ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍ ଟିକାକରଣରେ ବେଶି ସାମିଲ ହୋଇପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି ବେଙ୍ଗାଲୁରୁର ଡ. ଶ୍ୱେତା ଅଗ୍ରଓ୍ବାଲ ‘ମାଇଁ ଭ୍ୟାକ୍’ ଷ୍ଟାର୍ଟଅପ୍ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଏମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେଉଛନ୍ତି। ଏଥିରେ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ସହଯୋଗ କରୁଛି। ଡିସେମ୍ବର ୨୦୨୦ରେ ଡ. ଅଗ୍ରଓ୍ବାଲ ତାଙ୍କର ଦୁଇ ବନ୍ଧୁଙ୍କ ସହ ମାଇଁ ଭ୍ୟାକ୍ ଷ୍ଟାର୍ଟଅପ୍ ଆରମ୍ଭ କରି ଘରେ ବୟସ୍କ ଏବଂ ପିଲାମାନଙ୍କୁ ପୋଲିଓ, ହେପାଟାଇଟିସ୍- ଏ ଆଣ୍ଡ୍ ବି ଏବଂ ଫ୍ଲୁ ଭାଇରସ୍ ଆଦି ଟିକା ଦେବା ଆରମ୍ଭ କରିବା ପରେ ଏବେ ଏହା ମାଧ୍ୟମରେ କୋଭିଡ୍ ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ନର୍ସ, ଡାକ୍ତର ଏବଂ ଟେକ୍ନିସିଆନଙ୍କ ସମେତ ୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବେଙ୍ଗାଲୁରୁ ବ୍ୟତୀତ ଟିକାକରଣ ଅଭିଯାନକୁ ମୁମ୍ବାଇ ଏବଂ ପୁଣେକୁ ସମ୍ପ୍ରସାରଣ କରାଯାଇଛି ଓ ୩ଟି ସହରରେ ୪୦ଟି କ୍ୟାମ୍ପ ଆୟୋଜନ କରାଯାଇ ଏବେ ସୁଦ୍ଧା ୬,୦୦୦ ଲୋକଙ୍କୁ ମାଗଣାରେ ଟିିକା ଦିଆଯାଇଛି। ଅଧିକ ଟିକା ଉପଲବ୍ଧ ହେଲେ ଦୈନିକ ୩୦୦୦ ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି ଓ ହାଇଦ୍ରାବାଦ ଏବଂ ଚେନ୍ନାଇରେଏହି ଅଭିଯାନକୁ ଆରମ୍ଭ କରାଯିବାର ଯୋଜନା କରାଯାଇଛି ବୋଲି କୁହନ୍ତି ଡ. ଅଗ୍ରଓ୍ବାଲ।
ସେଦିନ ଓ ଆଜିର ଲେଖା
ମୀରା ବେଉରା ଗୋଟିଏ ରାଜ୍ୟରେ ଦୁଇଜଣ କବି ଥିଲେ। ପ୍ରଥମ କବିଜଣକ ପ୍ରେମ, ଆନନ୍ଦ, ବିଷାଦ, ପ୍ରକୃତି, ସୌନ୍ଦର୍ଯ୍ୟ, ସମାଜ ତଥା ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ...
କଲେ ମଲ, ନ କଲେ ଭଲ
ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...
ଟେକ୍ ରିପୋର୍ଟର
କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ...
ଏଇ ଭାରତରେ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...
ପ୍ରତିବାଦର ସ୍ବର
ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...
ସାତ ଦଶନ୍ଧି ପରେ ବି ଅପରିପକ୍ୱ
ରବିନାରାୟଣ ସାମଲ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ରାଜନୀତିକୁ ବେଶ୍ ପ୍ରଭାବିତ କରିଛି। କାରଣ ନିର୍ବାଚନ ମଇଦାନରେ...
ଦୃଷ୍ଟିପଡ଼ୁ
କୋଭିଡ୍-୧୯ ମହାମାରୀ ଦେଶରେ ଅନେକ ପିଲାଙ୍କୁ ଅନାଥ କରିଛି। ଏହି ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜାତୀୟ ଶିଶୁ...
ଚିରାଗଙ୍କ ବଂଶ
ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା...


