ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି। କୌଳିକ ବୃତ୍ତି ସଙ୍କଟରେ ଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରିବାର ପୋଷିବାକୁ ଅନ୍ୟ ବାଟ ନ ପାଇ ସେମାନେ ରାଜ୍ୟ ବାହାରକୁ ଯାଇଛନ୍ତି। ଗାଁ ଛାଡ଼ିଥିବା ବୁଣାକାରମାନେ ସୁରଟର ଲୁଗା ପ୍ରସ୍ତୁତକାରୀ କମ୍ପାନୀରେ କାମ କରିବାକୁ ଆଶା ରଖିଛନ୍ତି ବୋଲି ଗାଁ ଛାଡିଥିବା ବୁଣାକାର ଭରତ ଦାସ, ବାଙ୍କବିହାରୀ ଦାସ, ହରିହର ଗୁଇଁ, ଭ୍ରମରବର ଦାସ, ମାୟାଧର ଗୁଇଁ, ଜଗବନ୍ଧୁ ଦାସ, ରାକେଶ ଦାସ, ବଟକୃଷ୍ଣ ଦାସ, ରମେଶ ଗୁଇଁଙ୍କ ପରିବାର ସଦସ୍ୟମାନେ କହିଛନ୍ତି।
ଗୋପାଳପୁର ଗାଁ ଟସର ବସ୍ତ୍ରର ହବ୍ ଭାବେ ପରିଚିତ। ଏହି ଗ୍ରାମରେ ପ୍ରାୟତଃ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟଙ୍କ କୌଳିକ ବୃତ୍ତି ଲୁଗା ବୁଣିବା। ସକାଳୁ ସଞ୍ଜ ଯାଏ ସେମାନେ ତନ୍ତରେ ବସି ଲୁଗା ବୁଣିଲେ ପରିବାର ଚଳେ। ବାତ୍ୟା ଫନୀ, ୨୦୨୦ ଅଗଷ୍ଟରେ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଓ ପରେ କରୋନା କଟକଣା ବୁଣାକାର ପରିବାର ପାଇଁ ବିପର୍ଯ୍ୟୟ ଆଣିଛି । ବନ୍ୟା ଓ ବାତ୍ୟାରେ ନଷ୍ଟ ହୋଇଯାଇଥିବା ତନ୍ତଶାଳା ଓ କଞ୍ଚାମାଲର କ୍ଷତିକୁ ଭରଣା କରିବାକୁ ବୁଣାକାରମାନେ ବିଫଳ ହୋଇଥିଲେ। ଯାହାବି ପୁଞ୍ଜି ଥିଲା ତାକୁ ଉପଯୋଗ କରି ଲୁଗା ବୁଣିଥିଲେ ମଧ୍ୟ କରୋନା କଟକଣା କାରଣରୁ ସେହି ଲୁଗା ବିକ୍ରି ହୋଇ ନ ପାରି ଘରେ ପଡ଼ି ରହିଛି। ରୋଜଗାର ଶୂନ୍ୟ ହୋଇଯାଇଛନ୍ତି ବୁଣାକାର ପରିବାର। ଗାଁର ଯେଉଁମାନଙ୍କ ସ୍ଥିତି ଅତି ଦୟନୀୟ ସେମାନେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଗକୁ ଆହୁରି ଅଧିକ ସଂଖ୍ୟକ ବୁଣାକାର ଗାଁ ଛାଡିବେ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ବୁଣାକାରମାନଙ୍କୁ ସରକାରୀ ସହାୟତା ମିଳିପାରି ନାହିଁ। ଗତ ୨ ମାସ ତଳେ ବୁଣାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଜରିଆରେ ଅବଗତ କରାଯାଇଥିଲା। ସରକାର ବୁଣାକାରମାନଙ୍କୁ ସହାୟତା ଦିଅନ୍ତୁ ବୋଲି ଦାବି କରାଯାଇଥିଲା। ହେଲେ ସେଥିପ୍ରତି ସରକାର ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ବୁଣାକାରମାନେ ଗାଁ ଛାଡ଼ିବା ଆରମ୍ଭ କରିଛନ୍ତି ବୋଲି ଗୋପାଳପୁର ଗ୍ରାମର ବୁଣାକାରମାନେ କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ମନଇଚ୍ଛା ଦର ନେଉଛନ୍ତି ଘରୋଇ ଆମ୍ବୁଲାନ୍ସ
ପୁରୀ ଅଫିସ,୧୪ା୬: ରାଜ୍ୟ ସରକାର ସାଧାରଣ ଆମ୍ବୁଲାନ୍ସ ସେବା ପାଇଁ ପ୍ରତି ୧୦ କିଲୋମିଟରକୁ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରିଛନ୍ତି। ଏହାପରେ କି.ମି. ପିଛା...
ଯୁବ ବିଜେଡି ଉପସଭାପତି ଗିରଫ
ପାଟଣା,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ ବିଜେଡି ଉପସଭାପତି କରୁଣା ସାଗର ଖଟୁଆ ମଙ୍ଗଳବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ସୋମବାର ସାହାରପଡା ବ୍ଲକ କାର୍ଯ୍ୟାଳୟ ପରିସରରେ...
ଡିଭାଇଡରରେ ପିଟିହେଲା କାର୍: ଏକାସାଙ୍ଗରେ ଚାଲିଗଲେ ମା’, ପୁଅ
ବ୍ରହ୍ମପୁର ଅଫିସ,୨୪।୬: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ମା’ ପୁଅଙ୍କ ଏମ୍କେସିଜି ମେଡିକାଲରେ ଗୁରୁବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ର ପି.ଲକ୍ଷ୍ମୀ (୪୫)...
ଧରିତ୍ରୀ ପ୍ରଭାବ: ରାସ୍ତା ମଝିର ଗର୍ତ୍ତ ପୋତାଗଲା
ଅସ୍ତରଙ୍ଗ, ୧୪ା୬(ଡି.ଏନ୍.ଏ.): ଅସ୍ତରଙ୍ଗ- ନୂଆଗଡ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଏକ ବଡ଼ ଗର୍ତ୍ତକୁ ନେଇ ରବିବାର ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ...
ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ
ଛତ୍ରପୁର,୨୩।୬(ଡି.ଏନ୍.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
କୁକୁର କବଳରୁ ଉଦ୍ଧାର ହରିଣ ମୃତ
ରେଢାଖୋଲ,୨୦।୬: ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧୀନ ରାଶିବେଡା ଗ୍ରାମରୁ କୁକୁରଙ୍କ କବଳରୁ ବନ ବିଭାଗ ଏକ ଗର୍ଭବତୀ ହରିଣକୁ ଉଦ୍ଦାର କରିଥିଲା। ହେଲେ ରେଞ୍ଜ...


