ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସମସ୍ତ ପ୍ରକାର କ୍ରିକେଟର ୍ବିପଜ୍ଜନକ ବ୍ୟାଟ୍ସମ୍ୟାନ ସେହ୍ବାଗ ଆରମ୍ଭରୁ ପ୍ରତିପକ୍ଷଙ୍କୁ ଆକ୍ରମଣ କରିବାକୁ ଭଲ ପାଉଥିଲେ। ସେ ପ୍ରାୟତଃ ପ୍ରଥମ ବଲରେ ଚୌକା-ଛକା ମାରି ନିଜର ଇନିଂସ ଆରମ୍ଭ କରିବାକୁ ପସନ୍ଦ କରୁଥିଲେ। ତାଙ୍କର ଭୟଙ୍କର ବ୍ୟାଟିଂ ପାଇଁ ବୋଲରମାନଙ୍କ ତାଙ୍କୁ ଡରୁଥିଲେ। ‘ନଜଫଗଡର ନବାବ’ ଭାବରେ ଜଣାଶୁଣା ସେହ୍ବାଗଙ୍କ ରେକର୍ଡ ଏବଂ ପରିସଂଖ୍ୟାନ ତାଙ୍କ ବ୍ୟାଟିଂକୁ ପ୍ରମାଣ କରିଥାଏ।
ପ୍ରଥମ ବଲରୁ ଚୌକା-ଛକା ପାଇଁ ସେହ୍ବାଗଙ୍କ ପ୍ରେମ ବିଷୟରେ ଅନେକେ ଜାଣିଥିବେ, ଖୁବ କମ ଲୋକ ଜାଣନ୍ତି ଯେ ସେହ୍ବାଗ ପାକିସ୍ତାନୀ ବୋଲରଙ୍କୁ ମାତ୍ର ୨ ବଲରେ ୨୧ ରନ ସଂଗ୍ରହ କରିଥିଲେ। ମାର୍ଚ୍ଚ ୧୩, ୨୦୦୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ ସମୟରେ ପାକିସ୍ତାନୀ ପେସର ରାଣା ନାଭେଦ-ଉଲ-ହାସନଙ୍କ ବଲରେ ସେହ୍ବାଗ ଏହି ପ୍ରଦର୍ଶନ କରିଥିଲେ। ଏହା ଭାରତର ଇନିଂସର ଏକାଦଶ ଓଭର ଥିଲା। ରାଣା ନାଭେଦ ଉଲ ହାସନ ବୋଲିଂ କରୁଥିଲେ। ସେ ନୋ ବଲ୍ରୁ ଓଭର ଆରମ୍ଭ କରିଥିଲେ। ସେହ୍ବାଗ ଏହି ବଲ୍ରୁ ଚୌକା ମାରିଥିଲେ। ପରବର୍ତ୍ତୀ ବଲ ପୁଣି ଥରେ ନୋ-ବଲ ଥିଲା, ଯାହା ସେହ୍ବାଗ ପୁଣି ଚୌକା ମାରିଥିଲେ। ଏହା ପରେ ରାଣା କ୍ରମାଗତ ତୃତୀୟ ନୋ-ବଲ ପକାଇ ଆଉ ଏକ ଭୁଲ କରିଥିଲେ। ତିନୋଟି ନୋ-ବଲ ପରେ ହିଁ ସେ ସଠିକ୍ ବଲ୍ ପକାଇଥିଲେ। ଯେଉଁଥିରୁ କୌଣସି ରନ ଆସି ନ ଥିଲା।ଏହା ପରେ, ପରବର୍ତ୍ତୀ ବଲ୍ ପୁନର୍ବାର ନୋ ପକାଇଥିଲେ, ଯାହା ସେହ୍ବାଗ ପୁଣି ଚୌକା ମାରିଥିଲେ। ନାଭେଦ ଉଲ ହାସନଙ୍କ ଦୁଃସ୍ବପ୍ନ ଏଠାରେ ଶେଷ ହୋଇ ନ ଥିଲା। ସେ ପୁଣି ଏକ ନୋ ବଲ ବୋଲିଂ କରିଥିଲେ। ଯେଉଁଥିରେ ସେହ୍ବାଗ ଚୌକା ମାରିଥିଲେ।ଏହିପରି, ସେହ୍ବାଗ ପ୍ରଥମ ଦୁଇଟି ବଲରେ ୨୧ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ସେ ନିଜ ବ୍ୟାଟ ସହିତ ୧୬ ରନ ସଂଗ୍ରହ କରିଥିବାବେଳେ ୫ ରନ ନୋ ବଲ୍ରୁ ଆସିଥିଲା।
କ୍ରାକ୍ଜିକ୍-ସାଲିସବୁରୀ ଚାମ୍ପିୟନ
ପ୍ୟାରିସ, ୧୧।୬- ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ...
କୋଭିଡ୍-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର
ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...
ଜାଡେଜା-ଅଶ୍ୱିନଙ୍କ ସହ ଖେଳିବାକୁ ପରାମର୍ଶ ଦେଲେ ମହାନ ଖେଳାଳି
ନୂଆଦିଲ୍ଲୀ,୧୭।୬: ଶେଷ ହେବାକୁ ଯାଉଛି ଅପେକ୍ଷା। ୟୁକେର ସାଉଥାମ୍ପଟନଠାରେ ଶୁକ୍ରବାର ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...
ଚର୍ଚ୍ଚାରେ ଏହି ଯୁବ ଆଫଗାନିସ୍ତାନ କ୍ରିକେଟର: କହିଲେ ‘ଧୋନୀଙ୍କ ଅଧୀନରେ ଖେଳିବା ମୋର ସ୍ବପ୍ନ, ଭବିଷ୍ୟତରେ…’
ନୂଆଦିଲ୍ଲୀ,୧୫।୬: ନିକଟ ଅତୀତରେ ଆଫଗାନିସ୍ତାନର କ୍ରିକେଟରମାନେ ଉଲ୍ଲେଖନୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ମୁଜିବ-ଉର-ରହମନ ଏବଂ ରଶିଦ ଖାନ ଭଳି ସ୍ପିନ୍ ବୋଲର୍...
ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ।...
ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...
ଭାରତୀୟ ଟି୨୦ ଟିମ୍ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...


