କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍-୧୯ ପୀଡ଼ିତଙ୍କ ନିକଟରେ ଖାଦ୍ୟ, ଓଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଉଛନ୍ତି। ଏହି ଅଭିଯାନକୁ ବ୍ୟାପକ କରିବା ଲାଗି ସେ ଏକ ଟିମ୍ ଗଠନ କରିଛନ୍ତି। ଏଥିତ୍ରେ ବିଭିନ୍ନ ସହରରୁ ୬୦୦ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି। ଏମାନଙ୍କୁ କୁହାଯାଉଛି ଭଲ୍ୟୁଣ୍ଟିୟର ସାଇକ୍ଲିଷ୍ଟ। ସତ୍ୟ ଏବଂ ତାଙ୍କ ଟିମ୍ ସାଇକେଲରେ ଦିନକୁ ୧୦୦ରୁ ଊର୍ଦ୍ଧ୍ୱ କୋଭିଡ୍ ରୋଗୀ ଓ ବରିଷ୍ଠ ନାଗରିକଙ୍କୁୁ ଜିନିଷ ଯୋଗାଉଛନ୍ତି। ସତ୍ୟଙ୍କ ଟିମ୍ର ଉକ୍ତ ରିଲିଫ୍ ରାଇଡର୍ମାନେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ହୁବଲି-ଧରଓ୍ବାଡ, ସିଲଭାସା, ଗୁଆହାଟୀ, ଗୁରୁଗ୍ରାମ, ଜୟପୁର ଏବଂ ବେଲାଗାଭି ଆଦି ୧୦ଟି ସହରରେ ଖାଦ୍ୟ, ଓଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦେଉଛନ୍ତି। ସେମାନେ ଓଷଧ ଓ ଜିନିଷ ଡେଲିିଭରି କରିବା ସମୟରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି।
ପ୍ରତିବାଦର ସ୍ବର
ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...
ଏଇ ଭାରତରେ
ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ସହଜ ରାସ୍ତା ନାହିଁ
ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ...
ଏଇ ଭାରତରେ
କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...
ଅଫିମ ହୋଇଛି ଧର୍ମ
ଡ. ଛାୟାକାନ୍ତ ଷଡ଼ଙ୍ଗୀ କାର୍ଲ ମାର୍କ୍ସ ପ୍ରଚଳିତ ଧର୍ମକୁ ଅଫିମ ବୋଲି କହିଛନ୍ତି। ସେ ଜଣେ ୟୁରୋପୀୟ ହୋଇଥିବାରୁ ଖ୍ରୀଷ୍ଟଧର୍ମକୁ ହିଁ ଆଲୋଚନାର ଭୂମି ରୂପେ...
ଜି୭ର ମିଥ୍ୟା ପ୍ରତିଶ୍ରୁତି
ଜେମ୍ସ କେ.ଗଲବ୍ରେଥ୍ ନିକଟରେ ଏକ ନିବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ୟୁନାଇଟେଡ୍ ଷ୍ଟେଟ୍ସ ୍ଏଜେନ୍ସି ଫର୍ ଇଣ୍ଟର୍ନ୍ୟାଶନାଲ ଡେଭଲପ୍ମେଣ୍ଟର ନୂଆ ପ୍ରଶାସକ ସାମଂଥା ପାଓ୍ବାରଙ୍କ...
କରୋନା କୁଟିର
ସମରେନ୍ଦ୍ର ବଳିଆରସିଂହ କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି...


