ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ ଏ ନେଇ ରାଜ୍ୟ ଆସୋସିଏଶନଗୁଡ଼ିକ ବିସିସିଆଇକୁ ଆଶାନୁରୂପ ସହଯୋଗ କରିପାରି ନାହାନ୍ତି। କେବଳ କ୍ଷତିପୂରଣ ଦେଲେ ଏହା ପର୍ଯ୍ୟାପ୍ତ ହେବ ନାହିଁ। ଏବେ ଘରୋଇ କ୍ରିକେଟରେ ଓ ଖେଳାଳିଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ (କେନ୍ଦ୍ରୀୟ ଚୁକ୍ତି) ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଜୟଦେବ ଉନାଡକଟ, ଶେଲ୍ଡନ ଜ୍ୟାକଶନ ଓ ହରପ୍ରୀତ ସିଂ ଭାଟିଆଙ୍କ ଭଳି ଅଭିଜ୍ଞ ତଥା ଜଣାଶୁଣା ଘରୋଇ କ୍ରିକେଟର ଏ ନେଇ ଦାବି କରିଛନ୍ତି ଓ ସ୍ବର ଉତ୍ତୋଳନ କରିଛନ୍ତି।
ଗତମାସରେ ପୂର୍ବତନ ଭାରତୀୟ ଖେଳାଳି ତଥା ଘରୋଇ କ୍ରିକେଟର ରୋହନ ଗାଭାସ୍କର ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ଆସୋସିଏଶନଗୁଡିକ ଖେଳାଳିଙ୍କ ଲାଗି କେନ୍ଦ୍ରୀୟ ଚୁକ୍ତି ଲାଗୁ କରିବା ନେଇ ନିଜର ମତ ରଖିଥିଲେ। ଜାତୀୟ ଦଳର କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରମାନେ ମଧ୍ୟ ମ୍ୟାଚ୍ ପାଉଣାକୁ ବାଦ୍ ଦେଲେ କେନ୍ଦ୍ରୀୟ ଚୁକ୍ତିର ସୁବିଧା ପାଇବା ଉଚିତ ବୋଲି ସେ କହିଥିଲେ।
ଅଧିକାଂଶ ଘରୋଇ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଖେଳିବାର ସୁଯୋଗ ପାଉନାହାନ୍ତି। ଏମାନଙ୍କର ଚାକିରିର ସୁରକ୍ଷା ମଧ୍ୟ ନାହିଁ। ଘରୋଇ କ୍ରିକେଟରମାନେ କେବଳ ମ୍ୟାଚ୍ ପାଉଣା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଗତବର୍ଷ କୋଭିଡ୍-୧୯ କାରଣରୁ ରଣଜୀ ଟ୍ରଫି ସମ୍ପୂର୍ଣ୍ଣ ବାତିଲ ହେବା ଫଳରେ ଖେଳାଳିମାନେ ପାଉଣା ପାଇନାହାନ୍ତି। ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ୩୦ଜଣ କ୍ରିକେଟରଙ୍କୁ ଆସୋସିଏଶନଗୁଡିକ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବା ଉଚିତ ବୋଲି ଉନାଡକଟ କହିଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମ୍ୟାଚ୍ ଖେଳାଯାଉ ନ ଥିବାରୁ ବିଭିନ୍ନ ବୟସ ବର୍ଗର କ୍ରିକେଟରଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବା ଉଚିତ ବୋଲ ଉନାଡକଟ କହିଛନ୍ତି। ଗତବର୍ଷ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିଲା।
ଏକ ଫୁଲ୍ ସେସନ ଖେଳିଲେ ଜଣେ ଘରୋଇ କ୍ରିକେଟର ୧୫ରୁ ୧୬ ଲକ୍ଷ ଟଙ୍କା ଉପାର୍ଜନ କରିଥାଏ। କିନ୍ତୁ ୨୦୨୧ରେ ୮୭ ବର୍ଷ ପରେ ପ୍ରଥମଥର ପାଇଁ ରଣଜୀ ଟ୍ରଫି ବାତିଲ ହୋଇଥିଲା। ରାଜ୍ୟ ଆସୋସିଏଶନଗୁଡିକ ଚୁକ୍ତି ଲାଗୁ କରିବା ନେଇ ପ୍ରୟାସ ଆରମ୍ଭ କରିବା ଉଚିତ। କାରଣ କୋଭିଡ୍-୧୯ କେତେଦିନ ତା’ର ପ୍ରକୋପ ଜାରି ରଖିବ ତାହା କାହାକୁ ଜଣାନାହିଁ ବୋଲି ଜ୍ୟାକସନ କହିଛନ୍ତି। ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମଧ୍ୟ ଚୁକ୍ତିରେ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ ଘରୋଇ କ୍ରିକେଟରଙ୍କୁ କ୍ଷତି ପୂରଣ ଦେବାକୁ ବିସିସିଆଇ ପ୍ରସ୍ତୁତ ରହିଛି। ଏ ନେଇ ରାଜ୍ୟ ଆସୋସିଏଶନଗୁଡିକ ସହ ଆଲୋଚନା ଚାଲିଛି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। କିନ୍ତୁ ମେ’ ୨୯ରେ ଅନୁଷ୍ଠିତ ହୋଇଥିତ୍ବା ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍ଜିଏମ୍)ରେ ଏ ନେଇ ଆଲୋଚନା ହୋଇ ନ ଥିଲା।
ଫାଇନାଲରେ ବୋଲିଂ କରିବେ କି କୋହଲି
ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...
ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ...
ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...
ରାଜସ୍ଥାନ ଅଧିନାୟକଙ୍କ ଭବିଷ୍ୟବାଣୀ ହେଲା ସତ! ଭାରତୀୟ କ୍ରିକେଟ ଟିମ୍ରେ ଚୟନକୁ ନେଇ ଏଭଳି…
ନୂଆଦିଲ୍ଲୀ,୧୨।୬: ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଭାରତୀୟ ଟିିମ୍ର ଘୋଷଣା କରାଯାଇଛି। ଏଥିରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରୁ ଦ୍ରୁତ ବୋଲର...
ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍ କଲେ ଖୁଲାସା
ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ମହିଳା ଦଳ ଜୁନ୍...
ଫ୍ରେଞ୍ଚ୍ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ
ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...


