ନୂଆଦିଲ୍ଲୀ, ୬ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ମିଡ୍ଫିଲ୍ଡର ଅନିରୁଦ୍ଧ ଥାପା କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟେଷ୍ଟରୁ ପଜିଟିଭ ଜଣାପଡ଼ିବା ପରେ ଦୋହାସ୍ଥିତ ଟିମ୍ ହୋଟେଲରେ ଏକ ସ୍ବତନ୍ତ୍ର ରୁମ୍ରେ ସେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ଦୋହାଠାରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତ ଏସିଆନ ଚାମ୍ପିୟନ କାତାରଠାରୁ ୦-୧ ଗୋଲରେ ପରାଜିତ ହୋଇଥିଲା। ଉଭୟ ବିଶ୍ୱକପ୍ ଓ ଏସିଆନ କପ୍ ପାଇଁ ମିଳିତ ଭାବେ ଖେଳାଯାଉଥିବା କ୍ୱାଲିଫାୟର୍ସରୁୁ ଏହା ଅନ୍ୟତମ ମ୍ୟାଚ୍ ଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର କୋଭିଡ୍ ଟେଷ୍ଟ ଫଳାଫଳ ବାହାରିଥିଲା। ଚେନ୍ନାଇନ୍ ଏଫ୍ସି ଏହି ୨୩ ବର୍ଷୀୟ ଖେଳାଳିଙ୍କର ଆଉ କିଛିଦିନ ପରେ କରୋନା ଟେଷ୍ଟ ହେବ ବୋଲି ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ଅନିରୁଦ୍ଧ ଭାରତ ପାଇଁ ୨୦ଟି ମ୍ୟାଚ ଖେଳିଛନ୍ତି। ଭାରତ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ ଦୌଡ଼ରୁ ବାଦ୍ ପଡ଼ିସାରିଛି। କିନ୍ତୁ ୨୦୨୩ ଏସିଆନ୍ କପ୍ ଆଶା ରଖିଛି। ଭାରତ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚରୁ ୩ ପଏଣ୍ଟ ଅର୍ଜନ କରିଛି। ଗ୍ରୁପ୍ ଇ’ ଷ୍ଟାଣ୍ଡିଂରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ଙ୍କ ତତ୍ତ୍ୱାବଧାନରେ ଭାରତ ଆଉ ଦୁଇଟି ମ୍ୟାଚ ଖେଳିବ। ଦଳ ଜୁନ୍ ୭ରେ ବାଂଲାଦେଶ ଏବଂ ଜୁନ୍ ୧୫ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।
ଆଇପିଏଲ୍ରେ ଦର୍ଶକ ଅନୁମତି ସମ୍ଭାବନା
ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ
ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍ର...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
କ୍ରିକେଟ୍ ଇତିହାସରେ ଆଜି ଏକ ଖାସ୍ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..
କ୍ରିକେଟ ଇତିହାସରେ ଆଜି ଏକ ଖାସ୍ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍ ଟି-୨୦ କ୍ରିକେଟ...
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳ:ଓଡ଼ିଶାରୁ କେବଳ ଦୀପ୍ ଗ୍ରେସ
ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ...
ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି
ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ...


