ପ୍ୟାରିସ୍,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍ ସିଡ୍ ସର୍ବିଆର ନୋଭାକ ଜୋକୋଭିଚ୍ ଓ ପଞ୍ଚମ ସିଡ୍ ଗ୍ରୀସ୍ର ଷ୍ଟିଫାନୋସ ସିତିସ୍ପାସ ପରସ୍ପରକୁ ଭେଟିବେ। ପ୍ରଥମ ସେମିରେ ସିତିସ୍ପାସ ମାରାଥନ ୬-୩, ୬-୩, ୪-୬, ୪-୬, ୬-୩ ସେଟ୍ରେ ଷଷ୍ଠ ସିଡ୍ ଖେଳାଳି ଜର୍ମାନୀର ଆଲେକଜାଣ୍ଡର ଜେଭରେଭଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲରେ କ୍ଲେ କୋର୍ଟର ରାଜା କୁହାଯାଉଥିବା ରାଫାଲ ନାଡାଲ ଆଶ୍ଚର୍ଯ୍ୟଜନକ ଭାବେ ଜୋକୋଭିଚ୍ଙ୍କଠାରୁ ପରାସ୍ତ ହୋଇ ବିରଳ ବିଫଳତାର ସମ୍ମୁଖୀନ ହୋଇଥିଲେ। ଜୋକୋଭିଚ୍ ୪ ଘଣ୍ଟାରେ ୩-୬, ୬-୩, ୭-୬, ୬-୨ ସେଟ୍ରେ ବିଜୟୀ ହୋଇ ଫାଇନାଲକୁ ଉଠିଥିଲେ।
ନାଡାଲ ନିରାଶ
ଫ୍ରେଞ୍ଚ୍ ଓପନ୍ରେ ନାଡାଲ ରେକର୍ଡ ୧୩ଥର ଟାଇଟଲ ଜିତିଥିଲେ ଓ ଏହି ଟୁର୍ନାମେଣ୍ଟ ଅପ୍ରତିଦ୍ୱନ୍ଦ୍ୱୀ ମନେ ହେଉଥିଲେ। ତେବେ ଏହି ପରାଜୟ ତାଙ୍କ ପାଇଁ ଭିନ୍ନ ଅନୁଭୂତି ଆଣି ଦେଇଛି। ଏହି କ୍ଲେ କୋର୍ଟ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ନାଡାଲ ସେମି ପରେ ପରାସ୍ତ ହୋଇଛନ୍ତି। ମୋଟ ଉପରେ ଟୁର୍ନାମେଣ୍ଟରେ ସେ ୩ଥର ପରାସ୍ତ ହୋଇଛନ୍ତି ଓ ୨ଥର ସେ ଜୋକୋଭିଚ୍ଙ୍କଠାରୁ ହାରିଛନ୍ତି। ଗତ ୪ଟି ସଂସ୍କରଣରେ ସେ ଟାଇଟଲ ହାସଲ କରିଥିଲେ। ମୋଟ ଉପରେ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ନାଡାଲ ରୋଜର ଫେଡରରଙ୍କ ସମକକ୍ଷ ହୋଇଛନ୍ତି। ଅନ୍ୟପଟେ ଜୋକୋଭିଚ୍ ପଞ୍ଚମଥର ପାଇଁ ଫ୍ରେଞ୍ଚ୍ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ୨୦୧୬ରେ ଥରେ ମାତ୍ର ସେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ନାଡାଲଙ୍କୁ ହରାଇବା ପରେ ଜୋକୋଭିଚ୍ ଖୁସି ଜାହିର କରିଛନ୍ତି। ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଭଲି ମନେ ହେଉଥିବା ସେ ବିଜୟ ପରେ କହିଛନ୍ତି। ସେ କ୍ୟାରିୟରର ୨୯ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ଅବତୀର୍ଣ୍ଣ ହେବେ।
ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟ୍କୁ ଠେଲି ଦେଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍ ଇଣ୍ଡିଆକୁ ବ୍ୟାକ୍ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ।...
ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍ ଷ୍ଟାର; ଫଟୋ ଶେୟାର କରି..
ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...
୧୦୪ ଦିନିଆ ଇଂଲଣ୍ଡ ଗସ୍ତରେ ବାହାରିଲା ଭାରତୀୟ ଦଳ
ମୁମ୍ବାଇ,୩।୬: ଭାରତୀୟ ପୁରୁଷ କ୍ରିକେଟ ଦଳ ୧୦୪ ଦିନିଆ ଇଂଲଣ୍ଡ ଗସ୍ତରେ ଗୁରୁବାର ବାହାରିଛି। ଉଭୟ ମହିିଳା ଏବଂ ପୁରୁଷ ଦଳ ଏକ ଗସ୍ତରେ ଯାଇଛନ୍ତି।...
ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍ରାଉଣ୍ଡର
ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍ରାଉଣ୍ଡର ହୋଇଛନ୍ତି।...
ଫ୍ରେଞ୍ଚ୍ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ
ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...
ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ବଡ଼ ଘୋଷଣା
ଦୁବାଇ,୮।୬: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏଥି...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...
ଖେଳାଇ ଦେଉନି ୟୁକେର ପାଗ
ସାଉଥାମ୍ପଟନ, ୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଦିନକୁ ବର୍ଷା ଧୋଇ ଦେବା ପରେ ପର୍ଯ୍ୟାପ୍ତ ଆଲୋକ ଅଭାବରୁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା...


