କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। ଭାଜପା ନେତା ଅମିତ ମାଲଭିଆଙ୍କ ପରେ ବର୍ତ୍ତମାନ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ନୂସରତଙ୍କୁ କଟାକ୍ଷ କରିଛନ୍ତି। ନୁଶରତ୍ ଜଣେ ଫ୍ରଡ୍ ବୋଲି ସେ କହିଛନ୍ତି।
ବିବାହକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଥିଲେ ନୁଶରତ୍। ସେ ଏବଂ ସ୍ବାମୀ ନିଖିଲ ଜୈନ ତୁର୍କୀ ନୀତିନିୟମ ଅନୁଯାୟୀ ବିବାହ କରିଥିଲେ। ଏଣୁ ଭାରତୀୟ ବିବାହ ଅନୁଯାୟୀ ଏହା ବୈଧ ନୁହେଁ। ବହୁ ପୂର୍ବରୁ ଅଲଗା ହୋଇଥିଲେ ହେଁ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ଏହି ବିଷୟରେ କଥା ହୋଇ ନଥିବା ସେ କହିଛନ୍ତି। ଯେଉଁ ବିବାହ ବିଷୟରେ କଥା ଉଠୁଛି ତାହା ବୈଧ ହୋଇ ନ ଥିବାରୁ ଛାଡ଼ପତ୍ର ପ୍ରଶ୍ନ କେଉଁଠି ଉଠୁଛି ବୋଲି ସେ କହିଥିଲେ। ଏହି ବୟାନ ଉପlରେ ଘୋଷ ତାଙ୍କୁ ଠକ ବୋଲି କହିଛନ୍ତି।
ଜଣେ ବିବାହିତ ମହିଳା ଭାବେ ସେ ସଂସଦରେ ଶପଥ ନେଇଥିଲେ। ଜଣେ ମହିଳାଙ୍କୁ ଟିଏମ୍ସିରୁ ଟିକେଟ ଦିଆଗଲା। ସେ ଶପଥ ନେଲେ। ଏବେ ସେ କହୁଛନ୍ତି ତାଙ୍କ ବିବାହ ହୋଇନାହିଁ। ହେଲେ ସେ ସିନ୍ଦୁର ଲଗାଇଛନ୍ତି। ରଥ ଟାଣିଛନ୍ତି। ପୂଜାପାଠ କରି ନିର୍ବାଚନ ଜିତିଛନ୍ତି। ୨୦୧୯ରେ ଇସ୍କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବିବାହିତ ଯୋଡ଼ି ଭାବେ ସେମାନେ ସାମିଲ ହୋଇଥିଲେ। ଏହାକୁ ନେଇ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଯେଉଁ ମହିଳା ବିବାହ ହୋଇନାହିଁ ବୋଲି ଦାବି କରୁଛନ୍ତି, ତାଙ୍କ ବିବାହରେ ମମତା ସାମିଲ କିଭଳି ହୋଇପାରିଲେ। ଲୋକେ ସିନ୍ଦୁର ଲଗାନ୍ତି, ମା’ ହେବାକୁ ଯାଆନ୍ତି ହେଲେ ଅବିବାହିତ ଥିବା ଦାବି କରନ୍ତି ବୋଲି ଘୋଷ କହିଛନ୍ତି।
ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍ଲକ୍ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ...
ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ
ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍ ସମୟରେ ଡ୍ରେନ ସଫା...
କରୋନା ଲଢ଼େଇରେ ଜିତି ବି କାହିଁକି ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ, ବିଶେଷଜ୍ଞ ଦେଲେ ଉତ୍ତର…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଲୋକେ...
ଡୋମିନିକାରେ ୮ ଜଣିଆ ଟିମ୍
ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...
କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…
ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
ଲକ୍ଷ୍ୟ କେତେ ଦୂର
ନୂଆଦିଲ୍ଲୀ/ କୋଲକାତା,୩ା୬: ୨୦୨୧ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନର ମନ୍ଥର ଟିକାକରଣକୁ...
‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…
ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ...
୫୦୦ ଡୋଜ୍ କୋଭିଶିଲ୍ଡ୍ ନଷ୍ଟ ହେଲା…
ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...


