ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟ ୧୮ ବର୍ଷରୁ କମ୍ ବାଳିକା ଏବଂ ଓପନ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ ଉଦ୍ଯାପିତ ହୋଇଯାଇଛି। ଏହାର ବାଳିକା ବର୍ଗରେ କଟକର ଅଙ୍କିତା ସାହୁ ଚାମ୍ପିୟନ ଏବଂ ଖୋର୍ଦ୍ଧାର ୟାଶିତା ରାଉତ ରନର୍ସଅପ୍ ହୋଇଛନ୍ତି। ସେହିପରି ଓପନ ବର୍ଗରେ ପୁରୀର ଜଗଦୀଶ ବାରିକ ଚାମ୍ପିୟନ ଏବଂ ଖୋର୍ଦ୍ଧାର ମନୀଷ କୁମାର ରନର୍ସଅପ୍ ହୋଇଛନ୍ତି। ଏହି ୪ ଜଣଙ୍କ ସମେତ ମହିଳା ଫିଡେ ମାଷ୍ଟର ଖୋର୍ଦ୍ଧାର ସାଇନା ସାଲୋନିକା, ଅନ୍ୟତମ ଖୋର୍ଦ୍ଧା ଖେଳାଳି ମହିତୋଷ ଦେ, କଟକର ହର୍ଷିତ ରଞ୍ଜନ ସାହୁ ଏବଂ ଢେଙ୍କାନାଳର ସୂର୍ଯ୍ୟପ୍ରଞ୍ଜଳ ଇନ୍ଦ୍ରଜିତ ଏସ୍.ପି. ୧୮ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଟୋର୍ନେଲୋ ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ୪୬ ବାଳକ ଏବଂ ୧୯ ବାଳିକା ଭାଗ ନେଇଥିଲେ। ବାଳକ ବିଭାଗରେ ୬ ଏବଂ ବାଳିକାରେ ୫ ରାଉଣ୍ଡ ଖେଳ ହୋଇଥିଲା। ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ। ଜାତୀୟ ପ୍ରତିଯୋଗିତା ଟୋର୍ଲେନୋ ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ଜୁନ୍ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବାଳିକା ବିଭାଗରେ ଟପ୍-୧୦ ଫିନିଶ୍ କରି ପୁରସ୍କାର ହାସଲ କରିଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ଅନିଷ୍କା ପାଣ୍ଡେ, ସୁହାନା ଜେନା, ପି. ସାଇରୂପା, ବିଜୟଲକ୍ଷ୍ମୀ ବାରିକ, ନମସ୍ୟା ନଳିନୀ, ଅନନ୍ୟା ଅନାମିକା, ଦୃଷ୍ଟି ପ୍ରଧାନ ଏବଂ ସାଞ୍ଚତ୍ ସାହୁ। ସେହିପରି ଓପନ ବିଭାଗରେ ୩ୟରୁ ୧୦ମ ସ୍ଥାନ ଅଧିକାର କରିଥିବା ଖେଳାଳିମାନେ ହେଲେ ଆର୍ଯ୍ୟନ ଅର୍ଣ୍ଣବ ସାମନ୍ତରାୟ, ହର୍ଷିତ ରଞ୍ଜନ ସାହୁ, ସମ୍ବିତ ପଣ୍ଡା, ଓମ୍ ଆଦିତ୍ୟ ଖାଡ଼ଙ୍ଗା, ଫିଡେ ମାଷ୍ଟର ମହୀତୋଷ ଦେ, ଶ୍ରୀୟାଂଶ ଦାସ, ପ୍ରିୟାଂଶ ଦାସ ଏବଂ ସତ୍ୟମ୍ ନାୟକ। ରାଜ୍ୟ ୧୬ ବର୍ଷରୁ କମ୍ ଅନ୍ଲାଇନ୍ ଚେସ୍ ଆରମ୍ଭ ହୋଇଛି।
ଓସାକାଙ୍କୁ ଟେନିସ ଖେଳାଳି, ଅନ୍ୟ କ୍ରୀଡ଼ାବିତ୍ଙ୍କ ସମର୍ଥନ
ପ୍ୟାରିସ୍,୨।୬(ଏପି): ଡିପ୍ରେସନ କାରଣରୁ ଫ୍ରେଞ୍ଚ୍ ଓପନରୁ ଓହରିଯିବାକୁ ନାଓମି ଓସାକା ନେଇଥିବା ନିଷ୍ପତ୍ତିକୁ ଅନ୍ୟ ଟେନିସ ତାରକା ଓ କ୍ରୀଡ଼ାବିତ୍ମାନେ ସମର୍ଥନ କରିଛନ୍ତି। ଅଭିଜ୍ଞ ମହିଳା...
ଲିସ୍ବନରେ ପହଞ୍ଚତ୍ଲେ ନୀରଜ
ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍ ୧୦ରେ ଲିସ୍ବନରେ...
ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା
ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ନେଇଥିବା ଖେଳାଳି ତାଲିକାରେ ତୃତୀୟ...
ସେହ୍ବାଗଙ୍କ କ୍ୟାରିୟର ଶେଷ କରିଦେଇଥିଲେ ଧୋନୀ! ପ୍ରଶଂସକଙ୍କ ଏଭଳି ଯୁକ୍ତିରେ ପୂର୍ବତନ ଓପନର୍ କହିଲେ…
ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ...
ଡବ୍ଲୁଟିସି ଫାଇନାଲର ଆଜି ଶେଷ ଦିନ: ବାହାରିପାରେ ଫଳାଫଳ
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ମଜାକୁ ବର୍ଷା ନଷ୍ଟ କରିଦେଇଛି। ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଏବଂ...
ଲେକ୍ରେକ୍ଙ୍କୁ ପୋଲ୍ ପୋଜିଶନ
ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ...
ୟୁକେ ଟୁର୍ ପାଇଁ ଖେଳାଳିଙ୍କ ପରିବାରକୁ ଅନୁମତି
ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍ରେ ଯିବା ଲାଗି...
ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋରଙ୍କ ପରଲୋକ
ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...


