ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା ସେହ୍ବାଗ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ, ଭିଭିଏସ ଲକ୍ଷ୍ମଣ ୨୦୦୧ କୋଲକାତା ଟେଷ୍ଟରେ ଏହି ସ୍କୋର ନିକଟତର ହୋଇଥିଲେ ମଧ୍ୟ ତାଙ୍କୁ ୨୮୧ ରନରେ ଆଉଟ୍ ହୋଇଥିଲେ। ଏକ କ୍ରିକେଟ ଶୋ’ରେ ଲକ୍ଷ୍ମଣ ସେହୱାଗଙ୍କ ପ୍ରଥମ ତ୍ରିଶତକ ଶତକ ସହିତ ଜଡିତ ଏକ କାହାଣୀ କହିଥିଲେ। ବୀରୁ ତାଙ୍କୁ ୨୦୦୧ରେ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ସେ ଟେଷ୍ଟରେ ଏକ ତ୍ରିଶତକ ସ୍କୋର କରିବେ।
ଏକ ସାକ୍ଷାତକାରରେ ସେହ୍ବାଗଙ୍କ ପ୍ରଥମ ତ୍ରିଶତକ ସହ ଜଡିତ କାହାଣୀକୁ ଲକ୍ଷ୍ମଣ କହିଥିଲେ ଯେ, ୨୦୦୧ରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିଲା। ଆମେ ଟେଷ୍ଟ ସିରିଜରେ ଏକ ଐତିହାସିକ ବିଜୟ ହାସଲ କରିଥିଲୁ। ମୁଁ କୋଲକାତାରେ ୨୮୧ ରନ ସ୍କୋର କରିଥିଲି। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚଟି ଦିନିକିଆ ସିରିଜ ହୋଇଥିଲା। ପ୍ରଥମ ମ୍ୟାଚ ବେଙ୍ଗାଲୁରୁରେ ହୋଇଥିଲା। ଏହି ମ୍ୟାଚ ସମୟରେ ସେହ୍ବାଗଙ୍କ ହାତ ଭାଙ୍ଗି ଯାଇଥିଲା, କିନ୍ତୁ ରିପୋର୍ଟ ନ ଆସିଥିବାରୁ ସେ ଦଳ ସହ ଭ୍ରମଣ କରୁଥିଲେ। ଆମେ ସମସ୍ତେ ହୋଟେଲରେ ଖାଉଥିଲୁ। ତା’ପରେ ସେହ୍ବାଗ ମୋ ପାଖକୁ ଆସି କହିଲେ ସେ ଲକ୍ଷ୍ମଣ ଭାଇ ତୁମେ ତ୍ରିଶତକ ହାସଲ କରିବାରୁ ବଞ୍ଚିତ ହୋଇଛ, ମୁଁ ତାହା କରି ଦେଖାଇବି। ଲକ୍ଷ୍ମଣ ଆହୁରି ମଧ୍ୟ କହିଥିଲେ ଯେ ସେହୱାଗ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି କାରଣ ସେ ସେତେବେଳେ ଟେଷ୍ଟ ଦଳରେ ନଥିଲେ। ପ୍ରତିଶ୍ରୁତି ଦେବାର ଠିକ୍ ଚାରି ବର୍ଷ ପରେ ସେ ତ୍ରିଶତକ ହାସଲ କରିଥିଲେ।
ଡବ୍ଲୁଟିସି ଫାଇନାଲ୍ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍ ରାଶି ଠାରୁ ବି କମ୍
ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...
ଫାଇନାଲ ପୂର୍ବରୁ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ: ସମସ୍ତେ କରିବେ ପ୍ରଶଂସା
ଲଣ୍ଡନ,୧୮।୬: ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଜଣେ ଭଲ ବ୍ୟାଟ୍ସମ୍ୟାନ ତଥା ଜଣେ ଚମତ୍କାର ବ୍ୟକ୍ତି। ଡବ୍ଲୁଟିସି ଫାଇନାଲ ପୂର୍ବରୁ, କେନ ୱିଲିୟମ୍ସନ ପୁଣି ଥରେ...
ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା
ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...
ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି
ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...
କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍…
ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ...
ଦୋହାରେ ଭାରତୀୟ ମିଡ୍ ଫିଲ୍ଡର ଅନିରୁଦ୍ଧଙ୍କୁ କରୋନା
ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...


