ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧ ମ୍ୟାଚ ବିଶିଷ୍ଟ। ମାତ୍ର ଏପରି ହେବା ଉଚିତ ନୁହେଁ ବୋଲି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତ ଗୁରୁବାର ବିଳମ୍ବିତ ରାତିରେ ୟୁନାଇଟେଡ କିଙ୍ଗ୍ଡମ୍ ଅଭିମୁଖେ ଯାତ୍ରା କରିବ। ସାଉଥାମ୍ପଟନଠାରେ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଜୁନ୍ ୧୮ରୁ ଆରମ୍ଭ ହେବ। ଏହାପରେ ଭାରତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍କୁ ଯଦି ଦୀର୍ଘକାଳୀନଭିତ୍ତିରେ କରାଯାଏ ତେବେ ବେଷ୍ଟ ଅଫ୍ ଥ୍ରୀ ଫାଇନାଲ ଉପଯୁକ୍ତ ହେବ। ଏହା ହେଲେ ଦୁଇ ଦଳ ପରାକାଷ୍ଠା ଦେଖାଇବାର ସୁଯୋଗ ପାଇବେ ବୋଲି ଶାସ୍ତ୍ରୀ ବୁଧବାର ଇଂଲଣ୍ଡ ଗସ୍ତ ପୂର୍ବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିପାଇଁ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ (ଏଫ୍ଟିପି) ପ୍ରସ୍ତୁତ ହେବା ଆବଶ୍ୟକ। ଗୋଟିଏ ମ୍ୟାଚରେ ଏକ ଦଳର ଦକ୍ଷତା ମପାଯାଇ ପାରିବ ନାହିଁ। ଦେଶରେ କ୍ୱାରାଣ୍ଟାଇନ୍ ଅବଧି ଶେଷ କରିବା ପରେ ଭାରତୀୟ ଦଳ ୟୁକେ ଯିବାକୁ ପ୍ରସ୍ତୁତ। ସେଠାରେ ପହଞ୍ଚତ୍ବା ପରେ ୟୁକେ ସରକାରଙ୍କ ନିୟମ ଅନୁସାରେ କ୍ୱାରାଣ୍ଟାଇନ୍ରେ ଖେଳାଳିମାନେ ରହିବେ। ମାତ୍ର ନ୍ୟୁଜିଲାଣ୍ଡ ବହୁ ପୂର୍ବରୁ ୟୁକେରେ ପହଞ୍ଚତ୍ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିଛି। ଫଳରେ ଏହି ଦଳକୁ ଭଲ ମ୍ୟାଚ ଅଭ୍ୟାସ ମିଳିଛି। ଶାସ୍ତ୍ରୀ କହିଛନ୍ତି ଯେ ପ୍ରଥମଥର ପାଇଁ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ହେଉଛି। ଏହା ନିଶ୍ଚିତ ବଡ଼ ଗେମ୍। ଏହା ଏପରି ଏକ ଫର୍ମାଟ ଯେଉଁଥିରେ କି ଦଳ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ଏହା ୩ ଦିନ କିମ୍ବା ୩ ମାସରେ ହୋଇ ନ ଥାଏ। ୨ ବର୍ଷରୁ ଊର୍ଦ୍ଧ୍ୱ ଖେଳିବା ପରେ ଏପରି ଏକ ସମୟ ଆସିଥାଏ। ଏହି ସମୟ ମଧ୍ୟରେ ପୂରା ବିଶ୍ୱରେ ଦଳଗୁଡ଼ିକ ପରସ୍ପର ବିପକ୍ଷରେ ଖେଳିଥାନ୍ତି। ସର୍ବାଧିକ ପଏଣ୍ଟପ୍ରାପ୍ତ ଦଳ ହିଁ ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଥାଏ।
ସବୁ ସ୍ପିନର୍ ବିବାହ କରିବା ଉଚିତ୍; କାହିଁକି ଏମିତି କହିଲେ ଚହଲ
ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ...
କୋପା ଆମେରିକା ମ୍ୟାଚ୍ ପରିଚାଳନା କରିବେ ସ୍ପାନିଶ୍ ରେଫରି
କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍ ରେଫରିଂ କ୍ରିୟୁ ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...
ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି
ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍ରେ କିମ୍ବଦନ୍ତୀ ଫୁଟ୍ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କ...
ଟୋକିଓ ଅଲିମ୍ପିକ୍ସ: ସମସ୍ତ ରାସ୍ତା ସିଲ୍
ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ସଫଳତମ ବୋଲର ଅଶ୍ୱିନ
ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍ ଶୁଭମନ ଗିଲ୍: ମିଳିଲା ରୋଚକ ଉତ୍ତର
ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...
ଏହି ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ।...
ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍ରାଉଣ୍ଡର
ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍ରାଉଣ୍ଡର ହୋଇଛନ୍ତି।...


