ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ପୂର୍ବରୁ ମେ ୩୧ ପର୍ଯ୍ୟନ୍ତ ପ୍ରବେଶ ବନ୍ଦ ରହିଥିବାବେଳେ ଏବେ ପୁଣି ଅବଧି ବଢାଇ ଦିଆଯାଇଛି। ଏହାସହ କର୍ମଚାରୀମାନେ ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବେ। ଲୋକଙ୍କ ଅଭିଯୋଗର ପଞ୍ଜୀକରଣ ଏବଂ ଯାଞ୍ଚ ନିୟମିତ ଭାବରେ ଜାରି ରହିବ। ଏହି ସମୟ ମଧ୍ୟରେ ଶୁଣାଣି ପାଇଁ କେବଳ ଜରୁରୀ ମାମଲା ଗ୍ରହଣ କରାଯିବା ସହ ଅନ୍ଲାଇନ୍ (ohrc@nic.in) ମାଧ୍ୟମରେ ଅଭିଯୋଗ ଆବେଦନ କରିହେବ। ସେହିପରି ଆବେଦନକାରୀ ଓଏଚ୍ଆର୍ସି ସେଲ୍ ନଂ.୮୭୬୩୬୪୨୦୮୦ରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ଯୋଗାଯୋଗ କରିପାରିବେ। ଏହାସହ କମିଶନ ଅଧ୍ୟକ୍ଷଙ୍କ ଅନୁମତି ମିଳିବା ପରେ ଅତିଜରୁରୀ ମାମଲାଗୁଡିକୁ ଗ୍ରହଣ କରାଯାଇ ଭର୍ଚୁଆଲ୍ ମୋଡ୍ରେ ଶୁଣାଣି କରାଯିବ ବୋଲି କମିଶନଙ୍କ ସଚିବ ଜଣାଇଛନ୍ତି। ସୂଚନାଯୋଗ୍ୟ, ତୋଷାଳୀ ଭବନରେ କାର୍ଯ୍ୟ କରୁଥିବା ଓଏଚ୍ଆର୍ସିଙ୍କ କାର୍ଯ୍ୟାଳୟରେ ସଂକ୍ରମଣ ବ୍ୟାପିବା ସହ ଜଣେ କର୍ମଚାରୀଙ୍କର ଗତ କିଛିଦିନ ତଳେ ମୃତ୍ୟୁ ଘଟିବା ପରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।
୧୯ ମାଛ ୧୮.୬୫ ଲକ୍ଷ
ପାରାଦୀପ,୨୩ା୬(ସ୍ବ.ପ୍ର.): ପାରାଦୀପ ନିକଟ ସମୁଦ୍ରରୁ ମଙ୍ଗଳବାର ୧୯ଟି ତେଲିଆ ବୋରେଇ ମାଛ ମିଳିଛି। ସେଗୁଡିକ ମଧ୍ୟରେ ୪ଟି ମାଛ ୩୦ କିଲୋ ଓଜନର ହୋଇଥିବା ବେଳେ...
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...
ଦାୟିତ୍ୱ ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ
ଭୁବନେଶ୍ୱର,୪ା୬(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି...
ରାଜଧାନୀରେ ଆଉ ୪ଟି କେନ୍ଦ୍ରରେ ଦିଆଯିବ ଟିକା
ଭୁବନେଶ୍ୱର,୧୪।୬: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ଗୁରୁତ୍ୱ ଦେବା ସହ ସମସ୍ତ ସହରବାସୀ କିପରି ସୁବିଧାରେ ଟିକା ନେଇ ପାରିବେ ସେ ନେଇ ଭୁବନେଶ୍ୱର ମହାନଗର ନିଗମ...
ଆଜି ସାବିତ୍ରୀ ବ୍ରତ: ରାଜଧାନୀର ଦେବାଳୟ ଖାଁ ଖାଁ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଆଜି ସାବିତ୍ରୀ ଅମାବାସ୍ୟା। ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜଧାନୀର ଦେବାଳୟ ଖାଁ ଖାଁ ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ...
ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...


