E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ମାଙ୍ଗାଲୋର ନ ଯାଇ ମଙ୍ଗଳ
8:24 amJune 9, 2021

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଛନ୍ତି ବେଜୋସ୍‌। ସେ ଆମାଜନ ବିଜ୍‌ନେସ୍‌ ସହ ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଚୁର ନିବେଶ କରିଛନ୍ତି। ବେଜୋସ୍‌ଙ୍କ ବ୍ୟତୀତ ଟେସ୍‌ଲା କମ୍ପାନୀ ଓ ସ୍ପେସ୍‌-ଏକ୍ସର ମାଲିକ ଏଲନ୍‌ ମସ୍କ, ଭର୍ଜିନ ଗାଲାକ୍‌ଟିକର ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ, ବିଗେଲୋ ଏରୋସ୍ପେସ୍‌ ମାଲିକ ରବର୍ଟ ବିଗେଲୋ ପ୍ରମୁଖ ଅତି ଧନୀ ବ୍ୟକ୍ତିବିଶେଷ ମଧ୍ୟ ମହାକାଶ ଗବେଷଣାରେ ଅଧିକ ନିବେଶ କରିଛନ୍ତି। ଫେସ୍‌ବୁକ ମାଲିକ ମାର୍କ ଜୁକରବର୍ଗ ମଧ୍ୟ ଷ୍ଟାର୍‌ଶଟ୍‌ ପ୍ରୋଜେକ୍ଟ ଆରମ୍ଭ କରି ଏମାନଙ୍କ ସହ ସାମିଲ ହୋଇଛନ୍ତି। ମନେରଖିବାକୁ ହେବ ଯେ, ଏହି କ୍ଷେତ୍ରରେ ସ୍ପେସ୍‌-ଏକ୍ସ ସର୍ବାଗ୍ରେ ଅଛି। ସର୍ବପ୍ରଥମେ ପ୍ରାଇଭେଟ୍‌ କମ୍ପାନୀ ଭାବରେ ଏଲନ୍‌ ମସ୍କ ମହାକାଶକୁ ଯାନ ପଠାଇଥିଲେ। ଏହି ଗବେଷଣା କ୍ଷେତ୍ର ସହିତ ସମ୍ପୃକ୍ତ ଶିଳ୍ପ ଓ ତତ୍‌ସହିତ ଜଡ଼ିତ ଅର୍ଥନୀତି ବିଦେଶରେ ଗୁରୁତ୍ୱ ବହନ କରୁଛି। ବିଶେଷକରି ଆମେରିକାରେ ଘରୋଇ କମ୍ପାନୀଗୁଡ଼ିକର ଏହି କ୍ଷେତ୍ରରେ ପ୍ରବେଶ ଯୋଗୁ ତାହାର ଭବିଷ୍ୟତ ଅଛି ବୋଲି ଏବେ ଧାରଣା ସୃଷ୍ଟି ହେଉଛି। ମହାକାଶକୁ ଯାତ୍ରାର ଅର୍ଥ କେବଳ ପର୍ଯ୍ୟଟନରେ ସୀମିତ ରହିବ ନାହିଁ ବୋଲି ବୁଝାପଡ଼ିଲାଣି। ବେଜୋସ୍‌ଙ୍କ ଭଳି ବ୍ୟକ୍ତି ଏହି ଯାତ୍ରାରେ ଯିବେ ବୋଲି ଘୋଷଣା କରିବା ପରେ ତାହାର ଗୁରୁତ୍ୱ ବୃଦ୍ଧିପାଇଛି।
ସ୍ବୀକାର କରିବାକୁ ହେବ ଯେ, ମହାକାଶ ଯାତ୍ରା ସବୁବେଳେ ବିପଜ୍ଜନକ। ପୃଥିବୀକୁ ଫେରି ଆସିବାର ନିଶ୍ଚିତତା ନ ଥାଏ। ସେଥିପାଇଁ ବେଜୋସ୍‌ଙ୍କର ନିଷ୍ପତ୍ତି ଅଧିକ ଗୁରୁତ୍ୱ ଧାରଣ କରୁଛି, କାରଣ ଏଥିରୁ ବୁଝାପଡୁଛି ଯେ, ଏହି ଧନୀ ବ୍ୟକ୍ତିବିଶେଷ ନିଜ ଜୀବନକୁ ବାଜି ଲଗାଇବା ପଛରେ କେବଳ ବ୍ୟବସାୟିକ ଲାଭ ରହିଛି। ବେଜୋସ୍‌ ତାଙ୍କ ପ୍ରତିଯୋଗୀ ଭାବେ ସ୍ପେସ୍‌-ଏକ୍ସର ମାଲିକ ଏଲନ୍‌ ମସ୍କଙ୍କୁ ଆଖିଆଗରେ ରଖିଥିବା ଭଳି ମନେହେଉଛି। ଟେସ୍‌ଲା ଇଲେକ୍‌ଟ୍ରିକ୍‌ ଗାଡ଼ିର ନିର୍ମାତା ହେବା ସହିତ ଏଲନ୍‌ଙ୍କର ବ୍ୟବସାୟିକ ବୃଦ୍ଧି ଓ ମହାକାଶ ଗବେଷଣା ତାଙ୍କୁ ଏକ ଅତି ଉଚ୍ଚ ସ୍ଥାନକୁ ନେଇଗଲାଣି। ସମୟ ଥିଲା, ନିକଟ ଅତୀତ, ଯେତେବେଳେ ବେଜୋସ୍‌ଙ୍କୁ ପୃଥିବୀର ସର୍ବାଧିକ ଧନୀ ବ୍ୟକ୍ତି ବିବେଚନା କରାଯାଉଥିଲା। ଆଜି ସେହି ପରିସ୍ଥିତି ବଦଳିଯାଇଛି। ବ୍ୟକ୍ତିଗତ ଧନରେ ଏଲନ୍‌ ପୃଥିବୀର ସବୁଠାରୁ ଆଗକୁ ଚାଲିଗଲେଣି। ବ୍ୟବସାୟରେ ଆଧୁନିକ ପଦକ୍ଷେପ ନେବାର ସତ୍‌ସାହସ ଯୋଗୁ ତାଙ୍କର ଏଭଳି ଉନ୍ନତି ଘଟିପାରିଛି।
