ଆସୁଛି। ହେଲେ ପ୍ରଥମ ଥର ବଡ଼ ଧରଣର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯାଉଛି।
ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍ନିଲ ୫ବର୍ଷ ବାସନ୍ଦ
ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ...
ଜାଡେଜା-ଅଶ୍ୱିନଙ୍କ ସହ ଖେଳିବାକୁ ପରାମର୍ଶ ଦେଲେ ମହାନ ଖେଳାଳି
ନୂଆଦିଲ୍ଲୀ,୧୭।୬: ଶେଷ ହେବାକୁ ଯାଉଛି ଅପେକ୍ଷା। ୟୁକେର ସାଉଥାମ୍ପଟନଠାରେ ଶୁକ୍ରବାର ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...
ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଟିପ୍ସ ଦେଲେ ମହାନ କ୍ରିକେଟର
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରୁ ୟୁକେର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...
୨ ବଲ୍ରେ ୨୧ ରନ୍: ଏକଦା ପାକିସ୍ତାନୀ ବୋଲରଙ୍କ ଲୟ ଭାଙ୍ଗି ଦେଇଥିଲେ ସେହ୍ବାଗ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୮।୬: ନିଜ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଜଣେ ଥିଲେ ଭାରତର ପୂର୍ବ ଓପନର୍ ବିରେନ୍ଦ୍ର ସେହ୍ବାଗ। କ୍ରିକେଟର ସମସ୍ତ ଫର୍ମାଟରେ ସେ ଚମକାଇବା ଭଳି...
ଭୁଟାନରେ ହଜି ଯାଇଥିଲେ ବିରାଟ, ଡରି ଯାଇଥିଲେ ଅନୁଷ୍କା; କିଛି ଏଭଳି…
ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।...
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଜେଡେନ ସିଲ୍ସ
ଗ୍ରସ୍ ଆଇଲେଟ୍ (ସେଣ୍ଟ ଲୁସିଆ), ୬ା୬(ପି.ଟି.)-ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ୧୭ ଜଣିଆ...
ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ
ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍ର...


