E-Paper
  • logo
  • Friday 25th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ
8:52 amJune 5, 2021

କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ ସ୍ଥାନ ମିଳିଛି। ଚୟନକର୍ତ୍ତାମାନେ ଇମାଦ ଓ୍ବାସିମଙ୍କୁ ଏହି ଦଳରେ ପୁଣିଥରେ ସାମିଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୩ ଟି୨୦ ମ୍ୟାଚ୍‌ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଓ୍ବାସିମ ଖେଳିବାର ସୁଯୋଗ ପାଇବେ। ସେହିପରି ହାରିସ ସୋହେଲ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ମ୍ୟାଚ୍‌ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ଆବାସ ଓ ନସିମ ଶାହ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଓ ଏମାନେ ଜାମାଇକାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବେ। ଏହି ଦୁଇ ବୋଲରଙ୍କୁ ପୂର୍ବରୁ ଜିମ୍ବାଓ୍ବେ ବିପକ୍ଷ ଦୁଇ ଟେଷ୍ଟରେ ସାମିଲ କରାଯାଇ ନ ଥିଲା। ଟି୨୦, ଦିନିକିଆ ଓ ଟେଷ୍ଟ ପାଇଁ ୩ଟି ଦଳ ଗୁରୁବାର ଘୋଷଣା କରାଯାଇଛି। ବାବର ଆଜମଙ୍କୁ ୩ଟି ଫର୍ମାଟ ପାଇଁ ନେତୃତ୍ୱ ପ୍ରଦାନ କରାଯାଇଛି।
ମୋଇନଙ୍କ ପୁଅ ୨୨ ବର୍ଷୀୟ ଆଜାମଙ୍କୁ ଚୟନକର୍ତ୍ତାମାନେ ଟି୨୦ ଦଳରେ ସାମିଲ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିବା ବେଳେ ୩୬ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଛକା ମାରିବାରେ ସେ ସିଦ୍ଧହସ୍ତ ଓ ତାଙ୍କ ସିକ୍ସ ହିଟିଂ ପାଓ୍ବାର ସମସ୍ତଙ୍କୁ ପ୍ରଭାବିତ କରିଛି। ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଓ ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଥିଲେ।
ଜୁଲାଇ ୮ରୁ ୨୦ ତାରିଖ ମଧ୍ୟରେ ପାକିସ୍ତାନ ଇଂଲଣ୍ଡରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବ। ଏହାପରେ ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ୫ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଅଧିନାୟକ ବାବର ଆଜମ ଓ ହେଡ୍‌ କୋଚ୍‌ ମିସବା ଉଲ ହକଙ୍କ ପରାମର୍ଶ କ୍ରମେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଦଳ ଚୟନ କରିବାକୁ ପ୍ରୟାସ କରାଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ଓ୍ବାସିମ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ରେ ସବୁଠୁ ସଫଳତମ ବୋଲର ଆଖ୍ୟା ପାଇଛନ୍ତି ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଦୁଇ ବର୍ଷ ଧରି ଖେଳାଯାଇଥିବା...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ...

୩୩ ବର୍ଷରେ ରାହାନେ

ନୂଆଦିଲ୍ଲୀ,୬।୬: ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ରବିବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସମ୍ପୂର୍ଣ୍ଣ କ୍ରିକେଟ...

କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା

ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ...

ୟୁରୋ କପ୍‌ ଫୁଟ୍‌ବଲ: ଇଂଲଣ୍ଡ-ସ୍କଟ୍‌ଲାଣ୍ଡ ମ୍ୟାଚ ଡ୍ର

ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍‌ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍‌ର ଟପ୍‌ ସ୍କୋରର ହାରି କେନ୍‌ ଏଠାରେ ଇଂଲଣ୍ଡ...

ବେଙ୍ଗାଲୁରୁ ଏଫ୍‌ସି ପାଇଁ ଆଉ ୨ ବର୍ଷ ଖେଳିବେ ଛେତ୍ରୀ

ବେଙ୍ଗାଲୁରୁ, ୨୨ା୬ (ପି.ଟି.)- ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍‌ସି ସହିତ ତାଙ୍କ ଚୁକ୍ତି ମିଆଦକୁ ଆହୁରି ୨ ବର୍ଷ ବୃଦ୍ଧି...

ସେହ୍ବାଗଙ୍କ କ୍ୟାରିୟର ଶେଷ କରିଦେଇଥିଲେ ଧୋନୀ! ପ୍ରଶଂସକଙ୍କ ଏଭଳି ଯୁକ୍ତିରେ ପୂର୍ବତନ ଓପନର୍‌ କହିଲେ…

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ...

କୋଭିଡ୍‌ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍‌ ଓପନ ପ୍ରେମୀଙ୍କ ଅସନ୍ତୋଷ

ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍‌ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମନ କିଣୁଛି କିଚେନ ଗାର୍ଡେନ
Next Post Next post:
ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts