ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ। ବ୍ରାଜିଲରେ ଆଉ ମାତ୍ର ୨ ଦିନ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଏହାକୁ କଲମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଏହାର ଆୟୋଜନ କରିଥାନ୍ତେ। କିନ୍ତୁ କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶରେ ଟୁର୍ନାମେଣ୍ଟ ଆୟୋଜନକୁ କଡ଼ା ବିରୋଧ କରାଯାଇଥିଲା। ଶେଷରେ କୋପା ଆମେରିକା ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ମୁଖ୍ୟ ବିଚାରପତି ଲୁଇଜ୍ ଫୁକ୍ସ ଗୁରୁବାର ସ୍ବତନ୍ତ୍ର ସେସନ ଡାକିଛନ୍ତି। ଏଥିରେ ସେ ଓ ଅନ୍ୟ ୧୦ଜଣ ବିଚାରପତି ଇଲେକ୍ଟ୍ରୋନିକ ଡିଭାଇସ୍ ଦ୍ୱାରା ମତଦାନ କରିବେ। ଏହି ମାମଲାରେ ଅସାଧାରଣ ଭାବେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଛି ଓ କୋଭିଡ୍-୧୯ ସ୍ଥିତିରେ ଏହାର ପ୍ରାସଙ୍ଗିକତା ମଧ୍ୟ ରହିଛି ବୋଲି ଜଷ୍ଟିସ୍ କାରମେନ ଲୁସିଆ କହିଛନ୍ତି। ଯେତେଶୀଘ୍ର ସମ୍ଭବ ଏ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ବ୍ରାଜିଲିଆନ ସୋସିଆଲିଷ୍ଟ ପାର୍ଟି ଓ ମେଟାଲ ଓ୍ବାର୍କରଙ୍କ ଏକ ଟ୍ରେଡ୍ ୟୁନିୟନ ଏହି ମାମଲାକୁ କୋର୍ଟରେ ପହଞ୍ଚାଇଥିଲେ। ଯେ ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି ସେ ପର୍ଯ୍ୟନ୍ତ ବ୍ରାଜିଲ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବା ଉଚିତ ନୁହେଁ ବୋଲି ୟୁନିୟନ ତରଫରୁ କୁହାଯାଇଛି। ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ ଆମେରିକା ଫୁଟ୍ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍ମେବୋଲର ଅନୁରୋଧ କ୍ରମେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲା ବୋଲି ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସେନାରୋ କହିଛନ୍ତି। ସାମାଜିକ ଦୂରତା ବିରୋଧରେ ସେ ମନ୍ତବ୍ୟ ଦେଇଥିଲେ ଓ ଏହା ଦ୍ୱାରା ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି ବୋଲି ସେ କହିଥିଲେ। କୋଭିଡ୍-୧୯ରେ ୪ ଲକ୍ଷ ୭୪ ହଜାର ପ୍ରାଣ ହରାଇଛନ୍ତି। ମାନେ ଗାରିଞ୍ଚା ଷ୍ଟାଡିୟମରେ ରବିବାର ଉଦ୍ଘାଟନୀ ମୁକାବିଲାରେ ଭେନେଜୁଏଲା ଓ ବ୍ରାଜିଲ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
୬ ବର୍ଷ ପରେ ହେଲା ଖୁଲାସା: ପାକିସ୍ତାନ ଖେଳାଳିଙ୍କୁ ଭେଟିବା ପାଇଁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ ରାହୁଲ ଦ୍ରାଭିଡ
ରାହୁଲ ଦ୍ରାବିଡ ଜଣେ ଭଲ କ୍ରିକେଟର ତଥା ଜଣେ ଭଲ ମଣିଷ। ରାହୁଲ ଦ୍ରାବିଡ ଅନ୍ୟକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି। ୨୦୧୪ ମସିହାରେ...
ମୁହଁରେ ବଲ୍ ବାଜିବାରୁ ବ୍ୟାଟ୍ସମ୍ୟାନ୍ଙ୍କ ପଡିଲା ୭ ଷ୍ଟିଚ୍
କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଏହି ସିଜିନର ଅବଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେଉଛି। କିନ୍ତୁ ଏହାପୂର୍ବରୁ ଲାହୋର କଲନ୍ଦର୍ସ...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ଜାଡେଜା-ଅଶ୍ୱିନଙ୍କ ସହ ଖେଳିବାକୁ ପରାମର୍ଶ ଦେଲେ ମହାନ ଖେଳାଳି
ନୂଆଦିଲ୍ଲୀ,୧୭।୬: ଶେଷ ହେବାକୁ ଯାଉଛି ଅପେକ୍ଷା। ୟୁକେର ସାଉଥାମ୍ପଟନଠାରେ ଶୁକ୍ରବାର ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ଅଣ୍ଡା ଖାଇ ଟ୍ରୋଲ୍ ହେଲେ ବିରାଟ କୋହଲି
ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ...
ଫ୍ରେଞ୍ଚ୍ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ
ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...
ରକ୍ତଦାନ କଲେ ତେନ୍ଦୁଲକର
ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...


