ବାକୁ, ୭ା୬: ରେଡ୍ ବୁଲ୍ର ସର୍ଗିଓ ପେରେଜ ଆଜରବୈଜାନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଆଷ୍ଟନ ମାର୍ଟିନର ସେବାଷ୍ଟିଆନ ଭେଟେଲ ଓ ଆଲ୍ଫା ତାଉରିର ପିଏରେ ଗ୍ୟାସ୍ଲି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ରେଡ୍ ବୁଲ୍ ସହ ପେରେଜଙ୍କର ଏହା ପ୍ରଥମ ସିଜନ ହୋଇଥିବାବେଳେ କ୍ୟାରିୟରର ଦ୍ୱିତୀୟ ବିଜୟ।
ଅନ୍ୟପକ୍ଷରେ ଚାମ୍ପିୟଶିପ୍ ଟେବୁଲ୍ରେ ପୁଣି ପ୍ରଥମ ସ୍ଥାନ ଅଧିକାର କରିବା ଲାଗି ମର୍ସିଡିଜ୍ର ଲୁଇସ୍ ହାମିଲଟନ ଯେଉଁ ଆଶା ରଖିଥିଲେ, ସେଥିରେ ବିଫଳ ହୋଇଥିଲେ। ପ୍ରଥମ ଟର୍ନରେ ସେ ପେରେଜଙ୍କଠାରୁ ଆଗରେ ରହିଥିଲେ। ମାତ୍ର ଟାୟାରରେ ସମସ୍ୟା ଦେଖାଦେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ୧୫ତମ ସ୍ଥାନରେ ରହିଥିଲେ। ଫଳରେ ଚାମ୍ପିୟନଶିପ୍ ଟେବୁଲରେ ରେଡ୍ ବୁଲ୍ର ମ୍ୟାକ୍ସ ଭର୍ଷ୍ଟାପେନ୍ ଏହି ମର୍ସିଡିଜ ଡ୍ରାଇଭରଙ୍କଠାରୁୁ ୪ ପଏଣ୍ଟ ବ୍ୟବଧାନରେ ଶୀର୍ଷରେ ରହିଛନ୍ତି। ଭର୍ଷ୍ଟାପେନ୍ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ରେସ୍ ଶେଷ କରିପାରି ନ ଥିଲେ। ରବିବାର ରେସ୍ ଶେଷ କରିପାରି ନ ଥିବା ଅନ୍ୟ ଡ୍ରାଇଭରମାନେ ହେଲେ ଜର୍ଜ ରସେଲ (ଓ୍ବିଲିୟମ୍ସ), ଲାନ୍ସ ଷ୍ଟ୍ରୋଲ୍ (ଆଷ୍ଟନ ମାର୍ଟିନ) ଓ ଏଷ୍ଟିବାନ ଓକନ (ଆଲ୍ପାଇନ୍) ରେସ୍ରେ ଚତୁର୍ଥରୁ ୧୦ମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ଚାଲର୍ସ ଲେକରେକ୍ (ଫେରାରି), ଲାଣ୍ଡୋ ନୋରିସ (ମ୍ୟାକଲରେନ୍), ଫର୍ନାଣ୍ଡୋ ଆଲେଁାସୋ (ଆଲ୍ପାଇନ୍), ୟୁକି ଟିସୁନୋଡା (ଆଲ୍ଫା ତାଉରି), କାର୍ଲୋସ ସେଞ୍ଜ୍ ଜୁନିୟର (ଫେରାରି), ଡାନିଏଲ ରିକାର୍ଡୋ (ମ୍ୟାକଲରେନ) ଓ କିମି ରାଇକୋନେନ (ଆଲ୍ଫା ରୋମିଓ)। ହାମିଲଟନଙ୍କ ମର୍ସିଡିଜ ଟିମ୍ମେଟ୍ ଭାଲ୍ଟେରୀ ବୋଟାସ ଦ୍ୱାଦଶ ସ୍ଥାନରେ ରହିଥିଲେ।
ପାକିସ୍ତାନର ବ୍ୟାଟିଂ କୋଚ୍ ପଦରୁ ହଟିଲେ ପୂର୍ବତନ ଅଧିନାୟକ
କରାଚୀ,୨୨।୬: ପୂର୍ବତନ ଅଧିନାୟକ ୟୁନିସ ଖାନ ପାକିସ୍ତାନ ଦଳର ବ୍ୟାଟିଂ କୋଚ୍ ପଦରୁ ଓହରି ଯାଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ...
ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ
ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍ ବିଜେତା...
ସେହ୍ବାଗ ଲଞ୍ଚ୍ କଲେ କ୍ରିକେଟ କୋଚିଂ ଓ୍ବେବ୍ସାଇଟ୍ କ୍ରିକୁରୁ
ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍ କରିଛନ୍ତି ନୂଆ ଓ୍ବେବ୍ସାଇଟ୍ ତଥା...
କୋପା ଆମେରିକା: ଆୟୋଜନ ନେଇ ବ୍ରାଜିଲ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଜି
ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ।...
ଶେଫାଳିଙ୍କ ବିରଳ କୃତିତ୍ୱ
ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ
ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...


