E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କରୋନା ଓ ହ୍ବାଇଟ୍‌ ଫଙ୍ଗସ୍‌
7:21 amJune 17, 2021

ନାରାୟଣ ଚନ୍ଦ୍ର ବିଶ୍ୱାଳ

କୋଭିଡ୍‌ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ। ଏହି ସମୟରେ ଗୁଟ୍‌ଖା, ପାନ, ସିଗାରେଟ୍‌, ନାସ, ଖଇନିଠାରୁ ଦୂରେଇ ରୁହନ୍ତୁ। ପ୍ରତ୍ୟହ ବିଟାଡାଇନ୍‌ ବା କ୍ଲୋରହେକ୍ସିଡିନ କୁଳି ଦୁଇଥର କରନ୍ତୁ। କରୋନା ପ୍ରଭାବିତ ହୋଇ ଭଲ ହୋଇଥିବା ବ୍ୟକ୍ତି କୁଳୁକୁଞ୍ଚା ଓ ତଣ୍ଟିରେ କୁଳି ତିନିରୁ ପାଞ୍ଚଥର କରନ୍ତୁ। ଦାନ୍ତବିନ୍ଧା ବା ଦାନ୍ତମାଢ଼ି ବା ଗଳା ସଂକ୍ରମଣ, ଖସ୍‌ଖସ୍‌ ବା ଫୁଲା ଥିଲେ ତୁରନ୍ତ ଉପଚାର କରନ୍ତୁ। କୌଣସି ଅସ୍ତ୍ରୋପଚାର ଅତ୍ୟାବଶ୍ୟକ ଥିଲେ କୋଭିଡ୍‌ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ହ୍ବାଇଟ୍‌ ଫଙ୍ଗସ୍‌ ଲକ୍ଷଣ କ’ଣ ଆସନ୍ତୁ ଜାଣିବା। ବିନା ପୋକଖିଆ ବା ଡିକେ ନ ହୋଇ ତୀବ୍ର ଭାବରେ ଦାନ୍ତ ବିନ୍ଧିବା, ମୁଣ୍ଡ ବୁଲାଇବା, ମାଢ଼ିରେ ପୂଯ ହେବା, ପଚା ଦୁର୍ଗନ୍ଧ ହେବା ଓ ଧଳା ଫିମ୍ପି ଭଳି ମାଢ଼ି, ଗାଲ, ପେଟି, ଜ୍ଞାନଦାନ୍ତ ମୂଳ ଓ ତାଳୁରେ ଫଳିଯିବା। ଦାନ୍ତ ଡାକ୍ତରଙ୍କ ପାଖକୁ ଆସିବା ପୂର୍ବରୁ ବେଞ୍ଜାଇଲ ଡାଏମିନ୍‌ରେ ଦାନ୍ତ ପାଟି କୁଳୁକୁଞ୍ଚା ଦିନକୁ ଚାରିଥର କରନ୍ତୁ। ଶର୍କରା ଲେବଲ ଦେଖି ଦାନ୍ତ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ। ଏହା ବ୍ୟକ୍ତିଠୁ ବ୍ୟକ୍ତିକୁ ସଂକ୍ରମଣ କରେନାହିଁ। ତେଣୁ ଅତ୍ୟଧିକ ଶଙ୍କାଗ୍ରସ୍ତ ନ ହୋଇ ଔଷଧ ସେବନ ଠିକ୍‌ ଭାବରେ କରନ୍ତୁ। ଆସ୍କରେଜେଲସ ନାମକ କବକ ଫ୍ରିଜ୍‌ରେ ଦେଖାଦିଅନ୍ତି। ଖାଦ୍ୟ ତିନିରୁ ଅଧିକ ଦିନ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଫ୍ରିଜ୍‌, ସିଙ୍କ ବେସିନ ନିୟମିତ ସଫା କରନ୍ତୁ। ଗୁଟ୍‌ଖା, ଖଇନି, ନିଶାଠାରୁ ଦୂରରେ ରୁହନ୍ତୁ। ନଚେତ୍‌ ଏହା ବଢ଼ିଗଲେ ମୁଖ ହନୁହାଡ଼ ବା ମୁଖହାଡ଼, ନାକହାଡ଼ ପୂର୍ଣ୍ଣ ଅସ୍ତ୍ରୋପଚାର ସମ୍ଭାବନା ଅଛି।
ମୁଖ, ନାକ, ପାଟିର ଚିକିତ୍ସା ସମ୍ବନ୍ଧରେ କିଛି ଜାଣନ୍ତୁ। ଏହି ସମୟରେ ଲିଉକୋପ୍ଲାକିଆ, କ୍ୟାନ୍‌ସର, ଥାଇରଏଡ୍‌ ରୋଗ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ। ତେଣୁ ସତର୍କତା ଅବଲମ୍ବନ ସହ ଦନ୍ତ ଓ କର୍ଣ୍ଣ, ନାକ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଓ ପ୍ରତିକାର ବିଧେୟ। ଦାନ୍ତବିନ୍ଧା ଏକ ଭୀଷଣ ପ୍ରକ୍ରିୟା ହୋଇଥିବାରୁ ରୁଟ୍‌ କେନାଲ କରିଦେବା ଜରୁରୀ।
ବ୍ଲାକ ଫଙ୍ଗସ୍‌ କ’ଣ ପ୍ରଥମେ ବୁଝନ୍ତୁ। ମୁକରୋମାଇକୋସିସ୍‌ ନାମକ ମାଟିର କବକ ଏବେ ଭାଇରାଲ ହୋଇଛି। ଏହା ଏବେ କୋକୁଆ ଭୟ ସୃଷ୍ଟି କରିଛି। କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ଶରୀର ପ୍ରାକୃତିକ ଆର୍ଦ୍ରସ୍ଥାନ ଆଖି, ନାକ, ମୁଖ, ପାଟି, ଗଳାରେ ଏହାର ପ୍ରତିଫଳନ ହେବା ଦେଖାଯାଉଛି।
ପାଟିରେ ହ୍ବାଇଟ୍‌ ଫଙ୍ଗସ୍‌ କ’ଣ ଆସନ୍ତୁ ଜାଣିବା। ପାଟିରେ ହ୍ବାଇଟ୍‌ ଫଙ୍ଗସ୍‌ ସାଧାରଣତଃ ଗୁଟ୍‌ଖା ମାଢ଼ି ସଂକ୍ରମଣ, ଯକୃତ ସମସ୍ୟାରୁ ଦେଖା ଦେଇଥାଏ। ଏବେ କୋଭିଡ୍‌ ସୁସ୍ଥଙ୍କଠାରେ ପ୍ରତିରୋଧକ ଶକ୍ତି କମିବାରୁ ଓ ଅଚଳାବସ୍ଥାରୁ ଏହା ବହୁଧା ପରିଲକ୍ଷିତ। ଭୟଭୀତ ନ ହୋଇ ତୁରନ୍ତ ଡେଣ୍ଟାଲ ଓ ଓରାଲ ସର୍ଜନଙ୍କ ସହ ପରାମର୍ଶ କରନ୍ତୁ। ଆମ୍ପୋଟେରିସିନ୍‌ ଓ ନିଷ୍ଟାବିନ୍‌ ସହ କ୍ଲିଣ୍ଡାମାଇସିନ୍‌ର ସେବନ ଏହାକୁ ଏକ ସପ୍ତାହ ମଧ୍ୟରେ ପ୍ରଶମିତ କରେ। ସଂପୂର୍ଣ୍ଣ ଏକ ପାର୍ଶ୍ୱ ମାଢ଼ି ଓ ଗାଲପାଟି ସଂକ୍ରମଣ ହେଲେ ସ୍ଥଳବିଶେଷରେ ଏହାର ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ।
ଯେଉଁ ବ୍ୟକ୍ତିର ମୁଣ୍ଡ ଏବଂ ବେକ ସଂକ୍ରମିତ ହେଉଛି, ତାଙ୍କଠାରେ ସେହି ଫଙ୍ଗସ୍‌ ନିଃଶ୍ୱାସପ୍ରଶ୍ୱାସ ନେବାର ପଥ ଯଥା ନାକ ଏବଂ ସାଇନସ୍‌କୁ ବ୍ୟାପିବାର ଆଶଙ୍କା ରହିଛି। ଏହାପରେ ଏହି ଫଙ୍ଗସ୍‌ ଆଖି ଚାରିପଟେ ଥିବା ହାଡ଼ ଏବଂ ମସ୍ତିଷ୍କ ମଧ୍ୟକୁ ବ୍ୟାପିବା ସମ୍ଭାବନା ଥାଏ। ତେଣୁ ଏହାର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା ଆବଶ୍ୟକତା ରହିଛି। ଫଙ୍ଗସ୍‌ ସଂକ୍ରମଣଗୁଡ଼ିକ ମଧ୍ୟରେ ଏହା ସବୁଠୁ ଅଧିକ ହଠାତ୍‌ ଦେଖାଯାଉଥିବା ଏବଂ କ୍ଷତିକାରକ ରୋଗ। ଉକ୍ତ ରୋଗକୁ ଚିହ୍ନଟ କରିବା କଷ୍ଟସାଧ୍ୟ। ଏଥିଯୋଗୁଁ ରୋଗୀ ଆରୋଗ୍ୟ ହେବା ବିଳମ୍ବ ହୋଇଥାଏ। ଜ୍ୱର, ମୁଣ୍ଡବିନ୍ଧା, ନାକ ଏବଂ ଆଖି ଚାରିପଟେ ଚର୍ମ ଲାଲ ଏବଂ ଫୁଲିବା, ଆଖିପତା ଫୁଲିବା, ମୁହଁରେ ଯନ୍ତ୍ରଣା, ଦୃଷ୍ଟିଶକ୍ତି ନଷ୍ଟ ହୋଇଯିବା ଭଳି ବିଭିନ୍ନ ଲକ୍ଷଣ ଏହି ରୋଗରେ ଦେଖାଯାଇଥାଏ। ଅନ୍ୟ କୌଣସି ରୋଗ ଥିବା ପ୍ରମାଣିତ ହୋଇ ନଥିଲେ ମୁକରମାଇକୋସିସ୍‌ରେ ଆକ୍ରାନ୍ତ ହୋଇଥିବା ଧରିନେବା। ଏଥିପାଇଁ ଇଏନ୍‌ଟି ଡାକ୍ତରଙ୍କ ତୁରନ୍ତ ପରାମର୍ଶ ନେବା, ନାଜାଲ ଏଣ୍ଡୋସ୍କୋପି, ନାଜାଲ ସ୍ବାବ୍‌ ଏବଂ ଏମ୍‌ଆରଆଇ ସ୍କାନ ଆଦି କରାଇନେବା ଆବଶ୍ୟକ। ଉଭୟ ଔଷଧ ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ଏହି ରୋଗର ଚିକିତ୍ସା କରାଯାଇ ପାରିବ।
ବାକ୍‌ ଶ୍ରବଣ ବିଶେଷଜ୍ଞ ,‘ଧ୍ୱନୀ’, କାଠଗୋଲା ରୋଡ଼, ମଙ୍ଗଳାବାଗ, କଟକ,
ମୋ: ୯୪୩୮୨୭୬୭୬୦


