E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ, ରାଜ୍ୟ

ପ୍ରାଣୀ ଚିକିତ୍ସା ଦିଗରେ ପଦକ୍ଷେପ ନାହିଁ
8:12 amJune 18, 2021

ଖମାର,୧୮ା୬

ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍‌ ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କରାଯାଉଛି। ସବ୍‌ସିଡି ବ୍ୟବସ୍ଥାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଉଛି। ଏପରି କି ଆବଶ୍ୟକ ବଜାର ସୁବିଧା ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦିଆଯାଉଛି। ଅଧିକରୁ ଅଧିକ ଚାଷୀ ଏହାର ଲାଭ ନେବାକୁ ସଚେତନ କରାଯାଉଛି। କିନ୍ତୁ ସରକାରଙ୍କ ଏହି ସୁବିଧାକୁ ନେଇ ସନ୍ତୁଷ୍ଟ ନୁହନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳର ଚାଷୀ। କାରଣ ପ୍ରାଣୀଧନଙ୍କ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଘୋର ଅବହେଳା ଏଠାକାର ଚାଷୀଙ୍କୁ କ୍ଷତିରେ ପକାଉଛି। ୭ ମାସ ହେଲା ଖମାର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ନ ଥିଲେ ମଧ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ପ୍ରାଣୀଧନ ପାଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଖମାର ଅଞ୍ଚଳର ସହସ୍ରାଧିକ ଚାଷୀ ଗୋ ପାଳନ କରିଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ଚାଷୀ କୁକୁଡ଼ା, ଛେଳି, ବତକ, ଘୁଷୁରି ଆଦି ପାଳନକୁ ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ଖମାର ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ନାହାନ୍ତି। ଖମାର ପ୍ରାଣୀ ଚିକିତ୍ସାଳୟ ସହ ଏହା ଅଧୀନରେ ଥିବା ଶଙ୍ଖମୁର, ସିଆରିମାଳିଆ, ଇଞ୍ଜିଡ଼ରେ ପୂର୍ବରୁ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାବେଳେ ଖମାର ପ୍ରାଣୀ ଚିକିତ୍ସକ ନୀରୋଦ ସାହୁ ଏବଂ ଏଲ.ଆଇ. ଡିଲେଶ୍ୱର ସାମଲଙ୍କ ଗତ ଜାନୁୟାରୀ ମାସରୁ ବଦଳି ହୋଇଯାଇଛି। ଫଳରେ ପ୍ରାଣୀଧନଙ୍କ ଚିକିତ୍ସା ନେଇ ଏଠାକାର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଚିକିତ୍ସା ଅଭାବରୁ ପ୍ରାଣୀଧନ ମୃତ୍ୟୁମୁଖରେ ପଡ଼ୁଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ସିଆରୀମାଳିଆ ଓ ଇଞ୍ଜିଡ଼ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କୁ ଖମାର ଅଞ୍ଚଳରେ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଠିକଣା ସମୟରେ ସେମାନେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଛି। ସେହିପରି ଖେମଳା ଓ ବଡ଼ସଡାଠାରେ ଉପ ଚିକିତ୍ସାଳୟ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ପ୍ରାଣୀଧନ ଚିକିତ୍ସକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଦୀର୍ଘ ୭ ମାସ ହେଲା ଏପରି ଅବହେଳା ଯୋଗୁ ବହୁ ପ୍ରାଣୀଧନଙ୍କ ଜୀବନ ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
କ୍ଷତି ସହୁଛନ୍ତି ଚାଷୀ
ପ୍ରାଣୀଧନ ଡାକ୍ତରଙ୍କ ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ଠିକ୍‌ ସମୟରେ ଚିକିତ୍ସା ନ ପାଇ ବହୁ ପ୍ରାଣୀଧନଙ୍କ ପ୍ରାଣହାନି ଘଟୁଛି। ଏହାଦ୍ୱାରା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ସରକାର ଦୃଷ୍ଟି ନ ହେଲେ ଖମାର ଅଞ୍ଚଳରୁ ପ୍ରାଣୀଧନଙ୍କ ସଂଖ୍ୟା ହ୍ରାସ ପାଇବ।
-ଚନ୍ଦ୍ରମଣି ସ୍ବାଇଁ, ଚାଷୀ, ଶଙ୍ଖମୁର
ମିଳୁନି ସରକାରୀ ସୁବିଧାର ଲାଭ
ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ପ୍ରାଣୀଧନଙ୍କ ଚିକିତ୍ସା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗୋରୁ, ଛେଳି, କୁକୁଡ଼ା ଆଦି ପାଳନ କରିଥିବା ଚାଷୀମାନଙ୍କୁ ସରକାରୀ ସୁବିଧାର ଲାଭ ମିଳିପାରୁ ନାହିଁ। ଅସୁବିଧା ଦୂର ପାଇଁ ପଦକ୍ଷେପ ନିଆଯାଉ।
-ରମାକାନ୍ତ ସାହୁ, ଚାଷୀ, ପାଣିହରା
ସରକାରଙ୍କୁ ଚିଠି ଲେଖିଛି
ସମସ୍ୟା ବିଷୟରେ ଅବଗତ ଅଛି। ଏ ନେଇ ସରକାରଙ୍କୁ ଚିଠି ଲେଖିଛି। କୋଭିଡ୍‌ କଟକଣା ପାଇଁ ଅଳ୍ପ ସଂଖ୍ୟକ କର୍ମଚାରୀ ଆସୁଥିବାରୁ ସମସ୍ୟା ସମାଧାନରେ ବିଳମ୍ବ ହେଉଛି। ଯେତେଶୀଘ୍ର ସମ୍ଭବ ଖମାର ପ୍ରାଣୀ ଚିକିତ୍ସାଳୟରେ ଆବ୍ୟଶ୍ୟକ କର୍ମଚାରୀ ନିଯୁକ୍ତି କରାଇବାକୁ ଚେଷ୍ଟା କରୁଛି।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା
ଶୀଘ୍ର ସମସ୍ୟାର ସମାଧାନ
ପ୍ରାଣୀଧନଙ୍କ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇ ସାରିଛୁ। ଆବଶ୍ୟକ କର୍ମଚାରୀ ନ ଥିବାରୁ ବିଭିନ୍ନ ଅଞ୍ଚଳରେ ଠିକଣା ସମୟରେ ସେବା ଯୋଗାଇ ହେଉନି। ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ସାରିଛି। ଯଥାଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।
-ରଞ୍ଜିତ କୁମାର ଦାସ, ଜିଲା ପ୍ରାଣୀଧନ ଅଧିକାରୀ, ଅନୁଗୋଳ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ, ରାଜ୍ୟ View All

ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...

ଆଇୟୁସିଏନ୍‌ ପୋର୍ଟାଲ୍‌ରେ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍‌ର ପୋର୍ଟାଲ୍‌ରେ ଅରୋମିରା ଏଣ୍ଟରଟେନ୍‌ମେଣ୍ଟର ଭାଇରାଲ୍‌ ମ୍ୟୁଜିକ୍‌ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା...

୧୨ ଜେଲରୁ ମୁକ୍ତ ହେବେ ୧୬ କଏଦୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଜା ଅବଧି ପୂର୍ବରୁ ରାଜ୍ୟର ୧୧ ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ। ଜେଲରେ ଆଜୀବନ ସଜା କାଟୁଥିବାବେଳେ ବ୍ୟବହାରରେ...

ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ: ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ

ଖଇରା,୧୦।୬- ପ୍ରେମ ନିବେଦନରେ ବିଫଳ ହେବାରୁ ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ ଯୁବକ। ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି...

ନୂଆବଜାର ଅଞ୍ଚଳରେ ବିଦେଶୀ ପକ୍ଷୀ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ସହରସ୍ଥିତ ନୂଆବଜାର ଅଞ୍ଚଳ ଏବେ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି। ସହର ନିକଟରେ କୌଣସି ହ୍ରଦ କିମ୍ବା ମୁହାଣ...

୩୦ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ କାମ ଆରମ୍ଭ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ଆଉ ୭ଟି ଜିଲାରେ ଲିକ୍ୟୁଡ୍‌ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ...

ଓଡ଼ିଶାର ଏହି ୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏ ନେଇ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି) ପକ୍ଷରୁ...

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା  କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରାଇସମିଲ୍‌ ବର୍ଜ୍ୟବସ୍ତୁରେ ଲୋକେ ଅତିଷ୍ଠ
Next Post Next post:
ଜାପାନରୁ ଫେରିଲେନି ମ୍ୟାନ୍‌ମାର ଫୁଟ୍‌ବଲର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts