ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମେଡଭେଡେଭ ଦ୍ୱିତୀୟ ରାଉଣ୍ଡରେ ଟମି ପଲ୍ଙ୍କୁ ୩-୬, ୬-୧, ୬-୪, ୬-୩ ସେଟ୍ରେ ହରାଇ ଦେଇଛନ୍ତି। ସେହିପରି ସ୍କ୍ବାର୍ଜମ୍ୟାନ ୬-୪, ୬-୨, ୬-୪ ସେଟ୍ରେ ଆଲଜାଜ ବେଡେନେଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫିଲିପ କେଲଶ୍ଚେର୍ବର ୬-୩, ୭-୬(୭/୪), ୪-୬, ୬-୧ ସେଟ୍ରେ ଅସଲାନ କାରାସେଭ, ମାଟେଓ ବାରେଟିନି ୬-୩, ୬-୩, ୬-୨ରେ ଫେଡେରିକୋ କୋରିଆ, କ୍ୱନ ସୁନ-ଉ ୬-୪, ୭-୫, ୭-୫ ସେଟ୍ରେ ଆନ୍ଦ୍ରଆସ ସେପ୍ପି, ମିକାଏଲ ୟାମେର ୬-୦, ୨-୬, ୬-୪, ୬-୩ରେ ଗାଏଲ ମନଫିଲ୍ସ, ଲରେଞ୍ଜୋ ମୁସେଟ୍ଟି ୭-୫, ୬-୩, ୬-୨ ସେଟ୍ରେ ୟୋଶିହିତୋ ନିଶିଓକାଙ୍କୁ ପରାସ୍ତ କରିଛନ୍ତି।
ଆଶ୍ଲେ ବାର୍ଟି ଓହରିଲେ
ମହିଳା ସିଙ୍ଗଲ୍ସରେ ଟପ୍ ର଼୍ୟାଙ୍କ୍ପ୍ରାପ୍ତ ଆଶ୍ଲେ ବାର୍ଟି ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ରାଉଣ୍ଡରୁ ଓହରି ଯାଇଛନ୍ତି। ୨୦୧୯ ଚାମ୍ପିୟନ ବାର୍ଟି ଏଠାରେ ୧-୬, ୨-୨ରେ ପଛୁଆ ଥିବାବେଳେ ଆଉ ଖେଳ ବଜାୟ ରଖିବାକୁ ଅସମର୍ଥ ବୋଲି ସୂଚନା ଦେଇଥିଲେ। ପ୍ରଥମ ରାଉଣ୍ଡ ପରେ ସେ ମେଡିକାଲ ଟାଇମ ଆଉଟ ଆବଶ୍ୟକ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ବର୍ନାର୍ଦା ପେରାଙ୍କୁ ୬-୪, ୩-୬, ୬-୨ ସେଟ୍ରେ ହରାଇବା ପଥରେ ମଧ୍ୟ ଅଣ୍ଟାରୁ ଜଙ୍ଘର ମଧ୍ୟସ୍ଥଳରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗତବର୍ଷ ସେ କରୋନା ସଂକ୍ରମଣ ଯୋଗୁ ନ ଖେଳି ଅଷ୍ଟ୍ରେଲିଆରେ ନିଜ ଘରେ ରହିବାକୁ ପସନ୍ଦ କରିଥିଲେ।
ମହିଳା ସିଙ୍ଗଲ୍ସରେ ଅନ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚଗୁଡ଼ିକ ମଧ୍ୟରେ କାରୋଲିନ୍ ପ୍ଲିସ୍କୋଭାଙ୍କୁ ୭-୫, ୬-୧ ସେଟ୍ରେ ହରାଇ ବିଦାୟ ପଥ ଦେଖାଇଛନ୍ତି ସ୍ଲୋଆନେ ଷ୍ଟିଫେନ୍ସ। ସୋଫିଆ କେନିନ ୭-୫, ୬-୩ରେ ହିଲି ବାପ୍ଟିଷ୍ଟେ, ବାର୍ବରା ଗ୍ରାଚେଭା ୭-୫, ୧-୬, ୬-୨ରେ କାମିଲା ଗିଓର୍ଗି, କାରୋଲିନ ମୁଚୋଭା ୬-୩, ୬-୪ ସେଟ୍ରେ ବାର୍ବରା ଲିପ୍ଚେଙ୍କୋ ଏବଂ ଓନ୍ସ ଜାବେଉର ୬-୨, ୬-୪ରେ ଅଷ୍ଟ୍ରା ଶର୍ମାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପେତ୍ରୋ କ୍ୱିଟୋଭାଙ୍କ ବିପକ୍ଷରେ ଓ୍ବାକ୍ଓଭର ପାଇଛନ୍ତି ଏଲିନା ଭେସନିନା। ଏଲିନା ସ୍ବିତୋଲିନା ୬-୦, ୬-୪ ସେଟ୍ରେ ଆନ୍ ଲୀ’ଙ୍କୁ ହରାଇଥିବାବେଳେ ମାର୍ତା କୋଷ୍ଟ୍ୟୁକ ୬-୩, ୬-୪ ସେଟ୍ରେ ଝେଙ୍ଗ ସାଇସାଇ, ଟେରେଜା ମାର୍ଟିନକୋଭା ୬-୩, ୬-୩ରେ ଜେସିକା ପେଗୁଲା, ବାର୍ବରା କ୍ରେଜିକୋଭା ୬-୨, ୬-୩ରେ ଏକ୍ଟେରିନା ଆଲେକ୍ସାଣ୍ଡ୍ରୋଭା ଏବଂ ମାରିଆ ସାକାରି ୬-୨, ୬-୩ରେ ଜସମିନ ପାଓଲିନଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ରୋନାଲ୍ଡୋଙ୍କ ରେକର୍ଡ: ପର୍ତ୍ତୁଗାଲର ଦମ୍ଦାର ବିଜୟ
ବୁଦାପେଷ୍ଟ,୧୭।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
ପାକିସ୍ତାନର ବ୍ୟାଟିଂ କୋଚ୍ ପଦରୁ ହଟିଲେ ପୂର୍ବତନ ଅଧିନାୟକ
କରାଚୀ,୨୨।୬: ପୂର୍ବତନ ଅଧିନାୟକ ୟୁନିସ ଖାନ ପାକିସ୍ତାନ ଦଳର ବ୍ୟାଟିଂ କୋଚ୍ ପଦରୁ ଓହରି ଯାଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ...
କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍…
ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ...
ଟିମ୍ ଇଣ୍ଡିଆକୁ ବ୍ରେକଥ୍ରୁ ଦେଲେ ଶାମି
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ୫ମ ଦିନରେ ପ୍ରଥମ ସେସନରେ ଟିମ୍ ଇଣ୍ଡିଆକୁ ମହମ୍ମଦ ଶାମି ଆଣି ଦେଇଛନ୍ତି ବଡ଼ ବ୍ରେକଥ୍ରୁ। କ୍ରିଜରେ...
ପିଏସ୍ଏଲ୍ରୁ ଓହରିଲେ ଡୁପ୍ଲେସି
ଆବୁଧାବି, ୧୭।୬(ପି.ଟି.)- ପାକିସ୍ତାନ ସୁପରଲିଗ୍ (ପିଏସ୍ଏଲ) ଅବସରରେ କନକ୍ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...
ଉଦ୍ଘାଟନୀ ମ୍ୟାଚ୍ରେ ଇଟାଲୀର ବୃହତ୍ ବିଜୟ
ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ...
ଆଇପିଏଲ୍ ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ
ନୂଆଦିଲ୍ଲୀ, ୭।୬: ଅଧାରୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ଅକ୍ଟୋବର ୧୫କୁ ଘୁଞ୍ଚିପାରେ। ପ୍ରତିଯୋଗିତା ସ୍ଥଳ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ...


