ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ କରାଯାଇଥିବା ତାଲିକାରେ ଶ୍ରେଷ୍ଠ ୪ର୍ଥ ସ୍ଥାନରେ ରହିଛି କିଟ୍। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ପ୍ରଫେସନାଲ୍ କ୍ରୀଡ଼ା ଅନୁଷ୍ଠାନ ହୋଇଥିବା ବେଳେ କିଟ୍ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ ସ୍ଥାନ ପାଇଛି। କିଟ୍ ଓ କିସ୍ରେ ରହିଛି ଅନ୍ତର୍ଜାତିୟମାନର କ୍ରୀଡ଼ା ଭିତ୍ତିଭୂମି। ସର୍ବାଧିକ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ଏକମାତ୍ର ଶିକ୍ଷାନୁଷ୍ଠାନ। ଏଠାରୁ କିସ୍ ମାଧ୍ୟମରେ ୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ସୃଷ୍ଟି ହୋଇ ସାରିଲେଣି। ଫୁଟବଲ୍, ଭଲିବଲ୍, ରଗବୀ, ହକି, କ୍ରିକେଟ୍ ଓ ଇନ୍ଡୋର ଷ୍ଟାଡିଅମ୍ ସହ ସ୍ବତନ୍ତ୍ର ଆଥଲେଟିକ୍ ଟ୍ରାକ୍ ଓ ସୁଇମିଂ ପୁଲ୍ ଥାଇ ଏଠାରେ ୧୬ଟି ଅନ୍ତର୍ଜାତୀୟସ୍ତରର ସ୍ପୋଟର୍ସକମ୍ପ୍ଲେକ୍ସ ରହିଛି। ଅଲିମ୍ପିକ୍ରେ ଯେତେ କ୍ରୀଡ଼ା ଅଛି ସେ ସବୁ ପାଇଁ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ଏଠାରେ ଉପଲବ୍ଧ। ୨୦୨୦ରେ କିଟ୍ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରି ଉଦାହରଣ ସୃଷ୍ଟି କରିଥିଲା। ଜାତୀୟ ରଗବୀର ପ୍ରାୟୋଜକ ଥିବାବେଳେ ଦୂତୀ ଚାନ୍ଦ ଓ ଭବାନୀ ଦେବୀଙ୍କ ଭଳି ଅଲିମ୍ପିଆନଙ୍କ ସମେତ ଦେଶର ଶ୍ରେଷ୍ଠ ଦ୍ରୁତ ଧାବିକା ଧାବକ, ହର୍ଡଲ୍ସ ଓ ହେପଟାଥଲନ୍ ଆଥଲେଟ୍ କିଟ୍ ଛାତ୍ରଛାତ୍ରୀ ରହିଛନ୍ତି।
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ଡବ୍ଲ୍ୟୁଟିସି ଫାଇନାଲ: ରଜର୍ଭ ଡେ’ ଟିକେଟ ମୂଲ୍ୟ ହ୍ରାସ
ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା...
କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ
ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍...
ଟିମ୍ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୭।୬: ୟୁକେର ସାଉଥାମ୍ପଟଠାରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...
ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ...


