ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଲାଗି କର୍ନାଟକ ସରକାରଙ୍କୁ କରୋନା ତୃତୀୟ ଲହର ପରିଚାଳନା ଲାଗି ଗଠିତ ହୋଇଥିବା ବିଶେଷଜ୍ଞ କମିଟି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅଫ୍ଲାଇନ୍ କ୍ଲାସ୍ରେ ଯୋଗଦେଉଥିବା ଛାତ୍ରୀଛାତ୍ରଙ୍କୁ ଏଭଳି ବୀମା ଯୋଗାଇ ଦେବାକୁ ହୃଦ୍ରୋଗ ବିଶେଷଜ୍ଞ ଡ. ଦେବୀ ସେଟ୍ଟିଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି କମିଟି ପକ୍ଷରୁ କୁହାଯାଇଛି। ସେହିପରି କରୋନା ତୃତୀୟ ଲହରର ମୁକାବିଲା କରିବା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ କମିଟି ପକ୍ଷରୁ କେତେକ ପରାମର୍ଶ ପ୍ରଦାନ କରାଯାଇଛି। ଅଧିକ ବୟସ୍କ ସ୍କୁଲ୍ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯିବା ସହିତ ପ୍ରଥମେ ଦ୍ୱାଦଶ, ଏକାଦଶ, ଦଶମ, ନବମ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲାଯିବା ଆବଶ୍ୟକ ବୋଲି କମିଟି କହିଛି। ପ୍ରତି ସ୍କୁଲରେ ଜଣେ ସ୍ବାସ୍ଥ୍ୟ ପରାମର୍ଶଦାତା ଏବଂ ମେଡିକାଲ ନର୍ସଙ୍କୁ ନିଯୁକ୍ତି ଦେବାକୁ କମିଟି ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି।
ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…
Posted inକରୋନା ଭାଇରସ୍, ଜାତୀୟ View All
ଅମରନାଥ ଯାତ୍ରା ବନ୍ଦ
ନୂଆଦିଲ୍ଲୀ,୨୧।୬: ଜମ୍ମୁ-କଶ୍ମୀର ପ୍ରଶାସନ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରି ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର...
ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍...
‘ସଫଳତାରେ ଶ୍ରେୟ ନେଉଛ, ବିଫଳତାର ବି ନିଅ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
କରୋନା ଆକ୍ରାନ୍ତ ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି: ରେମଡେସିଭିର ବ୍ୟବହାର ମନା…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା...
ଭାକ୍ସିନ୍ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା…
ପାଟନା,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
ଆମେରିକା ସୈନ୍ୟ ଆଫଗାନିସ୍ତାନରୁ ହଟିଲେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବା ଆଶଙ୍କା…
ଶ୍ରୀନଗର,୨୬।୬: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ତେବେ ଏହା ଦ୍ୱାରା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏସମ୍ପର୍କରେ ଶ୍ରୀନଗର ୧୫...
ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ହତ୍ୟା କଲେ ସ୍ତ୍ରୀ
ଗୁରୁଗ୍ରାମ,୨୦।୬: ୩୯ ବର୍ଷୀୟ ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ଛୁରି ଭୁଷି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କ କଲୋନିରେ ଘଟିଥିବା...


