ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର ରାଜ୍ୟରେ ୩,୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଶନିବାର ରାଜ୍ୟରେ ୩,୪୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧,୯୫୪ କ୍ୱାରାଣ୍ଟାଇନ୍ରୁ ହୋଇଥିବା ବେଳେ ୧,୪୭୩ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୫୩ ଓ କଟକରୁୁ ୩୯୬ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୩୮, ବାଲେଶ୍ୱର ୨୬୧, ବରଗଡ଼ ୫୨, ଭଦ୍ରକ ୧୩୯, ବଲାଙ୍ଗୀର ୪୦, ବୌଦ୍ଧ ୩୧, ଦେବଗଡ଼ ୨୨, ଢ଼େଙ୍କାନାଳ ୭୮, ଗଜପତି ୨୭, ଗଞ୍ଜାମ ୨୬, ଜଗତସିଂହପୁର ୧୦୮, ଯାଜପୁର ୨୮୫, ଝାରସୁଗୁଡ଼ା ୧୦, କଳାହାଣ୍ଡି ୩୫, କନ୍ଧମାଳ ୪୧, କେନ୍ଦ୍ରାପଡ଼ା ୧୧୧, କେନ୍ଦୁଝର ୪୭, କୋରାପୁଟ ୭୨, ମାଲକାନଗିରି ୩୮, ମୟୁରଭଞ୍ଜ ୧୬୨, ନବରଙ୍ଗପୁର ୬୦, ନୟାଗଡ଼ ୧୪୨, ନୂଆପଡ଼ା ୨୦, ପୁରୀ ୨୧୭, ରାୟଗଡ଼ା ୯୪, ସମ୍ବଲପୁର ୩୨, ସୁବର୍ଣ୍ଣପୁର ୩୦, ସୁନ୍ଦରଗଡ଼ ୭୮ ଓ ଷ୍ଟେଟ ପୁଲରୁ ୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୩,୯୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୨୯,୮୫୧ଜଣ ସୁସ୍ଥ ହୋଇଥିବା ବେଳେ ୪୦,୪୭୧ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Posted inକରୋନା ଭାଇରସ୍, ଜାତୀୟ View All
କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…
ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...
ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଯୋଗୀ: ବିଧାନସଭା ନିର୍ବାଚନ-କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏବେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ...
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ନୁଶରତ୍ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ
କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।...
ଭାକ୍ସିନ୍ର ୨ ଡୋଜ୍ ନେଲା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡ଼ି, ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲା…
ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...


