ସାଓ ପାଉଲୋ,୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ନକ୍ଆଉଟରେ ପ୍ରବେଶ କରିଛି। ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଗ୍ରୁପ୍ ଏ’ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆର୍ଜେଣ୍ଟିନା ୧-୦ ଗୋଲରେ ପାରାଗୁଏକୁ ହରାଇ ଅଗ୍ରଗତି କରିଛି।
କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାରେ ଆର୍ଜେଣ୍ଟିନା ଦଶମ ମିନିଟ୍ରୁ ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ଆଲେଜାଣ୍ଡ୍ରୋ ଡାରିଓ ଗୋମେଜ ମ୍ୟାଚ୍ର ଏକମାତ୍ର ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହ ଆର୍ଜେଣ୍ଟିନା ଗ୍ରୁପ୍ ଏ’ରେ ୩ଟି ମ୍ୟାଚ୍ ଖେଳି ୨ ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ତାଲିକା ଶୀର୍ଷରେ ରହିଛି। ମେସି ଏହି ମୁକାବିଲାରେ ଆର୍ଜେଣ୍ଟିନା ପାଇଁ ୧୪୭ତମ ମ୍ୟାଚ୍ ଖେଳିବାର ସୌଭାଗ୍ୟ ହାସଲ କରିଛନ୍ତି। ଏଥିସହ ସେ ଅବରସପ୍ରାପ୍ତ ଡିଫେଣ୍ଡର ଜାଭିଏର ମାସ୍କେରାନୋଙ୍କ ସମକକ୍ଷ ହୋଇଛନ୍ତି। ଏଥର ସଫଳ ହେଲେ ମେସି ଦେଶ ପାଇଁ କୌଣସି ପ୍ରଥମ ମେଜର ଟାଇଟଲ ଜିତିବାର ଗୌରବ ଅର୍ଜନ କରିବେ। ଆର୍ଜେଣ୍ଟିନା ଦଳରେ ଏକାଧିକ ଅଦଳବଦଳ କରାଯାଇଥିଲା। ଦଳ ବିଜୟରେ ଆର୍ଜେଣ୍ଟିନା କୋଚ୍ ଲିଓନେଲ ସ୍କାଲୋନି ଖୁସି ଜାହିର କରିଛନ୍ତି। ତେବେ ଖେଳାଳିମାନେ କ୍ରମାଗତ ୩ଟି କୋପା ଆମେରିକା ମ୍ୟାଚ୍ ଖେଳି କ୍ଳାନ୍ତ ଅନୁଭବ କରୁଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ଟୁର୍ନାମେଣ୍ଟରେ ଅବଶ୍ୟ ମେସି ଏ ପର୍ଯ୍ୟନ୍ତ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଆର୍ଜେଣ୍ଟିନା ତା’ର ଶେଷ ଗ୍ରୁପ୍ ମ୍ୟାଚ୍ରେ ସୋମବାର ବଲିଭିଆକୁ ଭେଟିବ। ସେହିପରି ମଙ୍ଗଳବାର ପାରାଗୁଏ ଓ ଚିଲି ମୁହଁାମୁହିଁ ହେବେ। ଦୁଇ ଗ୍ରୁପ୍ର ଶ୍ରେଷ୍ଠ ୪ଟି ଦଳ ନକ୍ଆଉଟରେ ପ୍ରବେଶ କରିବେ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?
ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଲୋକପ୍ରିୟ ଟେଲିଭିଜନ ଉଦ୍ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...
ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍ନିଲ ୫ବର୍ଷ ବାସନ୍ଦ
ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...
ରେସଲର ସୁମିତ ଡୋପ୍ ଟେଷ୍ଟରେ ବିଫଳ
ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ସୁମିତ୍ ମଲିକ ଡୋପ୍...
ଭାରତୀୟ ଦଳରୁ ବାଦ୍ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...
ସାଉଥାମ୍ପଟନ ପିଚ୍ରେ ଦେଖିବାକୁ ମିଳିବ ପେସ, ବାଉନ୍ସ
ସାଉଥାମ୍ପଟନ, ୧୪।୬:ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଜେସ ବାଉଲଠାରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ...
ଭାରତ ହାତକୁ ଆସୁନି ଆଇସିସି ଟ୍ରଫି
ନୂଆଦିଲ୍ଲୀ,୨୩।୬: ଅନ୍ତିମ ଥର ୨୦୧୩ରେ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଟ୍ରଫି। ତା’ ପରଠୁ ଖେଳାଯାଇଥିବା ୪ଟି ଆଇସିସି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫାଇନାଲ କିମ୍ବା...


