ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ ପୋଷା ପ୍ରାଣୀଙ୍କ ସହିତ ଅଧିକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଶନିବାର ଧୋନୀ ଫାର୍ମରେ ଥିବା ଧଳା ତଟୁ ଘୋଡା ସହିତ ରେସ୍ ଲଗାଉଥିବାରୁ ଏକ ଭିଡ଼ିଓ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଇନଷ୍ଟାଗ୍ରାମ୍ରେ ଅପଲୋଡ୍ କରିଛନ୍ତି। ଏହା ସହିତ ସାକ୍ଷୀ ଷ୍ଟ୍ରଙ୍ଗର, ଫାଷ୍ଟର ବୋଲି ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୪ ଲକ୍ଷ ୫୦ ହଜାରରୁ ଅଧିକ ଲାଇକ୍ ମିଳି ସାରିଛି। ଏହା ପୂର୍ବରୁ ଧୋନୀ ନିଜ ପୋଷା କଳା ଘୋଡ଼ା ଚେତକ୍ର ମସାଜ୍ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଧୋନୀଙ୍କ ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଫାର୍ମ ହାଉସ୍ରେ ଘୋଡ଼ାଙ୍କ ସହିତ ୪ କୁକୁର ମଧ୍ୟ ରହିଛନ୍ତି। ସେଥିମଧ୍ୟରେ ସାମ୍ ନାମକ ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର କୁକୁର, ଲିଲି ନାମକ ହ୍ବାଇଟ୍ ହସ୍କି, ଗବର ନାମକ ହ୍ବଇଟ୍ ହସ୍କି ଏବଂ ଜୋୟା ନାମକ ଡଚ୍ ଶିଫର୍ଡ କୁକୁର ରହିଛନ୍ତି। ଧୋନୀ ସେମାନଙ୍କର ଯତ୍ନ ନେଇଥାନ୍ତି।
ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ
ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ
ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।...
ସବୁ ସ୍ପିନର୍ ବିବାହ କରିବା ଉଚିତ୍; କାହିଁକି ଏମିତି କହିଲେ ଚହଲ
ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ...
ଅଶ୍ୱିନ୍ ଆଉଟ୍ ହେବାପରେ ଏମିତି କହିଦେଲେ ସ୍ତ୍ରୀ
ସାଉଥାମ୍ପଟନ୍,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍ରେ...
ଖୁସି ଖବର: ବିଟା-ଡେଲ୍ଟା ଭାରିଆଣ୍ଟ୍ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍…
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
କ୍ରାକ୍ଜିକ୍-ସାଲିସବୁରୀ ଚାମ୍ପିୟନ
ପ୍ୟାରିସ, ୧୧।୬- ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ...
୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ପୁଣି ବିପଦ ମାଡ଼ି ଆସୁଛି: ଭାରତରେ ମାରାତ୍ମକ ନୂଆ ଭାରିଆଣ୍ଟ୍ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି...


