ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍ଙ୍କ ସମେତ ମୋଟ ୫୨ଜଣ ସଂକ୍ରମିତ ହେବା କଥା ବ୍ରାଜିଲ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ପୂର୍ବରୁ ୪୧ଟି କେସ ଦେଖାଦେଇଥିଲା। ଏବେ ଟୁର୍ନାମେଣ୍ଟରୁ ଆଉ ୧୯ ଜଣ ଓ୍ବାର୍କର ବା ଶ୍ରମିକ ସଂକ୍ରମିତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
କିଛି ଶ୍ରମିକ ବ୍ରାସିଲିଆରେ ରହୁଛନ୍ତି। ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍ରେ ଭେନିଜୁଏଲାକୁ ୩-୦ ଗୋଲରେ ହରାଇଥିଲା। ସେହିପରି ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଭେନିଜୁଏଲା ଦଳ କରୋନା ଯୋଗୁ ପ୍ରଭାବିତ ହୋଇଥିଲା। କେତେଜଣ ଖେଳାଳି ଓ ଷ୍ଟାଫ୍ ଏଥିରେ ସଂକ୍ରମିତ ହୋଇଥିଲେ। ବଲିଭିଆ ଦଳର ମଧ୍ୟ ୩ଜଣ ଖେଳାଳି ଏଥିପାଇଁ ବାଦ୍ ପଡିଥିଲେ।
ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସ କରୋନା ପଜିଟିଭ ବୋଲି ବଲିଭିଆ ଗଣମାଧ୍ୟମ ଖବର ପ୍ରକାଶିତ କରିଥିଲା। ମାର୍ଟିନ୍ସ ଏଥିପାଇଁ ଦକ୍ଷିଣ ଆମେରିକା ଫୁଟ୍ବଲ ପ୍ରଶାସନିକ ସଂସ୍ଥା କନ୍ମେବୋଲଙ୍କୁ ଦାୟୀ କରିଥିଲେ। କେବଳ ସେତିକି ନୁହେଁ କଲମ୍ବିଆ, ପେରୁ ଓ ବଲିଭିଆର କେତେଜଣ ଷ୍ଟାଫ୍ କରୋନା ପଜିଟିଭ ବୋଲି ଜଣାପଡିଛି। କୋପା ଆମେରିକାରେ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆୟୋଜକ ବ୍ରାଜିଲରେ ବିଶ୍ୱର ସବୁଠାରୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି। ଏଥିରେ ମୋଟ ୪, ୯୦,୦୦୦ ପ୍ରାଣ ହରାଇଛନ୍ତି। ପ୍ରଥମେ କୋପା ଆମେରିକା ଆର୍ଜେଣ୍ଟିନା ଓ କଲମ୍ବିଆରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ମେଗା ଇଭେଣ୍ଟକୁ ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା
ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...
ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା
ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ନେଇଥିବା ଖେଳାଳି ତାଲିକାରେ ତୃତୀୟ...
ମ୍ୟାଚ୍ର ପ୍ରଥମ ବଲ୍ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍: ଜାଣନ୍ତୁ କାହିଁକି
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...
ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ।...
ଫାଇନାଲ ପୂର୍ବରୁ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ: ସମସ୍ତେ କରିବେ ପ୍ରଶଂସା
ଲଣ୍ଡନ,୧୮।୬: ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଜଣେ ଭଲ ବ୍ୟାଟ୍ସମ୍ୟାନ ତଥା ଜଣେ ଚମତ୍କାର ବ୍ୟକ୍ତି। ଡବ୍ଲୁଟିସି ଫାଇନାଲ ପୂର୍ବରୁ, କେନ ୱିଲିୟମ୍ସନ ପୁଣି ଥରେ...
ଟିମ୍ ଇଣ୍ଡିଆ ଖେଳାଳି କେହି କାହାକୁ ଭେଟି ପାରିବେ ନାହିଁ
ସାଉଥାମ୍ପଟନ,୪।୬ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ...


