ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ କୋଭିଶିଲ୍ଡ୍ ଭାକ୍ସିନ୍ର ୨ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ସମୟ ସୀମାକୁ ନେଇ ଆମେରିକାର ମହାମାରୀ ବିଶେଷଜ୍ଞ ଡ. ଆନ୍ଥୋନୀ ଫୌସି ଭାରତକୁ ଚେତାବନୀ ଦେଇଥିଲେ। ୨ ଡୋଜ୍ ମଧ୍ୟରେ ସମୟ ସୀମା ବଢ଼ିଲେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ସେ କହିଥିଲେ। ତେବେ ଏହାକୁ ନେଇ ଭାରତୀୟ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କୋଭିଶିଲ୍ଡର ୨ ଡୋଜ୍ ମଧ୍ୟରେ ରହିଥିବା ଅନ୍ତର ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସମୟ ଅନ୍ତର କରାଗଲେ ଭଲ। ମାତ୍ର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ନୀତି ଆୟୋଗ ସଦସ୍ୟ ଡ. ଭି.କେ ପଲ୍ କହିଛନ୍ତି। ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯିବା ଲାଗି ଏଭଳି କରାଯାଇଥିବା ସେ ସୂଚନା ଦେଇଛନ୍ତି।
କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…
Posted inକରୋନା ଭାଇରସ୍, ଜାତୀୟ View All
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର...
ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରୁଥିଲେ ସ୍ବାମୀ: ଜଣାପଡିବା ପରେ…
ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦...
୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର...
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଭାରତୀୟ ବୁଲେଟ୍ ପ୍ରୁଫ୍ ଜେସିବି ମେସିନ୍ ଊପରେ ଆଖିବୁଜା ଗୁଳିମାଡ଼…
ଶ୍ରୀନଗର,୨।୬: ଗତ ୪ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆରନିଆ ସେକ୍ଟରର ବିକ୍ରମ ପୋଷ୍ଟ୍ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ...
କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...
ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍ ମାଗିଲେ ଯୁବକ
ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...
ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି
ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର...
ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଚଣ୍ଡିଗଡ଼,୨୧।୬: ଏଣିକି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗଛ ଲଗାଇଲେ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ସରକାର...


