ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨ ଥର ଅସ୍ତ୍ରୋପଚାର ହୋଇଥିବାରୁ ଏପରି ଏକ ମ୍ୟାଚ ପରେ ଆଉ ଖେଳ ବଜାୟ ରଖିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ଏହି ୩୯ ବର୍ଷୀୟ ଖେଳାଳି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଫେଡରରଙ୍କୁ ଜର୍ମାନୀର ଡୋମିନିକ କୋଏଫର ତୃତୀୟ ରାଉଣ୍ଡରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଶେଷରେ ଫେଡରର ୭-୬(୭/୫), ୬-୭(୩/୭), ୭-୬(୭/୪), ୭-୫ ସେଟ୍ରେ ବିଜୟ ହାସଲ କରିଥିଲେ। ଆହତ ସମସ୍ୟା ଯୋଗୁ ଫେଡରର ମାତ୍ର ୩ଟି ମ୍ୟାଚ ଖେଳି ଫ୍ରେଞ୍ଚ୍ ଓପନ ଆସିଥିଲେ। ତେଣୁ ତାଙ୍କ ଟାଇଟଲ ହାସଲ ଆଶା କମ୍ ବୋଲି ଅନେକ ପୂର୍ବାନୁମାନ କରିଥିଲେ। ତୃତୀୟ ରାଉଣ୍ଡରେ ସଂଘର୍ଷ ତାଙ୍କ ପାଇଁ ସତର୍କଘଣ୍ଟି ସଦୃଶ ହୋଇଥିଲା। ୨୭ ବର୍ଷୀୟ ବାମହାତୀ କୋଏଫର ୫୬ ର଼୍ୟାଙ୍କ୍ଫ୍ରାପ୍ତ ଖେଳାଳି। ସେ ଟୁର୍ ସ୍ତରରେ କେବେ ଟାଇଟଲ ଜିତି ନ ଥିବାବେଳେ ମାତ୍ର ଥରେ କୌଣସି ବଡ଼ ପ୍ରତିଯୋଗିତାର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ଯାଇ ପାରିଛନ୍ତି। ମାତ୍ର ତାଙ୍କ ବିରୋଧରେ ଫେଡରର ସାଢ଼େ ୩ ଘଣ୍ଟା ସମୟ ନେଇ ସଂଘର୍ଷ କରଥିଲେ। ଏହାକୁ ମିଶାଇ ୬୮ଥରପାଇଁ ସେ ବଡ଼ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରଥିଲେ। ଏ କ୍ଷେତ୍ରରେ ସେ ନୋଭାକ୍ ଜୋକୋଭିଚ୍ (୫୪) ଏବଂ ରାଫାଲ ନାଡାଲ(୫୦)ଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ଅଗଷ୍ଟ ୮ରେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୧୭ ବର୍ଷ ପୂର୍ବରୁ ଫ୍ରେଞ୍ଚ୍ ଓପନ ୩ୟ ରାଉଣ୍ଡରୁ ବିଦାୟ ନେଇଥିଲେ। ୨୦୦୯ରେ ସେ ଚାମ୍ପିୟନ ହୋଇଥିବାବେଳେ ଅନ୍ୟ ୪ଥର ଫାଇନାଲରେ ପ୍ରବେଶ କରି ରାଫାଲ ନାଡାଲଙ୍କଠାରୁ ହାରିଛନ୍ତି।
କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ
ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...
ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...
୧୦୦ ମି. ବ୍ୟାକ୍ଷ୍ଟ୍ରୋକ୍ରେ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ
ଆଡିଲେଡ୍,୧୪।୬(ଏପି): ଅଷ୍ଟ୍ରେଲୀୟ ସନ୍ତରଣକାରୀ କୋଲି ମ୍ୟାକ୍କେଓନ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ ଇଭେଣ୍ଟରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ଅଲିମ୍ପିକ ଟ୍ରାଏଲ୍ସରେ ୧୯ ବର୍ଷୀୟ...
ଉଦ୍ଘାଟନୀ ମ୍ୟାଚ୍ରେ ଇଟାଲୀର ବୃହତ୍ ବିଜୟ
ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ...
ଗୋଟିଏ ଦିନରେ ୩୦୯ ରନ୍ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ
ବ୍ରିସ୍ବେନ୍,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି...
ମିଲ୍ଖାଙ୍କ ଓଡ଼ିଶା ଲିଙ୍କ୍: ବାରବାଟୀରେ ୨ ସ୍ବର୍ଣ୍ଣ ଜିତିଥିଲେ
ଭୁବନେଶ୍ୱର,୨୦।୬: ମିଲ୍ଖାଙ୍କ ଓଡ଼ିଶା ଲିଙ୍ଗ୍ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍ରେ ଦୌଡ଼ି ଦୁଇଟି...
ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ
ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍ର...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...


