ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ପୂର୍ବରୁ ମେ ୩୧ ପର୍ଯ୍ୟନ୍ତ ପ୍ରବେଶ ବନ୍ଦ ରହିଥିବାବେଳେ ଏବେ ପୁଣି ଅବଧି ବଢାଇ ଦିଆଯାଇଛି। ଏହାସହ କର୍ମଚାରୀମାନେ ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବେ। ଲୋକଙ୍କ ଅଭିଯୋଗର ପଞ୍ଜୀକରଣ ଏବଂ ଯାଞ୍ଚ ନିୟମିତ ଭାବରେ ଜାରି ରହିବ। ଏହି ସମୟ ମଧ୍ୟରେ ଶୁଣାଣି ପାଇଁ କେବଳ ଜରୁରୀ ମାମଲା ଗ୍ରହଣ କରାଯିବା ସହ ଅନ୍ଲାଇନ୍ (ohrc@nic.in) ମାଧ୍ୟମରେ ଅଭିଯୋଗ ଆବେଦନ କରିହେବ। ସେହିପରି ଆବେଦନକାରୀ ଓଏଚ୍ଆର୍ସି ସେଲ୍ ନଂ.୮୭୬୩୬୪୨୦୮୦ରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ଯୋଗାଯୋଗ କରିପାରିବେ। ଏହାସହ କମିଶନ ଅଧ୍ୟକ୍ଷଙ୍କ ଅନୁମତି ମିଳିବା ପରେ ଅତିଜରୁରୀ ମାମଲାଗୁଡିକୁ ଗ୍ରହଣ କରାଯାଇ ଭର୍ଚୁଆଲ୍ ମୋଡ୍ରେ ଶୁଣାଣି କରାଯିବ ବୋଲି କମିଶନଙ୍କ ସଚିବ ଜଣାଇଛନ୍ତି। ସୂଚନାଯୋଗ୍ୟ, ତୋଷାଳୀ ଭବନରେ କାର୍ଯ୍ୟ କରୁଥିବା ଓଏଚ୍ଆର୍ସିଙ୍କ କାର୍ଯ୍ୟାଳୟରେ ସଂକ୍ରମଣ ବ୍ୟାପିବା ସହ ଜଣେ କର୍ମଚାରୀଙ୍କର ଗତ କିଛିଦିନ ତଳେ ମୃତ୍ୟୁ ଘଟିବା ପରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...
ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...
ରାଜଧାନୀରୁ ୬୦ ଲକ୍ଷର ବ୍ରାଉନସୁଗାର ଜବତ
ଭୁବନେଶ୍ୱର,୧୯।୬(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର। ବିଶେଷକରି ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଛି। କିଛି ଦିନର...
ବିନା ସ୍ଲଟ୍ ବୁକିଂରେ ନେଇପାରିବେ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର,୬ା୬(ବ୍ୟୁରୋ): ଏଣିକି ବିନା ସ୍ଲଟ୍ରେ ଦିଆଯିବ ଦିତୀୟ ଡୋଜ୍ ଟିକା। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ମେ’ ୧୪ ପୂର୍ବରୁ ଟିକା ନେଇଥିବା...
ବିଆର୍ପିଏଲ୍ରେ ଏସ୍ପିସିବିର ତଦନ୍ତ ଆଜି
ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
ସ୍ବମନ୍ଦିର ଫେରିଲେ ଦେବଦମ୍ପତି
ପୁରୁଣା ଭୁବନେଶ୍ୱର, ୧୭ା୬ (ଡି.ଏନ୍.ଏ.): ଶ୍ରୀଲିଙ୍ଗରାଜ ମହାଦେବଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀଜୀଉ ବୁଧବାର ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ନେଇ ପ୍ରାତଃରୁ...
ଭୁବନେଶ୍ୱରରେ ୪୫୯ ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୧୦।୬: ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୫...
ମହାମାରୀରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ଭତ୍ତା
ଭୁବନେଶ୍ୱର,୪।୬: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇଥିବା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୨ ପିଲାଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...


