ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ ନୂଆ ମହାମାରୀ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କରୋନାର ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଥିବାବେଳେ ମାଡ଼ି ଆସୁଥିବା ନୂଆ ମହାମାରୀ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ ହୋଇଛି। ଚାଇନାର ଝିଙ୍ଗାସୁ ପ୍ରଦେଶର ପୂର୍ବାଞ୍ଚଳରେ ଜଣେ ୪୧ ବର୍ଷ ବୟସ୍କଙ୍କଠାରେ ବାର୍ଡ ଫ୍ଲୁର ଏହି ଭୂତାଣୁ ଚିହ୍ନଟ ହୋଇଥିବା ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଝେନଜିଆଙ୍ଗ ସହରରେ ବାସ କରୁଥିବା ଏହି ବ୍ୟକ୍ତିଙ୍କୁ ଜ୍ୱର ହେବାରୁ ତାଙ୍କୁ ଏପ୍ରିଲ୍ ୨୮ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ନମୁନା ପରୀକ୍ଷା ସମୟରେ ତାଙ୍କଠାରେ ମେ’ ୨୮ରେ ଏଚ୍-୧୦-ଏନ୍-୩ ଭୂତାଣୁ ଚିହ୍ନଟ ହୋଇଛି। ଏହାର ସଂକ୍ରମଣ ବେଗ କମ୍ ରହିଥିବା ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ କହିଛି। ୨୦୧୬-୧୭ରେ ବାର୍ଡ ଫ୍ଲୁର ଏଚ୍-୭-ଏନ୍-୯ ଷ୍ଟ୍ରେନ୍ ଭୂତାଣୁ ଦ୍ୱାରା ଚାଇନାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ…
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...
ମୋଷ୍ଟ ଓ୍ବାଣ୍ଟେଡ୍ ବାଘ ଶିକାରୀ ଗିରଫ
ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ...
ସରକାରୀ ବାବୁଙ୍କ ଅଭାବ: ସଙ୍କଟରେ ମୋଦି ସରକାର,ରାଜ୍ୟର ସହାୟତା ଲୋଡିଲେ…
ନୂଆଦିଲ୍ଲୀ,୯।୬: ଏବେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଙ୍କଟରେ ପଡ଼ିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡା ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ...
ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍ଇ ବୋର୍ଡ ପକ୍ଷରୁ ଆଗତ...
୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…
ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...
ପଞ୍ଜାବରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ...
ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ...
ପାକିସ୍ତାନର ଆମ୍ବ କୂଟନୀତି ବିଫଳ: ଆମେରିକା-ଚାଇନା ଫେରାଇଲେ ଉପହାର…
ଇସଲାମାବାଦ୍,୧୩।୬: ପାକିସ୍ତାନର ଆମ୍ବ କୂଟନୀତି ଶେଷରେ ବିଫଳ ହୋଇଛି। ଆମେରିକା ସହିତ ପାକିସ୍ତାନର ବନ୍ଧୁ ବୋଲାଉଥିବା ଚାଇନା ଏକ୍ଷେତ୍ରରେ ପ୍ରଦାନ କରାଯାଇଥିବା ଉପହାର ଦେଇଛି। ପାକିସ୍ତାନ...


