ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ ନେବାକୁ ଯେମିତି ଆଗଭର ହେଉଛନ୍ତି, ବିଫଳତା ମୁଣ୍ଡାଇବାକୁ ବି ପ୍ରସ୍ତୁତ ରହିବା ଉଚିତ ବୋଲି କ୍ଷୋଭବ୍ୟକ୍ତ କରି କହିଛନ୍ତି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ। ଟିକାକରଣକୁ ନେଇ ଶାସକ ବିଜେଡି ଏବଂ ଭାଜପା ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଆରମ୍ଭ ହୋଇଥିବାବେଳେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ବୁଧବାର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଏକ ବିକ୍ଷୋଭ ସମାବେଶରେ ଭୁବନେଶ୍ୱର ଜନପଥସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରୁ ବାହାରି ସତ୍ୟନଗର ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ଶ୍ମଶାନ ପାଚେରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇଥିଲେ। ଆଗାମୀ ଦିନରେ ସେଠାରେ ଉଭୟ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିବା ନଓ୍ବାଜ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ନଓ୍ବାଜ କହିଛନ୍ତି, କରୋନା ମହାମାରୀ ସମୟରେ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଇବା ଏବଂ ଟିକା ସାର୍ଟିଫିକେଟରେ ଫଟୋ ରଖିବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଉଭୟ ଦଳର କର୍ମୀମାନେ ବ୍ୟାନର ଚିରାରେ ମାତିଛନ୍ତି। ମହାମାରୀ ନିୟନ୍ତ୍ରଣ, ବ୍ୟାପକ ଟିକାକରଣ, ସ୍ବାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ଯୋଗାଣ, ବେଡ୍ ବ୍ୟବସ୍ଥା, ଏକ୍ମୋ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ନ ଦେଇ ଏଭଳି ରାଜନୀତି କରିବା ଓଡ଼ିଶାବାସୀଙ୍କୁ ଦୁଃଖିତ କରିଛି। ଦେଶ ଓ ରାଜ୍ୟରେ କରୋନାର ଏଭଳି ଭୟାବହତା ଲାଗି ଉଭୟ ସରକାର ଦାୟୀ। ସମସ୍ତେ ଜାଣିଛନ୍ତି ସାଧାରଣ ଜନତାଙ୍କ ଟିକସ ଅର୍ଥରେ କରୋନା ଟିକାକରଣ ଚାଲିଛି। ହେଲେ ଫଟୋ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟଗ୍ର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଟିକାକରଣ କେନ୍ଦ୍ରରେ ସେମାନଙ୍କ ଫଟୋ ରହିବ, ତେବେ କରୋନା ନିୟନ୍ତ୍ରଣରେ ବିଫଳତା ଏବଂ ମୃତ୍ୟୁ ପାଇଁ ଏମାନେ ମଧ୍ୟ ଦାୟୀ ରହିବା ଉଚିତ। ତେଣୁ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ମଶାନରେ ଏମାନଙ୍କର ଫଟୋ କାହିଁକି ନ ରହିବ ବୋଲି ନଓ୍ବାଜ ପ୍ରଶ୍ନ କରିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
୫ଦିନ ବନ୍ଦ ରହିବ ରାଜଧାନୀର ଏସବୁ ମାର୍କେଟ
ଭୁବନେଶ୍ୱର, ୨୬।୬ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ-୪ ଆମିଷ ମାର୍କେଟ ଓ ବାପୁଜୀ ନଗର ମାର୍କେଟକୁ ଆସନ୍ତା ଜୁଲାଇ ୧ ତାରିଖ...
ଅପଚୟ କଲେ କମ୍ ମିଳିବ
ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକୁ ସାବାଳକଙ୍କ ପାଇଁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ...
୪ ଅତିରିକ୍ତ ଏସ୍ପିଙ୍କୁ ନୂଆ ନିଯୁକ୍ତି
ଭୁବନେଶ୍ୱର, ୧ା୬(ବ୍ୟୁରୋ): ଓଡ଼ିଶା ପୋଲିସର ୪ଜଣ ଅତିରିକ୍ତ ଏସ୍ପି ପାହ୍ୟାର ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ଗୃହ ବିଭାଗ ପକ୍ଷରୁ...
‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ...
‘ୟାସ୍’ କ୍ଷୟକ୍ଷତି ୬୧୦ କୋଟି
ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...
ଆଶଙ୍କା ଭିତରେ ଭଲ ଫଳକୁ ଅପେକ୍ଷା
ଭୁବନେଶ୍ୱର,୧୭।୬: ଦେଶରେ କୋଭିଡ୍ ସଂକ୍ରମଣ ଯୋଗୁ ଶିକ୍ଷା ବ୍ୟବସ୍ଥା ବେଶ୍ ପ୍ରଭାବିତ ହୋଇଛି। ୨୦୧୯-୨୧ ଶିକ୍ଷାବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାଦଶ ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ...