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କେତେକ ଦୁଃଖ ସମୟରୁ ନିଜକୁ ବାହାରକୁ ଆଣି କିଛି ଭିନ୍ନ କାର୍ଯ୍ୟ କରି...

ଅସହାୟ ଜି ୭

ବ୍ରିଟେନ୍‌ କର୍ନଓ୍ବାଲ୍‌ର କାର୍ବିସ୍‌ ବେ’ଠାରେ ୧୧ରୁ ୧୩ ଜୁନ୍‌ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...

ବାଇଡେନ୍‌ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ

ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...

ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ।...

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...

ପୁଣି ମୁହାଁମୁହିଁ ଆମେରିକା-ଚାଇନା

ଲଳିତେନ୍ଦୁ ପଲାଉରୀ ଭିଡ୍‌-୧୯ ମହାମାରୀର ପ୍ରକୋପ ଯେମିତି ସମ୍ପୂର୍ଣ୍ଣ ମାନବ ସଭ୍ୟତାକୁ ଧ୍ବଂସର ଜ୍ବାଳାମୁଖୀ ଭିତରକୁ ଟାଣି ନେଇ ଚାଲିଛି। ଆଉ ଏସବୁ ଆଲୋଚନା କଲାବେଳେ...

ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା...

ଏଇ ଭାରତରେ

ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍‌ ଟିକାକରଣରେ ବେଶି ସାମିଲ ହୋଇପାରୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ୟୁରୋକପ୍‌ ଫୁଟ୍‌ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
Next Post Next post:
ରୋନାଲ୍ଡୋଙ୍କ ରେକର୍ଡ: ପର୍ତ୍ତୁଗାଲର ଦମ୍‌ଦାର ବିଜୟ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts