ନୂଆଦିଲ୍ଲୀ,୪।୬(ପି.ଟି.):
ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍ଡମ୍ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବାର କିଛି ସପ୍ତାହ ପରେ ତାଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ପ୍ରଦାନ କରାଯାଇଛି ବୋଲି ଗୁରୁବାର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ତରଫରୁ ପ୍ରକାଶ କରାଯାଇଛି। ଏଥିପାଇଁ ସାନିଆ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରିଜିଜୁଙ୍କ ହସ୍ତକ୍ଷେପ ପରେ ତାଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।
୬ଟି ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୩୪ ବର୍ଷୀୟା ସାନିଆ ସାହାଯ୍ୟ ପାଇଁ ସମସ୍ତଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। ପୁଅ ଇଜହାନ ଓ ଭଉଣୀ ଅନମଙ୍କୁ ଭିଜା ମିଳିଥିବାରୁ ସମସ୍ତଙ୍କଠାରେ କୃତଜ୍ଞ ବୋଲି ସେ ଉଲ୍ଲେଖ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସାନିଆ ଜୁନ୍ ୧୪ରୁ ଆରମ୍ଭ ହେବାକୁ ଥିବା ବର୍ମିଂହାମ ଓପନ୍, ଜୁନ୍ ୨୦ରୁ ଆରମ୍ଭ ହେବାକୁ ଥିତ୍ବା ଇଷ୍ଟବର୍ନ ଓପନ ଓ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଓ୍ବିମ୍ବେଲଡନ ଓପନରେ ଅଂଶଗ୍ରହଣ କରିବେ। ରିଜିଜୁ ମଧ୍ୟ ସାନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ତୁମ ପାଇଁ ଗର୍ବିତ ଓ ଅଲିମ୍ପିକ୍ସରେ ଭାରତ ତରଫରୁ ପୁଣି ଥରେ ପ୍ରତିନିଧିତ୍ୱ କରୁଥିବାରୁ ରିଜିଜୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଥାଉ କି, ସାନିଆ ସରକାରଙ୍କ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ (ଟପ୍ସ)ରେ ସାମିଲ ହୋଇଛନ୍ତି। ସାନିଆଙ୍କୁ ଭିଜା ମିଳିଥିଲେ ମଧ୍ୟ ତାଙ୍କ ଭଉଣୀ ଓ ପୁଅକୁ କରୋନା ମହାମାରୀ ପାଇଁ ଭିଜା ପ୍ରଦାନ କରାଯାଇ ନ ଥିଲା। କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ହୋଇଥିବାରୁ ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ ବୋଲି ସାନିଆ କହିଛନ୍ତି।
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ପାରାଗୁଏଠାରୁ ହାରିଲା ବଲିଭିଆ
ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ...
ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା
ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ନେଇଥିବା ଖେଳାଳି ତାଲିକାରେ ତୃତୀୟ...
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
ଫ୍ରେଞ୍ଚ୍ ଓପନ୍ ଟେନିସ: ନାଡାଲ, ସିତ୍ସିପାସ, ଜେଭରେଭ ସେମିଫାଇନାଲରେ
ପ୍ୟାରିସ, ୧୦।୬- ସ୍ପେନ୍ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍ର ଷ୍ଟିଫାନୋସ ସିତ୍ସିପାସ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ହେଲେ ମାଷ୍ଟର ବ୍ଲାଷ୍ଟର…
ନୂଆଦିଲ୍ଲୀ,୨୦।୬: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...
ସାଉଥାମ୍ପଟନରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଲଣ୍ଡନ, ୩।୬:ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନର ଏଜେସ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ପାଇଁ...


