ଗ୍ଲାସଗୋ,୨୪।୬: ୟୁରୋକପ୍ରେ କ୍ରୋଏସିଆ ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି। କ୍ରୋଏସିଆ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଉନ୍ନତ ଗୋଲ ବ୍ୟବଧାନରେ ରାଉଣ୍ଡ ଅଫ୍ ୧୬ ପର୍ଯ୍ୟାୟକୁ ଉଠିଛି। ଅନ୍ୟପଟେ ପରାଜୟ ସହ ସ୍କଟ୍ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ୩ଟି ମ୍ୟାଚ୍ ଖେଳି ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ସ୍କଟ୍ଲାଣ୍ଡ ୧ ପଏଣ୍ଟ ପାଇ ଗ୍ରୁପ୍ ଡି’ର ଚତୁର୍ଥ ସ୍ଥାନରେ ରହିଛି।
ଅଧିନାୟକ ଲୁକା ମୋଡ୍ରିକ କ୍ରୋଏସିଆର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିବାରୁ ମୋଡ୍ରିକଙ୍କର ଏହା ଶେଷ ୟୁରୋକପ୍ ଟୁର୍ନାମେଣ୍ଟ ବୋଲି କୁହାଯାଇପାରେ। ୧୭ତମ ମିନିଟ୍ରେ ନିକୋଲା ଭ୍ଲାସିକ ଗୋଲ ଦେଇ କ୍ରୋଏସିଆକୁ ଅଗ୍ରଣୀ କରାଇଥିଲେ। ଏହାପରେ ୪୨ତମ ମିନିଟ୍ରେ ସ୍କଟ୍ଲାଣ୍ଡ ତରଫରୁ କାଲମ ମ୍ୟାକ୍ଗ୍ରେଗର ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ୬୨ତମ ମିନିଟ୍ରେ ମୋଡ୍ରିକ ଏକ ସୁନ୍ଦର ଗୋଲ ପ୍ରଦାନ କରି କ୍ରୋଏସିଆକୁ ପୁଣି ଅଗ୍ରଣୀ କରାଇଥିଲେ। ଶେଷରେ ୭୭ତମ ମିନିଟ୍ରେ କ୍ରୋଏସିଆ ପକ୍ଷରୁ ଇଭାନ ପେରିସ୍କ ଗୋଲ ଦେଇ ବିଜୟ ବ୍ୟବଧାନ ବଢାଇଥିଲେ। ବଲ ପଜେସନ, ପାସ୍ ଓ ପାସ୍ ଆକ୍ୟୁରେସିରେ କ୍ରୋଏସିଆ ବହୁ ଆଗରେ ରହିଥିଲା। ଘରୋଇ ପରିବେଶରୁ ମଧ୍ୟ ସ୍କଟ୍ଲାଣ୍ଡ ଫାଇଦା ଉଠାଇପାରି ନ ଥିଲା। ଏହି ଗୋଲ ମୋ ପାଇଁ ଓ ଦଳ ଲାଗି ବହୁତ ମହତ୍ତ୍ୱ ରଖୁଛି ବୋଲି ମୋଡ୍ରିକ କହିଛନ୍ତି। ତେବେ ଦଳର ବିଜୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୦୧୮ରେ ବାଲାନ ଡି’ଅର ପୁରସ୍କାର ହାସଲ କରିଥିବା ମୋଡ୍ରିକ କ୍ରୋଏସିଆକୁ ସେହିବର୍ଷ ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଥିଲେ। ବିଜୟ ପରେ ମୋଡ୍ରିକ ଓ କୋଚ୍ ଜ୍ଲାଟକୋ ଡାଲିକ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଅନ୍ୟପଟେ ସ୍କଟ୍ଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। କ୍ରୋଏସିଆ ଭଲ ଖେଳିଥିଲା ଓ ବିଜୟର ହକ୍ଦାର ବୋଲି ସ୍କଟ୍ଲାଣ୍ଡ କୋଚ୍ ଷ୍ଟିଭ କ୍ଲାର୍କ କହିଛନ୍ତି।
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ
ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...
୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍ ହେଲେ ଆଶ୍ଚର୍ଯ୍ୟ
ଭାରତରେ କ୍ରିକେଟ୍ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ...
୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍ ହେବା ପଛରେ ରହିଛି ଏସବୁ କାରଣ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟେଲ ଜିତିଛି। ୧୮ରୁ ୨୩ ଅକ୍ଟୋବର ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ...


