ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ ନିଶାଙ୍କ ସହ ପାରିବାରିକ ହିଂସା ଘଟାଇବା ଅଭିଯୋଗରେ କରଣ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏବେ ସେ ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଛନ୍ତି ଏବଂ ମୁମ୍ବାଇ ପୋଲିସ ତାଙ୍କ ବିବୃତ୍ତି ରେକର୍ଡ କରୁଛି।
ଗତ କିଛି ଦିନ ହେବ କରଣ ମେହେରା ଏବଂ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ହେବାର ଖବର ଆସିଥିଲା। ଏହି ବିଷୟରେ ଦମ୍ପତିଙ୍କୁ ମଧ୍ୟ ପଚରା ଯାଇଥିଲା। କିନ୍ତୁ ଅଭିନେତା ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ। କିନ୍ତୁ ନିଶା ସମସ୍ତ ଗୁଜବକୁ ଅସ୍ବୀକାର କରି କହିଛନ୍ତି ଯେ ଆମ ମଧ୍ୟରେ ସବୁକିଛି ଠିକ ଅଛି। ଏବେ କରଣଙ୍କ ଗିରଫଦାରୀରୁ ଏହା ସ୍ପଷ୍ଟ ହୋଇଛି ଯେ ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ ଚାଲି ନ ଥିଲା।
କରଣ ମେହେରା ଏବଂ ନିଶା ରାୱଲ ୨୦୦୮ ମସିହାରେ ଫିଲ୍ମ ‘ହଁସତେ ହଁସତେ’ ସେଟରେ ସାକ୍ଷାତ ହୋଇଥିଲେ। କରଣ ମେହେରା ସେହି ଚଳଚ୍ଚିତ୍ରରେ ଷ୍ଟାଇଲିଷ୍ଟ ଭାବରେ କାମ କରୁଥିଲେ। ଅଭିନେତା ହେବା ବ୍ୟତୀତ କରଣ ମେହେରା ମଧ୍ୟ ଜଣେ ଫ୍ୟାଶନ ସ୍ନାତକ। କିଛି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୨ ମସିହାରେ ବିବାହ କରିଥିଲେ।
ଦୀର୍ଘ ଦିନ ଧରି ଚାଲିଆସୁଥିବା ଟିଭି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ନୈତିକ ସିଂଘାାନିଆ ଭୂମିକାରେ ଅଭିନୟ କରି କରଣ ମେହେରା ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଚେହେରା ପାଲଟିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ହିନା ଖାନ ଥିଲେ, ଯିଏ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ। କରଣ ‘ବିଗ ବସ ୧୦’ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ନିଶାଙ୍କ ସହ ‘ନଚ ବଲିୟେ ୫’ ଏବଂ ‘କିଚେନ ଚାମ୍ପିଅନ ୫’ରେ ମଧ୍ୟ ଅଂଶ ଥିଲେ।
ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା
ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ...
ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ
ନିକଟରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏବେ ଅଭିନେତ୍ରୀ ଏଭଲିନ...
ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍ଅପ୍ ନେଇ…
ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି...
‘ଦ ଫାମିଲି ମ୍ୟାନ୍-୨’ର ଏହି ଅଭିନେତା କିଏ କାଣନ୍ତି: ଅଭିନୟ ପାଇଁ ଛାଡ଼ିଥିଲେ ଚାକିରି, ବିକିଥିଲେ ସ୍ତ୍ରୀଙ୍କ ଗହଣା
ବମ୍ବେ: ଆମାଜନ୍ ପ୍ରାଇମ୍ରେ ରିଲିଜ ହୋଇଛି ଲୋକପ୍ରିୟ ଓ୍ବେବ୍ ସିରିଜ୍ ‘ଦ ଫାମିଲି ମ୍ୟାନ୍’ର ଦ୍ୱିତୀୟ ସିଜିନ। ଏହି ସିଜିନ୍ରେ ପୁରୁଣା ଅଭିନେତାଙ୍କ ସହ ଅନେକ...
ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ...
ସଞ୍ଜୟ ସବୁବେଳେ ନିଜ ରୁମ୍ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି
ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍ କମ୍ ବୟସରେ ସେ ଶିଶୁ କଳାକାର...
କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍ଷ୍ଟୋରୀ: କେହି ବି ଟେର୍ ପାଇଲେନି; ଶୁଟିଂ ସେଟ୍ରୁ…
ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...
୧୫ ବର୍ଷ ବଡ଼ ଅଭିନେତାଙ୍କୁ ପ୍ରେମରେ ପଡିଥିଲେ ଡିମ୍ପଲ୍; ବିବାହ ପରେ ମାନି ନଥିଲେ ଏହି ସର୍ତ୍ତ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।...


