ପ୍ୟାରିସ୍,୨।୬(ଏପି): ଡିପ୍ରେସନ କାରଣରୁ ଫ୍ରେଞ୍ଚ୍ ଓପନରୁ ଓହରିଯିବାକୁ ନାଓମି ଓସାକା ନେଇଥିବା ନିଷ୍ପତ୍ତିକୁ ଅନ୍ୟ ଟେନିସ ତାରକା ଓ କ୍ରୀଡ଼ାବିତ୍ମାନେ ସମର୍ଥନ କରିଛନ୍ତି। ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ, ଚେକ୍ ଗଣରାଜ୍ୟ- ଆମେରିକୀୟ ମହିଳା ଖେଳାଳି ମାର୍ଟିନ ନାଭ୍ରାତିଲୋଭା, ଆମେରିକୀୟ ପୂର୍ବତନ ମହିଳା ଖେଳାଳି ବିଲି ଜିନ୍ କିଙ୍ଗ୍, ଆମେରିକୀୟ ବାସ୍କେଟବଲ୍ ଖେଳାଳି ଷ୍ଟିଫେନ କ୍ୟୁରୀ, କେଭିନ ଲଭ୍, ପୂର୍ବତନ ଡବ୍ଲ୍ୟୁଏନ୍ବିଏ ତାରକା ଲିସା ଲେସ୍ଲି ଓସାକାଙ୍କ ସପକ୍ଷରେ ମତ ଦେଇଛନ୍ତି।
ସମସ୍ତେ ସମାନ ନୁହନ୍ତି। ତେଣୁ ଓସାକା ମଧ୍ୟ ସମସ୍ତଙ୍କଠାରୁ ଅଲଗା। ସେ ଯେଉଁ ବାଟରେ ସମାଧାନ ଚାହୁଁଛନ୍ତି ତାଙ୍କୁ ସେହି ସୁଯୋଗ ଦିଆଯିବା ଆବଶ୍ୟକ। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେରେନା କହିଛନ୍ତି। ଗତ ସପ୍ତାହରେ ସେ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସେ ଖବରଦାତା ସମ୍ମିଳନୀରେ ଯୋଗ ନ ଦେବାକୁ କହିଥିଲେ ବୋଲି ସେରେନା କହିଛନ୍ତି।
ଓସାକାଙ୍କ ପାଇଁ ମୁଁ ଦୁଃଖିତ। ଖୁବ୍ଶୀଘ୍ର ସେ ସୁସ୍ଥ ହୋଇଯିବେ। ଶାରୀରିକ ଓ ମାନସିକ ଭାବେ ଆଥ୍ଲେଟମାନେ ସୁସ୍ଥ ରହିବା ଉପରେ ଗୁରୁତ୍ୱଦେବା ଆବଶ୍ୟକ। ଖରରଦାତା ସମ୍ମିଳନୀରେ ଯୋଗଦେବା ବ୍ୟତୀତ ଜଣେ ଆଥ୍ଲେଟ ଖେଳ ପାଇଁ ଅଧିକ କିଛି କରିବାର ଆବଶ୍ୟକତା ରହିଛି ବୋଲି ନାଭ୍ରାତିଲୋଭା କହିଛନ୍ତି।
ମାନସିକ ଅବସାଦ ସହ ଲଢ଼ିବା ଓ ସଂଘର୍ଷ କରୁଥିବା କଥା ସମସ୍ତଙ୍କ ଆଗରେ ସ୍ବୀକାର କରି ଓସାକା ସାହସିକତାର ପରିଚୟ ଦେଇଛନ୍ତି। ଏବେ ତାଙ୍କୁ ଆମେ ସମସ୍ତେ ସମର୍ଥନ ଦେବା ଦରକାର। ତାଙ୍କୁ ଆବଶ୍ୟକ ସମୟ ଓ ସ୍ବାଧୀନତା ଦେବା ଉଚିତ ବୋଲି ବିଲି ଜିନ୍ କିଙ୍ଗ୍ କହିଛନ୍ତି। ସେହିପରି ଓସାକାଙ୍କୁ ସମର୍ଥନ ଦେବା ଦରକାର ବୋଲି ଷ୍ଟିଫେନ କ୍ୟୁରୀ କହିଛନ୍ତି। ଓସାକାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି।
ଓସାକାଙ୍କ ଭଳି ଯୁବା ଖେଳାଳି ଡିପ୍ରେସନରେ ଶିକାର ହେବା ଓ ସହାୟତା ଲୋଡ଼ିବା ନିଶ୍ଚିତ ଭାବେ ଦୁଃଖଦାୟକ। ଲୋକେ ଏହି ପରିସ୍ଥିତିରେ ତାଙ୍କ ଉପରେ କ୍ଷୁବ୍ଧ ହେବା ଓ ତାଙ୍କୁ ସମର୍ଥନ ନ କରିବା ଠିକ୍ ନୁହେଁ। ଜଣେ ଆଥ୍ଲେଟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ମୁଁ ତାଙ୍କୁ ସମର୍ଥନ କରୁଛି ଓ ତାଙ୍କ ସହ ଅଛି ବୋଲି ଲିସା ଲେସ୍ଲି କହିଛନ୍ତି।
କୈଫ୍, ମିଥାଲିଙ୍କ ଭିନ୍ନ ମତ
ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଟେନିସ ଭଳି କୌଣସି ବ୍ୟକ୍ତିଗତ କ୍ରୀଡ଼ାରେ ମେଣ୍ଟାଲ ହେଲ୍ଥର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ଖେଳାଳି ଗଣମାଧ୍ୟମଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସେହି ଅଧିକାର ଦିଆଯିବା ଉଚିତ ବୋଲି କୈଫ୍ କହିଛନ୍ତି। ଜାପାନରେ ମଧ୍ୟ ଓସାକାଙ୍କ ନିଷ୍ପତ୍ତିକୁ ବହୁଳ ଭାବେ ସମର୍ଥନ କରାଯାଇଛି। ତାଙ୍କର ଏହି ନିଷ୍ପତ୍ତିକୁ ସାହସିକ ପଦକ୍ଷେପ ବୋଲି କୁହାଯାଇଛି। ତେବେ ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ ଏ ନେଇ ଭିନ୍ନମତ ପୋଷଣ କରିଛନ୍ତି। କେବେ ଖବରଦାତା ସମ୍ମିଳନୀ ନ ଯିବା କଥା ଚିନ୍ତା କରିନାହିଁ। ମହିଳା କ୍ରିକେଟର ସ୍ଥିତି ସେତେଟା ଭଲ ନାହିଁ। ତେଣୁ ମହିଳା କ୍ରିକେଟକୁ ଗଣମାଧ୍ୟମ ସହାୟତାର ଆବଶ୍ୟକତା ରହିଛି। ଏହାଦ୍ୱାରା କ୍ରିକେଟର ପ୍ରଚାର ଓ ପ୍ରସାର ହୋଇଥାଏ ବୋଲି ମିଥାଲି କହିଛନ୍ତି।
ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋରଙ୍କ ପରଲୋକ
ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...
ୟୁଏସ୍ ଓପନ ଟେନିସ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି
ନ୍ୟୁୟର୍କ, ୧୮ା୬(ଏପି)- ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍ ଓପନ୍ରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। କରୋନା ଭାଇରସ୍ ମହାମାରୀ ଯୋଗୁ ଗତବର୍ଷ...
ଟେଷ୍ଟ ସିରିଜ: ମହାରାଜାଙ୍କ ହ୍ୟାଟ୍ରିକ: ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍
ଗ୍ରସ୍ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ...
ଦିନିକିଆ ବିଶ୍ୱକପ୍ରେ ଖେଳିବେ ୧୪ ଦଳ
ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର...
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ୱରଭିତ୍ତିକ...
ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ
ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍ ବିଜେତା...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...


