ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍ରାଉଣ୍ଡର ହୋଇଛନ୍ତି। ହୋଲ୍ଡର (୩୮୪)ଙ୍କଠାରୁ ଜାଡେଜା ୨ ପଏଣ୍ଟ ଆଗରେ ରହିଛନ୍ତି। ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ୩୭୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ଅନ୍ୟ ଜଣେ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନ ୩୫୩ ପଏଣ୍ଟ ସହ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ବାଂଲାଦେଶର ଶକିବ ଅଲ୍ ହସନ (୩୩୮) ରହିଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗରେ କିନ୍ତୁ ଅଶ୍ୱିନ ୮୫୦ ପଏଣ୍ଟ ସହ ଅଷ୍ଟ୍ରେଲିଆର ପ୍ୟାଟକୁମିନ୍ସ(୯୦୮)ଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡର ଟିମ୍ ସୌଦି (୮୩୦) ତୃତୀୟ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ୫ଟି ସ୍ଥାନରେ କୌଣସି ପରିବର୍ତ୍ତନ ଘଟି ନାହିଁ। ଭାରତ ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ୮୯୧ ପଏଣ୍ଟ ସହ ପ୍ରଥମ ସ୍ଥାନ ବଜାୟ ରଖିଥିବାବେଳେ ତାଙ୍କ ପଛକୁ ପଛ ରହିଛନ୍ତି ନ୍ୟୁଜିଲାଣ୍ଡର କେନ୍ ଓ୍ବିଲିୟମସନ (୮୮୬) ଓ ଅଷ୍ଟ୍ରେଲିଆର ମାର୍ନସ ଲାବୁସାନେ (୮୭୮)। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ (୭୯୭) ପାଞ୍ଚ ନମ୍ବରରେ ରହିଥିବାବେଳେ ତାଙ୍କ ପଛକୁ ରିଷଭ ପନ୍ତ ଓ ରୋହିତ ଶର୍ମା ପ୍ରତ୍ୟେକ ୭୪୭ ପଏଣ୍ଟ ସହ ମିଳିତ ୬ଷ୍ଠ ସ୍ଥାନରେ ଅଛନ୍ତି।
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ପଡିଲା ହାତଗଣ୍ଠି
ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
ଚେସ୍ ବିଶ୍ୱକପ୍ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା
ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍ ବିଶ୍ୱକପ୍ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...
ଆଡ୍ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ
ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍ହକ୍ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...
ମନ ଭାଙ୍ଗିଦେଲା ବର୍ଷା
ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...
ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ
ବ୍ରିଷ୍ଟଲ, ୧୭।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...
ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଟିପ୍ସ ଦେଲେ ମହାନ କ୍ରିକେଟର
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରୁ ୟୁକେର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...


