ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ପି.ଟି. ଉଷା ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି। ମିଲ୍ଖା ହେଉଛନ୍ତି ପ୍ରକୃତ କ୍ରୀଡ଼ା ସୁପରଷ୍ଟାର, ଯିଏକି ଦେଶର ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ପି.ଟି. ଉଷା: ମୋ ଆଦର୍ଶ ତଥା ପ୍ରେରଣାର ଉତ୍ସ ମିଲ୍ଖା ସିଂ ଜୀଙ୍କ ବିୟୋଗରେ ଦୁଃଖର କଳାବାଦଲ ଛାଇଯାଇଛି।
ସୌରଭ ଗାଙ୍ଗୁଲି: ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତ ଜଣେ ମହାନ୍ କ୍ରୀଡ଼ାବିତ୍ଙ୍କୁ ହରାଇଲା। ତାଙ୍କ କ୍ୟାରିୟର ପ୍ରତି ଦୃଷ୍ଟି ଦେଲେ ଜଣେ ଆଥ୍ଲେଟ ହେବାର ସ୍ବପ୍ନ ଦେଖିଥାଏ।
ମେରୀ କମ୍: ଆମେ ଜଣେ ଜାତୀୟ ହିରୋଙ୍କୁ ହରାଇଲୁ।
କ୍ରିଷ୍ଣା ପୁନିଆ: ‘ଫ୍ଲାଇଂ ଶିଖ୍’ ଭାବେ ଯେଉଁ ସ୍ବତନ୍ତ୍ର ପରିଚୟ ପାଇଛନ୍ତି ତାହା ସବୁଦିନ ପାଇଁ ଅମର ରହିବ। ଆଗକୁ ସେ ପିଢ଼ି ପିଢ଼ି ଧରି ପ୍ରେରଣାର ଉତ୍ସହୋଇ ରହିବେ।
ଶୁଭଙ୍କର ଶର୍ମା (ଗଲ୍ଫ ଖେଳାଳି): ମିଲ୍ଖା ଅଙ୍କଲ ଚାଲିଗଲେ ତାହା ବିଶ୍ୱାସ କରିହେଉ ନାହିଁ। ତାଙ୍କ ସହିତ ସାକ୍ଷାତ୍ କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି। ତାଙ୍କ ନିକଟକୁ ମୁଁ ଯେତେଥର ଯାଇଛି ନୂଆ ନୂଆ ଶିକ୍ଷା ଲାଭ କରିଛି।
ହିମା ଦାସ: ୨୦ ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ ଏବଂ ଏସିଆନ ଗେମ୍ସରେ ପଦକ ଜିତିବା ପରେ ମିଲ୍ଖା ସିଂ ସାର୍ ମୋତେ ଫୋନ୍ କରିଥିଲେ। ‘ତୁମ ପାଖରେ ଯଥେଷ୍ଟ ସମୟ ଅଛି। କଠିନ ପରିଶ୍ରମ କଲେ ଦେଶ ପାଇଁ ତୁମେ ସ୍ବର୍ଣ୍ଣ ଜିତିପାରିବ’ ବୋଲି ସେ ମୋତେ କହିଥିଲେ। ଜବାବରେ ମୁଁ ଆପଣଙ୍କ ସ୍ବପ୍ନ ସାକାର କରିବି ବୋଲି କହିଥିଲି।
ବୀରେନ୍ଦ୍ର ସେହ୍ବାଗ: ମହାନ୍ ବ୍ୟକ୍ତି ମିଲ୍ଖା ସିଂ ଜୀ ହୁଏତ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରି ଚାଲିଯାଇଛନ୍ତି, ଅଦ୍ୟମ ଉତ୍ସାହ ଓ ଶକ୍ତି ପାଇଁ ସେ ସବୁବେଳେ ଆମ ପାଖରେ ଅମର ହୋଇ ରହିବେ। ସେ ପିଢ଼ି ପିଢ଼ି ଧରି କ୍ରୀଡ଼ାବିତ୍ଙ୍କ ଲାଗି ପ୍ରେରଣା ଓ ଆଦର୍ଶ ହୋଇ ରହିବେ।
ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ସଫଳତା ହାସଲ ସମ୍ଭବ ବୋଲି ମିଲ୍ଖା ସିଂ ସାର୍ କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି।
ଦିନେ ରାସ୍ତାରେ ଭୋକିଲା ବୁଲୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
କେନିଆର ପୂର୍ବତନ ଅଧିନାୟକ ମରିସ ଓଡୁମ୍ବେ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। କେନିଆର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଓଡୁମ୍ବେ ଅନ୍ୟତମ। ତାଙ୍କ ଅଧିନାୟକତ୍ୱରେ ୧୯୯୬...
ଡବ୍ଲୁଟିସି ଫାଇନାଲ୍ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍ ରାଶି ଠାରୁ ବି କମ୍
ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...
ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍ ଶୁଭମନ ଗିଲ୍: ମିଳିଲା ରୋଚକ ଉତ୍ତର
ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...
ପ୍ରଥମ ପାଳିରେ ମାତ୍ର ୧୫ ରନ୍ ଅଲଆଉଟ୍ ହୋଇଯାଇଥିଲା ଏହି ଦଳ, ତଥାପି ୧୫୫ ରନ୍ରେ ଜିତିଥିଲା ମ୍ୟାଚ୍: ଜାଣନ୍ତୁ କେମିତି
କ୍ରିକେଟ ପଡ଼ିଆରେ ଅନେକ ସମୟରେ ଚମତ୍କାର ଘଟେ। ଅନେକ ମ୍ୟାଚ ଏପରି ଖେଳାଯାଇଛି ଯେତେବେଳେ ଏକ ଦଳର ପରାଜୟ ନିଶ୍ଚିତ ମନେହୁଏ, କିନ୍ତୁ ଏହା ସତ୍ତ୍ୱେ...
ଫ୍ରେଞ୍ଚ୍ ଓପନ ଟେନିସ୍: ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍, ନାଡାଲ
ପ୍ୟାରିସ୍,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍, ତୃତୀୟ...
‘ମ୍ୟାଚ୍ ପ୍ରାକ୍ଟିସର ଅଭାବ ରୋହିତ, କୋହଲିଙ୍କୁ ବାଧିପାରେ’
ମୁମ୍ବାଇ,୬।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ମ୍ୟାଚ୍ ପ୍ରାକ୍ଟିସର ଅଭାବ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଚିନ୍ତିତ ନୁହନ୍ତି।...
ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ
ଅକ୍ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍ ଗଦା କେଉଁଠି। ଏପରି କି ଗଦା ସହ...
ସ୍ପେନ୍- ପୋଲାଣ୍ଡ ମ୍ୟାଚ୍ ଡ୍ର
ସେଭିଲ,୨୧।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧...


