ପ୍ୟାରିସ, ୯।୬-ସ୍ଲୋଭାନିଆର ତାମାରା ଜିଡାନସେକ୍ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ୭-୫, ୪-୬, ୮-୬ ସେଟ୍ରେ ସ୍ପେନର ପାଉଲା ବଦୋସାଙ୍କୁ ପରାସ୍ତ କରିଛନ୍ତି। ସ୍ଲୋଭାନିଆର ପ୍ରଥମ ମହିଳା ଟେନିସ ଖେଳାଳିଭାବେ ଜିଡାନସେକ୍ କୌଣସି ବଡ଼ ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଏହା ପୂର୍ବରୁ ଶ୍ରେଷ୍ଠ ପ୍ରଦର୍ଶନ ସ୍ବରୂପ ସେ ଥରେ ଲେଖାଏ ଅଷ୍ଟ୍ରେଲିଆନ ଓ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ୨ ଥର ସେ ଫ୍ରେଞ୍ଚ୍ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୂର୍ବରୁ ସ୍ଲୋଭାନିଆର ଶ୍ରେଷ୍ଠ ପ୍ରଦର୍ଶନକାରୀ ମହିଳା ଖେଳାଳିଭାବେ କାଟାରିନା ସ୍ରେବୋନିକ୍ ଫ୍ରେଞ୍ଚ୍ ଓପନ ଏବଂ ୟୁଏସ୍ ଓପନର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ପ୍ରବେଶ କରିଥିଲେ।
ମହିଳା ସିଙ୍ଗଲ୍ସର ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ଇଗା ସ୍ବିଟେକ ୬-୩, ୬-୪ ସେଟ୍ରେ ମାର୍ତା କଷ୍ଟ୍ୟୁକଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବିଟେକ ବୁଧବାର କ୍ୱାର୍ଟର ଫାଇନାଲରେ ମାରିକା ସାକାରୀଙ୍କୁ ଭେଟିବେ। ଏହି ଦିନ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲା କୋକା ଗୌଫ ଏବଂ ବର୍ବରା କ୍ରେଜିକୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ।
ମଙ୍ଗଳବାର ପୁରୁଷ ଡବଲ୍ସରେ ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ କ୍ୱାର୍ଟରରେ ନିକୋଲାସ ମାହୁଟ-ପିଏରେ ହ୍ୟୁଗ୍ସ ହର୍ବର୍ଟ ୭-୬(୭/୫), ୬-୧ ସେଟ୍ରେ ଟୋମିସ୍ଲାଭ ବର୍କିକ-ନିକୋଲା କାକିକ୍ ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜୁଆନ ସେବାଷ୍ଟିଆନ କାବାଲ-ରବର୍ଟ ଫାରା ଯୋଡ଼ି ୬-୨, ୬-୭(୩/୭), ୭-୫ ସେଟ୍ରେ କେଭିନ କ୍ରାଓ୍ବିଜ-ହୋରିଆ ଟେକାଉ ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ମହିଳା ଡବଲ୍ସରେ ମଧ୍ୟ ୨ଟି କ୍ୱାର୍ଟର ଫାଇନାଲ ଆୟୋଜିତ ହୋଇଛି। ବେଥାନି ମାଟେକ ସାଣ୍ଡ୍ସ-ଇଗା ସ୍ବିଟେକ ଯୋଡ଼ି ୬-୩, ୬-୨ ସେଟ୍ରେ ଡାରିଜା ଜୁରାକ-ଆନ୍ଦ୍ରେଜା କ୍ଲେପାକ୍ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ସେହିପରି କ୍ୟାଟରିନା ସିନିକୋଭା-ବାର୍ବରା କ୍ରେଜିକୋଭା ଯୋଡ଼ି ୬-୪, ୬-୪ ସେଟ୍ରେ କ୍ରିଷ୍ଟିନା ପ୍ଲିସ୍କୋଭା-କାରୋଲିନା ପ୍ଲିସ୍କୋଭା ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ଗୁଲିଆନା ଓଲମୋସ-ଜୁଆନ ସେବାଷ୍ଟିଆନ କାବାଲଙ୍କ ବିପକ୍ଷରେ ଓ୍ବାକ୍ଓଭର ପାଇ ଜୋ ସାଲିସବୁରି-ଡେଜିରେ କ୍ରାଓ୍ବଜିକ୍ ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ଏଲିନା ଭେସନିନା-ଅସଲାନ କାରାତ୍ସେଭ ଯୋଡ଼ି ୬-୪, ୬-୧ ସେଟ୍ରେ ଓ୍ବେଜଲି କୁଲ୍ଫ-ଡେମି ସ୍କୁର୍ସଙ୍କୁ ହରାଇ ଫାଇନାଲରେ ପହଞ୍ଚତ୍ଛନ୍ତି।
ଉଦ୍ଘାଟନୀ ମ୍ୟାଚ୍ରେ ଇଟାଲୀର ବୃହତ୍ ବିଜୟ
ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
ଖେଳାଇ ଦେଉନି ୟୁକେର ପାଗ
ସାଉଥାମ୍ପଟନ, ୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଦିନକୁ ବର୍ଷା ଧୋଇ ଦେବା ପରେ ପର୍ଯ୍ୟାପ୍ତ ଆଲୋକ ଅଭାବରୁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା...
ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି
ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...
ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର
ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ।...
ଆଶଙ୍କା ବଢାଇଲା ବର୍ଷା
ସାଉଥାମ୍ପଟନ,୨୧।୬: ସ୍ଥାନୀୟ ରୋଜ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ରେ ବର୍ଷା ଖଳନାୟକ ସାଜିଛି।...
ଏକଦା ରାଗିକରି ବିସିସିଆଇକୁ କରିଥିଲେ କଟାକ୍ଷ; ଏବେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ମିଳିଲାନି ସୁଯୋଗ, ନିରାଶ ହୋଇ…
ନୂଆଦିଲ୍ଲୀ,୧୧।୬: ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ନେଇ ଗୁରୁବାର ୨୦ ଜଣିଆ ଭାରତୀୟ ଟିମ୍ର ଘୋଷଣା କରାଯାଇଥିଲା। ଅନେକ ଯୁବ...


