କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ସ୍ଥାନୀୟ ପାର୍କେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଡେନ୍ମାର୍କ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏହି ବିଜୟ ସହ ଡେନ୍ମାର୍କ ରାଉଣ୍ଡ ଅଫ୍ ୧୬ ଅର୍ଥାତ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଗ୍ରୁପ୍ ବି’ରେ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ପାଇଥିଲେ ମଧ୍ୟ ଡେନ୍ମାର୍କ ଉନ୍ନତ ଗୋଲ ବ୍ୟବଧାନରେ ଫିନ୍ଲାଣ୍ଡ ଓ ରୁଷିଆ (ଉଭୟ ୩ ପଏଣ୍ଟ)କୁ ପଛରେ ପକାଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଡେନ୍ମାର୍କ ରୁଷିଆକୁ ବହୁ ପଛରେ ପକାଇଥିଲା।
ପ୍ରଥମାର୍ଦ୍ଧର ୩୮ତମ ମିନିଟ୍ରେ ମିକେଲ ଡାମ୍ସଗାର୍ଡ ପ୍ରଥମ ଗୋଲ ଦେଇ ଡେନ୍ମାର୍କକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ଦେଖିବାକୁ ମିଳିଥିଲା। ୫୯ତମ ମିନିଟ୍ରେ ୟୁସୁଫ ପୌଲସେନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। କିନ୍ତୁ ୭୦ତମ ମିନିଟ୍ରେ ରୁଷିଆ ତରଫରୁ ଅର୍ଟେମ ଡିଜିଉବା ପେନାଲ୍ଟି ଜରିଆରେ ଗୋଲ ଦେଇ ଦଳର ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହାପରେ ଡେନ୍ମାର୍କ ତରଫରୁ ଆଣ୍ଡ୍ରିଆସ କ୍ରିଷ୍ଟେନସେନ ଓ ଜୋଆକିମ ମାହେଲେ ଯଥାକ୍ରମେ ୭୯ ଓ ୮୨ତମ ମିନିଟ୍ରେ ଗୋଲ ଦେଇ ଦଳକୁ ୪-୧ରେ ବିଜୟୀ କରାଇଥିଲେ। ଦଳର ବୃହତ୍ ବିଜୟରେ ଡେନ୍ମାର୍କ କୋଚ୍ କାସ୍ପର ହଜୁଲମାଣ୍ଡ ଖୁସି ଜାହିର କରିଛନ୍ତି। ସେ ଖେଳାଳିମାନଙ୍କୁ ଏହି ବିଜୟ ଉତ୍ସର୍ଗ କରିଛନ୍ତି। ଡେନ୍ମାର୍କ, ରୁଷିଆ ଓ ଫିନ୍ଲାଣ୍ଡ ପ୍ରତ୍ୟେକ ୩ ଲେଖାଏ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ଡେନ୍ମାର୍କ ନକ୍ଆଉଟ୍ରେ ପ୍ରବେଶ କରିଛି। ଏବେ ଡେନ୍ମାର୍କ ଶନିବାର ଓ୍ବେଲ୍ସକୁ ଭେଟିବ। ଏହି ମ୍ୟାଚ୍କୁ ଡ୍ର ରଖିପାରିଥିଲେ ରୁଷିଆ ନକ୍ଆଉଟରେ ପ୍ରବେଶ କରିଥାନ୍ତା।
ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ
ମାଡ୍ରିଡ୍, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...
ମାଳବିକା ଜିତିଲେ ଟାଇଟଲ
କନାସ୍ (ଲିଥୁଆନିଆ), ୧୪ା୬ (ପି.ଟି.)-ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆରଏସ୍ଏଲ୍ ଲିଥୁଆନିଆନ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ...
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବୋଲର୍ ହେଲେ ମୁରଲିଥରନ୍…
ନୂଆଦିଲ୍ଲୀ,୨୨।୬: ଟିମ୍ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥିଆ ମୁରଲିଥରନ୍ଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବୋଲର ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ ୫୦ ଜଣିଆ...
ମିଲ୍ଖାଙ୍କ ନାମରେ ଚେୟାର
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ପଟିଆଲାସ୍ଥିତ ସ୍ପୋଟର୍ସ ୟୁନିଭର୍ସିଟିରେ ମିଲ୍ଖା ସିଂଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ଏହା ଘୋଷଣା...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ପ୍ରଥମ ପାଳିରେ ମାତ୍ର ୧୫ ରନ୍ ଅଲଆଉଟ୍ ହୋଇଯାଇଥିଲା ଏହି ଦଳ, ତଥାପି ୧୫୫ ରନ୍ରେ ଜିତିଥିଲା ମ୍ୟାଚ୍: ଜାଣନ୍ତୁ କେମିତି
କ୍ରିକେଟ ପଡ଼ିଆରେ ଅନେକ ସମୟରେ ଚମତ୍କାର ଘଟେ। ଅନେକ ମ୍ୟାଚ ଏପରି ଖେଳାଯାଇଛି ଯେତେବେଳେ ଏକ ଦଳର ପରାଜୟ ନିଶ୍ଚିତ ମନେହୁଏ, କିନ୍ତୁ ଏହା ସତ୍ତ୍ୱେ...
୩୫୦ ବଲ୍ ଖେଳି ସବୁଠୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଆଜିଯାଏ ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ହେଉଛି ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ।...
ଫ୍ରେଞ୍ଚ୍ ଓପନ ଟେନିସ୍: ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍, ନାଡାଲ
ପ୍ୟାରିସ୍,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍, ତୃତୀୟ...


