ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମ ଅନ୍ୟତମ, ଯେଉଁଠାରେ ଜୁଲାଇ ୨୩ରେ ଉଦ୍ଘାଟନୀ ଉତ୍ସବ ଆୟୋଜନ କାର୍ଯ୍ୟକ୍ରମ ରହିଛି। କୋଭିଡ୍ ସମୟରେ ଗେମ୍ସ ଆୟୋଜନ ଏକପ୍ରକାର ରିସ୍କ। କାରଣ ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ରହିଛି ବୋଲି ଦେଶର ଅଧିକାଂଶ ନାଗରିକ ମତବ୍ୟକ୍ତ କରିଛନ୍ତି। ପୁନଶ୍ଚ ସ୍ଥାନୀୟ ସରକାର ଟୋକିଓ ସମେତ ଜାପାନର ଅନ୍ୟ କେତେକ ଅଞ୍ଚଳରେ ଜୁନ୍ ୨୦ ପର୍ଯ୍ୟନ୍ତ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହା ସତ୍ତ୍ୱେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ଟୋକିଓ ଅଲିମ୍ପିକ୍ସର ଆୟୋଜକଗଣ ଗେମ୍ସ ଆୟୋଜନ ନେଇ ଦୃଢ଼ପରିକର। ଉଦ୍ଘାଟନୀ ଉତ୍ସବ ଆଜିଠୁ ମାତ୍ର ୪୫ ଦିନ ରହିଛି। ଜରୁରିକାଳୀନ ପରିସ୍ଥିତି ଜାରି କରିବା ଦ୍ୱାରା ଟୋକିଓରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଯଥାସମ୍ଭବ ଖୁବ୍ଶୀଘ୍ର ପରିସ୍ଥିତିରେ ଉନ୍ନତି ଘଟିବ ବୋଲି ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ମଙ୍ଗଳବାର ଏକ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଆଶାପ୍ରକାଶ କରି କହିିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ସୁଦ୍ଧା ଦେଶର ୩.୬୬ ପ୍ରତିଶତ ଲୋକ କରୋନା ଟିକା ନେଇ ସାରିଛନ୍ତି। ୧୦.୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। କୋଭିଡ୍ରେ ଜାପାନରେ ପ୍ରାୟ ୧୩,୫୦୦ ଲୋକ ପ୍ରାଣ ହରାଇ ସାରିଲେଣି। ସରକାରଙ୍କ ଜଣେ ଉପଦେଷ୍ଟା ତଥା ତୋହୋକୁ ୟୁନିଭର୍ସିଟିର ଭିରୋଲୋଜିଷ୍ଟ ଡକ୍ଟର ହିରୋଶି ଓସିତାନି ଇତିମଧ୍ୟରେ ଚେତାଇ ଦେଇଛନ୍ତି ଯେ ଅଲିମ୍ପିକ୍ସ ପରେ ପରେ ଜାପାନ ଏବଂ ଅନ୍ୟ ଦେଶରେ ସଂକ୍ରମଣର ଆଶଙ୍କା ରହିଛି। ଅଲିମ୍ପିକ୍ସ ସୁରକ୍ଷିତ ଭାବେ ଆୟୋଜନ ହୋଇପାରିବ ବୋଲି ଉଭୟ ସରକାର ଓ ଆଇଓସି ପକ୍ଷରୁ ଯଦିଓ ଦୃଢତାର ସହ କହୁଛନ୍ତି, କିନ୍ତୁ ପ୍ରତ୍ୟେକେ ଭଲରୂପେ ଜାଣନ୍ତି ଗେମ୍ସ ଆୟୋଜନ କରିବା ଏକପ୍ରକାର ରିସ୍କ। ବିନା ରିସ୍କରେ ଅଲିମ୍ପିକ୍ସ ଶତ ପ୍ରତିଶତ ଅସମ୍ଭବ ବୋଲି ଓସିତାନି କହିଛନ୍ତି। ଆୟୋଜକ କମିଟି ସିଇଓ ତୋସିରୋ ମୁତୋ କହିଛନ୍ତି, ବିଦେଶରୁ ଆସିବାକୁ ଥିବା ଗଣମାଧ୍ୟମ କର୍ମଚାରୀମାନେ କୋଭିଡ୍ ପ୍ରୋଟୋକଲକୁ ଠିକଣାରୂପେ ମାନୁଛନ୍ତି କି ନା ତାହା ଜିପିଏସ୍ ଦ୍ୱାରା ମନିଟର କରାଯିବ।
କୋପା ଆମେରିକାରେ କରୋନା ସଙ୍କଟ
ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍ଙ୍କ ସମେତ ମୋଟ...
ଭାରତୀୟ ଦଳରୁ ବାଦ୍ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...
ଇତିହାସ ରଚିଲେ ଏହି କ୍ରିକେଟର୍: ୬୧ ବର୍ଷ ପରେ କଲେ ଏମିତି କାରନାମା
ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...
ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍ ସସ୍ପେଣ୍ଡ
ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍ଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରୁ ସେ ନିଜକୁ ଦୂରେଇ...
ସହାୟ ହେଉନି ଭାଗ୍ୟ
ସାଉଥାମ୍ପଟନ,୨୦।୬: ନ୍ୟୁଜିଲାଣ୍ଡର ବୋଲରଙ୍କ ସାମ୍ନାରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଲା ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ। ମାତ୍ର ୨୧୭ ରନ୍ରେ ସୀମିତ ରହିଥିଲା...
ଏହି କ୍ରିକେଟର୍ଙ୍କ ହୃଦୟ ଭାଙ୍ଗିଲା: ୨୭ ଶତକ ମାରିବା ସତ୍ତ୍ୱେ ଦଳରରେ ମିଳିଲାନି ସୁଯୋଗ
ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ୩ଟି ଏକଦିବସୀୟ ଏବଂ ୩ ଟି -୨୦ ମ୍ୟାଚ ପାଇଁ ଦଳର ଓପନର୍ ଶିଖର...
ଭାବୁକ ହେଲେ ସିରାଜ: ସେ ପୁରୁଣା ବାଇକ୍କୁ ସାଇତି ରଖିଛି, ବହୁତ କିଛି ମନେ ପଡିଯାଏ’
ନୂଆଦିଲ୍ଲୀ,୪।୬: ଗତ ବର୍ଷ ଭାରତୀୟ ଟିମ୍ରୁ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ ଦ୍ରୁତ ବୋଲର୍ ମହମ୍ମଦ ସିରାଜ। ଏବେ ସେ ସଫଳତାର ଗୋଟିଏ ପରେ ଗୋଟିଏ...
ପଡିଆରେ ଭାଙ୍ଗ୍ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...


