କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି ଦ୍ୱୀପାଞ୍ଚଳକୁ ବିକଶିତ କରିବା ଲକ୍ଷ୍ୟରେ ଅଣାଯାଇଥିବା ଲାକ୍ଷାଦୀପ ବିକାଶ କର୍ତ୍ତୃପକ୍ଷ ନିୟମାବଳୀ (ଏଲ୍ଡିଏଆର୍)କୁ ପ୍ରତ୍ୟାହାର କରି ଲକ୍ଷାଦ୍ୱୀପକୁ ନ୍ୟାୟ ଦରକାର ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସୋସିଆଲ ମିଡିଆରେ ‘ଲାକ୍ଷାଦ୍ୱୀପକୁ ରକ୍ଷାକର’ ଲେଖାଥିବା ବ୍ୟାନର ଦେଖିବାକୁ ମିଳିଛି। ୭ ଜୁନ୍ରେ ଅନେକ ଲୋକ ପାଣି ଭିତରେ ପଶିରହି ପ୍ରତିବାଦ କରିବା ସହିତ ୧୨ ଘଣ୍ଟିଆ ଆମରଣ ଅନଶନ କରି ପ୍ରଫୁଲଙ୍କୁ ହଟେଇବା ଲାଗି ଅଡ଼ି ବସିଛନ୍ତି।
ପ୍ରଶାସକଙ୍କ କାର୍ଯ୍ୟଧାରାରେ ଲୋକେ ଅତିଷ୍ଠ ହୋଇପଡ଼ିବା ପଛରେ ଅନେକ କାରଣ ରହିଛି। ୨୦୨୦ ଡିସେମ୍ବରରେ ଲାକ୍ଷାଦ୍ୱୀପର ଦାୟିତ୍ୱ ନେବା ପରେ ପ୍ରଫୁଲ ସେଠାରେ ତଟରକ୍ଷୀ ନିୟମର ଦ୍ୱାହିଦେଇ ମତ୍ସ୍ୟଜୀବୀଙ୍କ ବାସସ୍ଥାନକୁ ଭାଙ୍ଗିବା, ପୂର୍ବରୁ ମଦ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟେଇ ଦେବା, ଗୋମାଂସ ଉପରେ ରୋକୋ ଲଗାଇବା ଆଦି ଜନବିରୋଧୀ କାର୍ଯ୍ୟ କରିଛନ୍ତି। ଲାକ୍ଷାଦ୍ୱୀପର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ପ୍ରଶାସକ ଯେଉଁ ସଫେଇ ଦେଇଛନ୍ତି, ତାହାଦ୍ୱାରା ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଯାଇଛି। ଯଦି ସମ୍ପୃକ୍ତ ଦ୍ୱୀପାଞ୍ଚଳକୁ ଦେଖାଯାଏ ଲାକ୍ଷାଦ୍ୱୀପ ମାଳରେ ଥିବା ୩୬ଟି ଦ୍ୱୀପ ମଧ୍ୟରୁ ୧୦ଟିରେ ଜନବସତି ଅଛି। ଏହା ମୁଖ୍ୟତଃ ମୁସ୍ଲିମବହୁଳ। ଏଠାକାର ଲୋକସଂଖ୍ୟା ସରକାରୀ ଭାବେ ୬୪,୪୭୩ ଦର୍ଶାଯାଇଛି। ସମୁଦାୟ ଅଞ୍ଚଳରେ ଜଣେ ସାଂସଦ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବଭାରତୀୟ ସେବାର ବରିଷ୍ଠ ଅଧିକାରୀଙ୍କୁ ପ୍ରଶାସକ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ଥିବାବେଳେ ଲାକ୍ଷାଦ୍ୱୀପରେ ଅବସ୍ଥାପିତ ହୋଇଥିବା ପ୍ରଫୁଲ ପଟେଲ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ନେତା। ତାଙ୍କ ପିତା ଖୋଡ଼ାଭାଇ ରନ୍ଛୋଡ଼ଭାଇ ପଟେଲ ଆର୍ଏସ୍ଏସ୍ର ନେତା ଭାବେ ପରିଚିତ। ତାଙ୍କ ନିକଟକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଯାଆସ କରୁଥିଲେ ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି। ପ୍ରଫୁଲ ୨୦୧୦ରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୁଜରାଟର ଗୃହମନ୍ତ୍ରୀ ଥିଲେ। ୨୦୧୨ରେ ବିଧାନସଭା ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ତାଙ୍କର ମୋଦିଙ୍କ ସହ ଭଲ ସମ୍ପର୍କ ଥିଲା। ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଫୁଲଙ୍କୁ ସେ ୨୦୧୬ରେ ଡାମନ୍ ଓ ଡିୟୁର ପ୍ରଶାସକ ନିଯୁକ୍ତ କରିଥିଲେ। ଲାକ୍ଷାଦ୍ୱୀପର ପ୍ରଶାସକ ଥିବା ଦୀନେଶ୍ୱର ଶର୍ମାଙ୍କ ପରଲୋକ ପରେ ପ୍ରଫୁଲଙ୍କୁ ଏହି କେନ୍ଦ୍ରଶାସିତ ଅଞ୍ଚଳ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ମଧ୍ୟରେ ମିଶ୍ରଣ ଘଟି ଗଠିତ ହୋଇଥିବା ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ ଭାବେ ପ୍ରଫୁଲ ମଧ୍ୟ କାର୍ଯ୍ୟ କରୁଛନ୍ତି।
ଏବେ ଯାହା ଆଲୋଚନା ହେଉଛି ସେଥିରୁ ଜଣାପଡ଼ିଲାଣି ଯେ, କେନ୍ଦ୍ର ସରକାର ଅକ୍ଷୁଣ୍ଣ ରହିଥିବା କେତେକ ଦ୍ୱୀପକୁ କିଛି ଘରୋଇ ବ୍ୟବସାୟୀଙ୍କ ହାତରେ ଟେକି ଦେବାର ଉଦ୍ୟମ ଆରମ୍ଭ ହୋଇଛି। ଏହାଦ୍ୱାରା ପ୍ରାକୃତିକ ଭାରସାମ୍ୟ ନଷ୍ଟ ହେବା ସହିତ ଭବିଷ୍ୟତରେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।
ଶୁଦ୍ଧତାର ସାମର୍ଥ୍ୟ
ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...
ଏଇ ଭାରତରେ
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍-୧୯...
ଏଇ ଭାରତରେ
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...
ଫୁଲ ଚୋରି
ରୁଦ୍ର ପ୍ରସନ୍ନ ରଥ ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...
ଏଇ ଭାରତରେ
ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...
ପ୍ରତିବାଦର ସ୍ବର
ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...
ଶିକ୍ଷକତାକୁ ଦୂରୁ ଜୁହାର
ଅକ୍ଷୟ କୁମାର ମିଶ୍ର ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...


