ବୁଦାପେଷ୍ଟ,୧୭।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ ଏହି ମ୍ୟାଚ୍ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେ ୮୭ତମ ମିନିଟ୍ରେ ପେନାଲ୍ଟି ଜରିଆରେ ଗୋଲ ଦେବା ପରେ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍ରେ ଏକ ଚମତ୍କାର ଫିଲ୍ଡ ଗୋଲ ପ୍ରଦାନ କରିଥିଲେ। ତେବେ ଏହାପୂର୍ବରୁ ୮୪ତମ ମିନିଟ୍ରେ ରାଫାଏ ଗୁଏରେଇରୋ ପ୍ରଥମ ଗୋଲ ଦେଇ ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ୍ରେ ପର୍ତ୍ତୁଗାଲ ସମ୍ପୂର୍ଣ୍ଣରୂପେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।
ଟୁର୍ନାମେଣ୍ଟର ପଞ୍ଚମ ଦିବସରେ ପୂରା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। ପୁସ୍କାସ ଏରେନାରେ ୬୭,୨୧୫ ଦର୍ଶକ ଉପସ୍ଥିତ ଥିଲେ ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ପ୍ରଶଂସକ ହଙ୍ଗେରୀର ଥିଲେ। ୧୦ଟି ଦେଶ ମଧ୍ୟରୁ ହଙ୍ଗେରୀ ଏକମାତ୍ର ଦେଶ ଯେଉଁଠି ପୂରା ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ହେଉଛି। ପୂରା ଷ୍ଟାଡିୟମରେ ରୋନାଲ୍ଡୋଙ୍କ ପ୍ରଦର୍ଶନ ଐତିହାସିକ ଥିଲା। ୟୁରୋପିଆନ ଚାମ୍ପିୟନଶିପ୍ରେ ରୋନାଲ୍ଡୋ ସର୍ବାଧିକ କ୍ୟାରିୟର ଗୋଲ ସ୍କୋର କରି ରେକର୍ଡ କରିଛନ୍ତି। ଜୁଭେଣ୍ଟସର ଏହି ଫରଓ୍ବାର୍ଡ ୨୦୦୪ ପରଠାରୁ ପଞ୍ଚମ ୟୁରୋପିଆନ ଚାମ୍ପିୟନଶିପ୍ ଖେଳୁଛନ୍ତି। ମାଇକେଲ ପ୍ଲାଟିନି ଓ ରୋନାଲ୍ଡୋ ସମାନ ୯ଟି ଗୋଲ କରି ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲେ। ଏବେ ରୋନାଲ୍ଡୋ ୧୧ ଗୋଲ ସ୍କୋର କରି ଆଗରେ ରହିଛନ୍ତି। ୩୬ ବର୍ଷୀୟ ରୋନାଲ୍ଡୋ ଏକମାତ୍ର ଖେଳାଳି ଭାବେ କ୍ରମାଗତ ୫ଟି ୟୁରୋ କପ୍ରେ ଗୋଲ ସ୍କୋର କରିବାର ଗୌରବ ଅର୍ଜନ କରିଛନ୍ତି।
ଆଶା ଆଶାରେ ରହିଗଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍
ସାଉଥାମ୍ପଟନ,୨୩।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟ୍ରଫି ହାତେଇବା ଆଶା ଆଶାରେ ହିଁ ରହିଗଲା। ଭାରତୀୟ ଦଳକୁ ୮ ଉଇକେଟରେ ହରାଇ ଡବ୍ଲ୍ୟୁଟିସି ଟ୍ରଫି ହାତେଇ...
କୋପା ଆମେରିକାରେ କରୋନା ସଙ୍କଟ
ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍ଙ୍କ ସମେତ ମୋଟ...
‘ମ୍ୟାଚ୍ ପ୍ରାକ୍ଟିସର ଅଭାବ ରୋହିତ, କୋହଲିଙ୍କୁ ବାଧିପାରେ’
ମୁମ୍ବାଇ,୬।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ମ୍ୟାଚ୍ ପ୍ରାକ୍ଟିସର ଅଭାବ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଚିନ୍ତିତ ନୁହନ୍ତି।...
ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
କ୍ରିକେଟର୍ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ରେ ସେ...
ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍ ଖେଳାଳି ଝାଙ୍ଗ୍ ଝିଝେନ୍
ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍ ଝିଝେନ୍ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...
ଫ୍ରେଞ୍ଚ୍ ଓପନ୍ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା
ପ୍ୟାରିସ୍,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ...
ଫ୍ରେଞ୍ଚ୍ ଓପନ ଟେନିସ୍: ଜୋକୋଭିଚ୍- ସିତିସ୍ପାସ୍ ଫାଇନାଲ
ପ୍ୟାରିସ୍,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍ ସିଡ୍...
ନକ୍ଆଉଟ୍ରେ ଡେନ୍ମାର୍କ: ରୁଷିଆ ୪-୧ ଗୋଲରେ ପରାସ୍ତ
କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ...


