ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍ଗୁଡିକରେ ଏହି ଦୁଇ ଦେଶ ବିଜୟ ହାସଲ କରିବା ସହ ଏହି ସଫଳତା ପାଇଛନ୍ତି। ବ୍ରାଜିଲର କୁଇଆବାସ୍ଥିତ ଏରିନା ପଣ୍ଟାନାଲଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଉରୁଗୁଏ ୨-୦ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ମ୍ୟାଚ୍ରେ ଉରୁଗୁଏ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା।
ମ୍ୟାଚ୍ର ୪୦ତମ ମିନିଟ୍ରେ ବଲିଭିଆର ଜାଇରୋ କ୍ୱିଣ୍ଟେରୋସ୍ ଆତ୍ମଘାତୀ ଗୋଲ ଦେଇଥିଲେ। ଫଳରେ ଉରୁଗୁଏ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୭୯ତମ ମିନିଟ୍ରେ ଏଡିନ୍ସନ କାଭାନି ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ଉରୁଗୁଏକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅଭିଜ୍ଞ ଡିଫେଣ୍ଡର କାଭାନି ଗତ ନଭେମ୍ବର ପରେ ଉରୁଗୁଏ ପାଇଁ ପ୍ରଥମ ଗୋଲ ସ୍କୋର କରି ଫର୍ମକୁ ଫେରିଛନ୍ତି। ଉରୁଗୁଏ ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି। ତେବେ ବଲିଭିଆ ଟୁର୍ନାମେଣ୍ଟରୁ ଏକପ୍ରକାର ବିଦାୟ ନେଇଛି। ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଚିଲିକୁ ହରାଇବାରୁ ବଲିଭିଆର ନକ୍ଆଉଟ ଆଶା ମଉଳିଯାଇଛି।
ଗ୍ରୁପ୍ ଏ’ରେ ଆର୍ଜେଣ୍ଟିନା ୩ ମ୍ୟାଚ୍ ଖେଳି ୨ ବିଜୟ, ୧ ଡ୍ର ସହ ୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି ପାରାଗୁଏ ୩ଟି ମ୍ୟାଚ୍ ଖେଳି ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଚିଲି ୩ଟି ମ୍ୟାଚ୍ ଖେଳି ୧ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ସେହିପରି ଉରୁଗୁଏ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ତେବେ ବଲିଭିଆ ୩ଟି ମ୍ୟାଚ୍ ଖେଳି ୩ ପରାଜୟ ସହ ଖାତା ଖୋଲି ନ ପାରି ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ସୋମବାର ଉରୁଗୁଏ ଓ ପାରାଗୁଏ ପରସ୍ପରକୁ ଭେଟିବେ। କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିୟନ ବ୍ରାଜିଲକୁ କେଉଁ ଦଳ ଭେଟିବ ଏହି ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ। ଯଦି ଉରୁଗୁଏ- ପାରାଗୁଏ ମ୍ୟାଚ୍ ଡ୍ର ରୁହେ ତେବେ ଚିଲି ଆୟୋଜକ ବ୍ରାଜିଲକୁ କ୍ୱାର୍ଟର ଫାଇନାଲରେ ଭେଟିବ। କିନ୍ତୁ ଯଦି ପାରାଗୁଏ ଜିତିବ ତାହାହେଲେ କ୍ୱାର୍ଟରରେ ବ୍ରାଜିଲ ଓ ଉରୁଗୁଏ ମୁହଁାମୁହିଁ ହେବେ। ଏଭଳି ସ୍ଥିତିରେ କ୍ୱାର୍ଟରରେ ବ୍ରାଜିଲ ବଦଳରେ ଦୁର୍ବଳ ଦଳକୁ ଭେଟିବା ପାଇଁ ଆମେ ଜାଣିଶୁଣି ଖରାପ ଖେଳିବୁ ନାହିଁ। ଆମେ ବିଜୟୀ ହେବାକୁ ପଡିଆକୁ ଓହ୍ଲାଇବୁ ବୋଲି ଉରୁଗୁଏ ମିଡ୍ଫିଲ୍ଡର ଜିଓରଜିଆନ ଡି ଆରାସ୍କାଟି କହିଛନ୍ତି। ଅନ୍ୟପଟେ ସୋମବାର ବଲିଭିଆ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବେ। ଯଦି ଆର୍ଜେଣ୍ଟିନାକୁ ବଲିଭିଆ ପରାସ୍ତ କରେ ଓ ଉରୁଗୁଏଠାରୁ ପାରାଗୁଏ ହାରେ ତାହାହେଲେ ବଲିଭିଆ ନକ୍ଆଉଟକୁ ଉଠିବାର କ୍ଷୀଣ ଆଶା ରହିଛି।
ପାରାଗୁଏଠାରୁ ହାରିଲା ଚିଲି
ବ୍ରାସିଲିଆ: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍ ଏ’ର ଅନ୍ୟ ଏକ ମ୍ୟାଚ୍ରେ ଚିଲି ୦-୨ ଗୋଲରେ ପାରାଗୁଏଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍ରେ ଚିଲି ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ କେତୋଟି ସୁଯୋଗ ହାତଛଡ଼ା କରି ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଚିଲି ଯଥେଷ୍ଟ ଆଗରେ ରହିଥିଲା। କିନ୍ତୁ ପାରାଗୁଏ ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚ୍ର ୩୩ତମ ମିନିଟ୍ରେ ବ୍ରାଇଆନ ସାମୁଡିଓ ଗୋଲ ଦେଇ ପାରାଗୁଏକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ପେନାଲ୍ଟି ଜରିଆରେ ମିଗୁଏଲ ଅଲମିରୋନ ୫୮ତମ ମିନିଟ୍ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇବା ସହ ବିଜୟୀ କରାଇଥିଲେ।
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ଟିମ୍ ଇଣ୍ଡିଆର ୩ ବ୍ୟାଟ୍ସ୍ମ୍ୟାନ୍ ଆଇସିସିର ଟପ୍ ୧୦ରେ…
ନୂଆଦିଲ୍ଲୀ,୧୦।୬: ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନଶିପ୍ରେ ଭାରତ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର ଆସିଛି। ଆଇସିସି ପକ୍ଷରୁ ଟେଷ୍ଟ୍ ର଼୍ୟାଙ୍କିଙ୍ଗ୍...
ଫ୍ରେଞ୍ଚ୍ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...
ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...
ଲକ୍ଷ୍ମଣଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ସେହ୍ବାଗ: ୪ ବର୍ଷ ଭିତରେ କରିଥିଲେ ପୂରଣ
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା...
ଫ୍ରେଞ୍ଚ୍ ଓପନ ଟେନିସ୍: ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍, ନାଡାଲ
ପ୍ୟାରିସ୍,୬।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶନିବାର ସପ୍ତମ ଦିବସରେ ପ୍ରବେଶ କରିଛି। ପୁରୁଷ ସିଙ୍ଗଲ୍ସରେ ଟପ୍ସିଡ୍ ସର୍ବିୟାର ନୋଭାକ ଜୋକୋଭିଚ୍, ତୃତୀୟ...
ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ...
ମହିଳା କ୍ରିକେଟ ଖେଳାଳିଙ୍କୁ ରାହାନେଙ୍କ ଟିପ୍ସ
ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ...


