ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍ମାର ଜାତୀୟ ଫୁଟ୍ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି ରାଜି ହେଉନାହାନ୍ତି। ମ୍ୟାନ୍ମାରରେ ଏକ ସାମରିକ ବିଦ୍ରୋହ ପରେ ସେଠାରେ ଅରାଜକତା ଦେଖା ଦେଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସେ ଜାପାନରେ ଆଶ୍ରୟ ନେବାକୁ ଚାହୁଛନ୍ତି। ଏଥିଲାଗି ଅନୁମତି ଦେବା ଲାଗି ସ୍ଥାନୀୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ପ୍ୟାଇ ଲ୍ୟାନ ଅଙ୍ଗ୍ ହେଉଛନ୍ତି ଜଣେ ସବ୍ଷ୍ଟିଚ୍ୟୁଟ୍ ଖେଳାଳି। ବୁଧବାର ତାଙ୍କର କାନସାଇ ଇଣ୍ଟରନ୍ୟାଶନାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନିଜ ଦେଶକୁ ଫେରିବାର ଥିଲା। କିନ୍ତୁ ସେ ଅବଶିଷ୍ଟ ଦଳ ସହ ଯୋଗ ଦେବାରେ ବିଫଳ ହୋଇଥିଲେ। ସେ ଜାପାନରେ ଶରଣ ନେବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଦେଶକୁ ଫେରିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ମେ’ ୨୮ରେ ଜାପାନ ବିପକ୍ଷ ମ୍ୟାଚ ବେଳେ ମ୍ୟାନ୍ମାରରେ ସାମରିକ ଶାସନ ବିରୋଧୀ ଆନ୍ଦୋଳନର ପ୍ରତୀକ ସ୍ବରୂପ ୩ ଆଙ୍ଗୁଳି ସାଲ୍ୟୁଟ୍ କରିଥିଲେ। ‘ଆମକୁ ନ୍ୟାୟ ଦିଅ’ ଶୀର୍ଷକ ବାର୍ତ୍ତା ଏଥିରୁ ସୂଚିତ ହେଉଥିଲା। ଏହି ଫୁଟେଜ୍ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଚିଫ୍ କ୍ୟାବିନେଟ୍ ସେକ୍ରେଟାରି କାତସୁନୋବୁ କାତୋ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ନିଜ ଦେଶରେ ଖେଳାଳି ଜଣକ ଯଦି ଦଣ୍ଡିତ ହେବାର ଆଶଙ୍କା କରୁଛନ୍ତି ତେବେ ତାଙ୍କ ଆବେଦନପତ୍ରର ବିଚାର କରାଯାଇପାରେ। ସରକାର ଠିକଣା ସମୟରେ ଉଚିତ ପଦକ୍ଷେପ ନେବେ।
ଆଉ ଲୋଡ଼ା ୪୬ ରନ୍; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…
ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍ ସହ ନିମ୍ନ କ୍ରମରେ ଆସି ରନ୍ ଯୋଡ଼ିବାର...
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...
ମ୍ୟାଚ୍ର ପ୍ରଥମ ବଲ୍ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍: ଜାଣନ୍ତୁ କାହିଁକି
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ସଫଳତମ ବୋଲର ଅଶ୍ୱିନ
ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ରେସଲର ସୁମିତ ଡୋପ୍ ଟେଷ୍ଟରେ ବିଫଳ
ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ସୁମିତ୍ ମଲିକ ଡୋପ୍...
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...
କ୍ରିକେଟ୍ ଇତିହାସରେ ଆଜି ଏକ ଖାସ୍ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..
କ୍ରିକେଟ ଇତିହାସରେ ଆଜି ଏକ ଖାସ୍ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍ ଟି-୨୦ କ୍ରିକେଟ...