ମହାକାଶକୁ ଯିବାର ପ୍ରତିଯୋଗିତା ଏକ ବିପଦ ମଧ୍ୟ ସୃଷ୍ଟି କରିପାରେ। ଆଗୁଆ ରହିବା ଉଦ୍ୟମରେ ସମସ୍ତେ ଯଦି ଲାଗି ପଡ଼ିବେ, ତେବେ ତାହାର ଶିକାର ହେବ ଗବେଷଣା ଏବଂ ପ୍ରାରମ୍ଭିକ ପ୍ରସ୍ତୁତି। ତରବରିଆ ଭାବେ ଏହିଭଳି ବୈଜ୍ଞାନିକ ପରୀକ୍ଷଣ କରାଗଲେ ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯାଇ ନ ପାରେ। ଫଳସ୍ବରୂପ, ଭବିଷ୍ୟତରେ ମହାକାଶ ଦୁର୍ଘଟଣା ଘଟିବା ବୃଦ୍ଧି ପାଇବ। ତେବେ ଏଭଳି ପ୍ରତିଯୋଗିତା କାହିଁକି ହେଉଛି? ଉତ୍ତର ଭାବେ କୁହାଯାଇପାରେ ଯେ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡ଼ିକରେ ଅନେକ ଧାତୁ ରହିଛି, ଯାହାକୁ ହାତେଇବା ପାଇଁ ହୁଏତ ଏହି କମ୍ପାନୀମାନେ ବ୍ୟଗ୍ର। ଉଦାହରଣ ସ୍ବରୂପ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରି ସେଠାରୁ ମୂଲ୍ୟବାନ୍‌ ସମ୍ପଦ ଖନନ କରିବା ଲକ୍ଷ୍ୟ ଥାଇପାରେ। ଏଥିସହିତ ପର୍ଯ୍ୟଟନର ମଧ୍ୟ ଅନେକ ବ୍ୟବସାୟିକ ଗୁରୁତ୍ୱ ରହିଛି। ଭବିଷ୍ୟତ ପିଢ଼ି ଯଦି ଯଥେଷ୍ଟ ଧନୀ ହୋଇପାରିବେ, ତେବେ ମାଙ୍ଗାଲୋର ନ ଯାଇ ମଙ୍ଗଳ ଯିବେ।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ

ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍‌ ମହାମାରୀର ପ୍ରଭାବ ଏହାର...

ମିଛ ହେଲାଣି କାଳ

ଭାରତରେ କୋଭିଡ୍‌-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି...

ଏଇ ଭାରତରେ

ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା...

ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...

ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...

ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍‌ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍‌-୧୯...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଲାକ୍ଷାଦ୍ୱୀପ
Next Post Next post:
ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts